Posted inଖେଳ

୨୦୨୨ ଫିଫା ବିଶ୍ୱକପ: ଗ୍ରୁପ ପର୍ଯ୍ୟାୟରେ ପ୍ରତିଦିନ ୪ ମ୍ୟାଚ

ଲଣ୍ଡନ, ୧୬।୭(ଏପି)- କାତାରରେ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏ ମ୍ୟାଚ ଖେଳାଯିବ। ଗ୍ରୁପ ମ୍ୟାଚ ଗୁଡ଼ିକ ୧୨ଦିନଧରି ଚାଲିବ। ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ମ୍ୟାଚ ଅତିରିକ୍ତ ସମୟକୁ ଯିବ ତାହା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନଭେମ୍ବର-ଡିସେମ୍ବରରେ ହେବାକୁଥିବା ଏହି ବିଶ୍ୱକପ ପାଇଁ ଫିଫା ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ମ୍ୟାଚ ଗୁଡ଼ିକ ସ୍ଥାନୀୟ ସମୟ ଅପରାହ୍ନ ୧ଟା, ୪ଟା, ରାତି ୭ଟା ଓ ୧୦ଟାରେ ଅନୁଷ୍ଠିତ ହେବ। ମଧ୍ୟପ୍ରାଚ୍ୟରେ ହେବାକୁ ଯାଉଥିବା ପ୍ରଥମ ବିଶ୍ୱକପର ଉଦ୍‌ଘାଟନୀ ସମାରୋହ ୬୦,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଅଲ୍‌ ବାୟତ ଷ୍ଟାଡିୟମରେ ନଭେମ୍ବର ୨୧ରେ ଅପରାହ୍ନ ୧ଟାରେ ଅନୁଷ୍ଠିତ ହେବ। ସେହିପରି ପ୍ରତିଯୋଗିତାର ଫାଇନାଲ ଡିସେମ୍ବର ୧୮ରେ ୮୦,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଲୁସାଲି ଷ୍ଟାଡିୟମରେ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ। ରୁଷିଆରେ ଗତ ବିଶ୍ୱକପ ୩୨ଦିନ ବିଶିଷ୍ଟ ହୋଇଥିଲା। ମାତ୍ର ଆଗାମୀ ବିଶ୍ୱକପ ୨୮ ଦିନ ବିଶିଷ୍ଟ ହେବ। ୮ଟି ଭେନ୍ୟୁରେ ମ୍ୟାଚ ଗୁଡ଼ିକ ଖେଳାଯିବ। ଷ୍ଟାଡିୟମ ଗୁଡ଼ିକ ୩୦ ମାଇଲ ପରିଧି ମଧ୍ୟରେ ଥିବାରୁ ଦଳ ଏବଂ ଦର୍ଶକମାନଙ୍କୁ ପୁରା କାତାର ଭ୍ରମଣ କରିବାକୁ ପଡ଼ିବ ନାହିଁ। ଉଭୟ ସେମିଫାଇନାଲ ରାତି ୧୦ଟାରେ ଖେଳାଯିବ। ଯଦି ମ୍ୟାଚ ଅତିରିକ୍ତ ସମୟ, ଆହତ ସମସ୍ୟା ଯୋଗୁ ଦୀର୍ଘସମୟ ବାଧାପ୍ରାପ୍ତ ହେବା କିମ୍ବା ଭିଏଆର(ଭିଡିଓ ଆନାଲିଷ୍ଟ ରେଫରି) ଯୋଗୁ ବିଳମ୍ବ ହୁଏ ତେବେ ପରବର୍ତ୍ତୀ ଦିନ ଅନୁଷ୍ଠିତ ହେବ। ଗ୍ରୁପ ପର୍ଯାୟ ଏବଂ ପ୍ରି-କ୍ୱାର୍ଟର ଫାଇନାଲ ମଧ୍ୟରେ ବିଶ୍ରାମ ଦିବସ ରହିବନାହିଁ। ୨୦୨୨ ମାର୍ଚ୍ଚ କିମ୍ବା ଏପ୍ରିଲରେ ବିଶ୍ୱକପ ପାଇଁ ଡ୍ର ଉଠାଣ ହେବ ବୋଲି ଫିଫା ପକ୍ଷରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri