କୁଆମରା,୨୫ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଆରପଟା ପଞ୍ଚାୟତ ଧାଇଁଡିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନେଇ ପୁଣି ବିବାଦ ଦେଖାଦେଇଛି। ଉକ୍ତ ଅଙ୍ଗନଓ୍ବାଡିର କର୍ମୀ ଶାନ୍ତିଲତା ପାଣିଗ୍ରାହୀଙ୍କୁ ଆକ୍ରୋଶମୂଳକ ଭାବେ କେତେକ ବ୍ୟକ୍ତି ହଇରାଣ କରୁଥିବା ଅଭିଯୋଗ ହୋଇଛି। ୬ ବର୍ଷ ତଳେ ଶାନ୍ତିଲତାଙ୍କ କାର୍ଯ୍ୟକୁ ବିରୋଧ କରି ଗ୍ରାମର କେତେକ ବ୍ୟକ୍ତି ଅଙ୍ଗନଓ୍ବାଡିରେ ତାଲା ପକାଇ ଦେଇଥିଲେ। ଏନେଇ ସେହି ଦିନଠାରୁ ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ହୋଇପାରି ନାହିଁ। ଫଳରେ ଏହି କେନ୍ଦ୍ର ଅଧୀନରେ ଥିବା ଶିଶୁ ନିକଟସ୍ଥ ଅନ୍ୟ ଏକ ଅଙ୍ଗନଓ୍ବାଡିକୁ ଯାଉଥିଲେ। ତେବେ ଘରଠାରୁ ସେହି ଅଙ୍ଗନଓ୍ବାଡିର ଦୂରତ୍ୱ ଏକ କି.ମି. ହୋଇଥିବାରୁ ଅଭିବାବକମାନେ ୬ବର୍ଷ ଧରି ନାନା ହଇରାଣ ଭୋଗି ଆସୁଥିଲେ। ଏନେଇ ଜିଲାପାଳ, ଉପ ଜିଲାପାଳ ଏବଂ ବିଡିଓଙ୍କ ନିକଟରେ ଏକାଧିକ ଥର ଅଭିଯୋଗ ହୋଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରି ନ ଥିଲା। ତେବେ ସିଡିପିଓ ସୁଜାତା ମହାପାତ୍ରଙ୍କ ପ୍ରଚେଷ୍ଟାରେ ଦୀର୍ଘ ୬ବର୍ଷ ପରେ ଚଳିତ ମାସ ୧୮ ତାରିଖରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିଥିଲା। ସୋମବାର ସକାଳେ ୩ ଶିଶୁ ଅଙ୍ଗନଓ୍ବାଡିରେ ପହଞ୍ଚିଥିବା ବେଳେ ଜଣେ ଶିଶୁ ପୋଖରୀ ମଧ୍ୟକୁ ଖେଳିବା ପାଇଁ ପଶି ଯାଇଥିଲା। ଏ ନେଇ ଉତ୍ତେଜନା ଦେଖା ଦେଇଥିଲା। କର୍ମୀଙ୍କ ଦାୟିତ୍ୱହୀନତା ଯୋଗୁ ଏପରି ଘଟିଲା ବୋଲି ଅଭିଯୋଗ କରି ଅସନ୍ତୁଷ୍ଟ ଗୋଷ୍ଠୀର କେତେକ ବ୍ୟକ୍ତି ଅଙ୍ଗନଓ୍ବାଡିରେ ତାଲା ପକାଇ ଦେଇଥିଲେ। ଖବରପାଇ ଫାଣ୍ଡି ଅଧିକାରୀ ବି.ବି. ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ନ ଥିଲା। ଏହି ଘଟଣା ପରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି।
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,
ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…
ଘରର ଲାଇନ୍ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…
ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…
କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ
ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…
ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ
ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…
ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫
ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…
ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ
ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…
ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….
ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…
Archives

