Posted inଖେଳ

୨୦୨୨ ଫିଫା ବିଶ୍ୱକପ: ଗ୍ରୁପ ପର୍ଯ୍ୟାୟରେ ପ୍ରତିଦିନ ୪ ମ୍ୟାଚ

ଲଣ୍ଡନ, ୧୬।୭(ଏପି)- କାତାରରେ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏ ମ୍ୟାଚ ଖେଳାଯିବ। ଗ୍ରୁପ ମ୍ୟାଚ ଗୁଡ଼ିକ ୧୨ଦିନଧରି ଚାଲିବ। ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ମ୍ୟାଚ ଅତିରିକ୍ତ ସମୟକୁ ଯିବ ତାହା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନଭେମ୍ବର-ଡିସେମ୍ବରରେ ହେବାକୁଥିବା ଏହି ବିଶ୍ୱକପ ପାଇଁ ଫିଫା ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ମ୍ୟାଚ ଗୁଡ଼ିକ ସ୍ଥାନୀୟ ସମୟ ଅପରାହ୍ନ ୧ଟା, ୪ଟା, ରାତି ୭ଟା ଓ ୧୦ଟାରେ ଅନୁଷ୍ଠିତ ହେବ। ମଧ୍ୟପ୍ରାଚ୍ୟରେ ହେବାକୁ ଯାଉଥିବା ପ୍ରଥମ ବିଶ୍ୱକପର ଉଦ୍‌ଘାଟନୀ ସମାରୋହ ୬୦,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଅଲ୍‌ ବାୟତ ଷ୍ଟାଡିୟମରେ ନଭେମ୍ବର ୨୧ରେ ଅପରାହ୍ନ ୧ଟାରେ ଅନୁଷ୍ଠିତ ହେବ। ସେହିପରି ପ୍ରତିଯୋଗିତାର ଫାଇନାଲ ଡିସେମ୍ବର ୧୮ରେ ୮୦,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଲୁସାଲି ଷ୍ଟାଡିୟମରେ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ। ରୁଷିଆରେ ଗତ ବିଶ୍ୱକପ ୩୨ଦିନ ବିଶିଷ୍ଟ ହୋଇଥିଲା। ମାତ୍ର ଆଗାମୀ ବିଶ୍ୱକପ ୨୮ ଦିନ ବିଶିଷ୍ଟ ହେବ। ୮ଟି ଭେନ୍ୟୁରେ ମ୍ୟାଚ ଗୁଡ଼ିକ ଖେଳାଯିବ। ଷ୍ଟାଡିୟମ ଗୁଡ଼ିକ ୩୦ ମାଇଲ ପରିଧି ମଧ୍ୟରେ ଥିବାରୁ ଦଳ ଏବଂ ଦର୍ଶକମାନଙ୍କୁ ପୁରା କାତାର ଭ୍ରମଣ କରିବାକୁ ପଡ଼ିବ ନାହିଁ। ଉଭୟ ସେମିଫାଇନାଲ ରାତି ୧୦ଟାରେ ଖେଳାଯିବ। ଯଦି ମ୍ୟାଚ ଅତିରିକ୍ତ ସମୟ, ଆହତ ସମସ୍ୟା ଯୋଗୁ ଦୀର୍ଘସମୟ ବାଧାପ୍ରାପ୍ତ ହେବା କିମ୍ବା ଭିଏଆର(ଭିଡିଓ ଆନାଲିଷ୍ଟ ରେଫରି) ଯୋଗୁ ବିଳମ୍ବ ହୁଏ ତେବେ ପରବର୍ତ୍ତୀ ଦିନ ଅନୁଷ୍ଠିତ ହେବ। ଗ୍ରୁପ ପର୍ଯାୟ ଏବଂ ପ୍ରି-କ୍ୱାର୍ଟର ଫାଇନାଲ ମଧ୍ୟରେ ବିଶ୍ରାମ ଦିବସ ରହିବନାହିଁ। ୨୦୨୨ ମାର୍ଚ୍ଚ କିମ୍ବା ଏପ୍ରିଲରେ ବିଶ୍ୱକପ ପାଇଁ ଡ୍ର ଉଠାଣ ହେବ ବୋଲି ଫିଫା ପକ୍ଷରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ସଞ୍ଜୁ ସାମସନଙ୍କ ଟାର୍ଗେଟରେ ସୁରେଶ ରାଇନା,ଏମ.ଏସ. ଧୋନି, କିନ୍ତୁ କାହିଁକି? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନିକଟରେ। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ…

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?