ନବଗଠିତ ଜିଲା ଉଦ୍‌ଘାଟନ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ପଟ୍ଟାଙ୍ଗୀ,୫ା୪(ଡି.ଏନ୍‌.ଏ.):ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ନବଗଠିତ ୧୩ ଜିଲାକୁ ସୋମବାର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ. ଜଗନମୋହନ ରେଡ୍ଡୀ ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ ଆନ୍ଧ୍ର ଅଧୀନରେ ଥିବା ୧୩ଟି ଜିଲାକୁ ବିଭାଜନ କରି ୨୬ ଜିଲା କରାଯାଇଛି। ଏହାର ଉଦ୍‌ଘାଟନ ଉତ୍ସବ ୧୨ ଦିନ ଧରି ଜିଲାସ୍ତରରେ ପାଳନ କରାଯିବ ବୋଲି ରେଡ୍ଡୀ କହିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ରାଜ୍ୟ ଅଧୀନରେ ଥିବା ପାର୍ବତୀପୁରମ ସବ୍‌ଡିଭିଜନକୁ ଜିଲାରେ ପରିଣତ କରି ପାର୍ବତୀପୁରମ୍‌ ମାନ୍ୟମ ତଥା ପଛୁଆ ଜିଲା ଭାବେ ଘୋଷଣା କରାଯାଇଛି। ଏବେ ଏହି ନୂତନ ଜିଲା ଅଧୀନରେ ଓଡ଼ିଶାର କୋଟିଆ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ପଞ୍ଚାୟତ ପ୍ରତି ଆଗାମୀ ଦିନରେ ଜିଲା ପ୍ରଶାସନର କିଭଳି ଆଭିମୁଖ୍ୟ ରହିବ ସେନେଇ ସମସ୍ତଙ୍କ ନଜର ରହିଛି।
ଆନ୍ଧ୍ର କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରି ଗ୍ରାମକୁ ନେଇ ନିଜ ରାଜ୍ୟର ପଞ୍ଚାୟତ ଭାବେ ନାମିତ କରିଛି। ଏଥିରେ ଆମ ପଞ୍ଚାୟତବାସୀ ନୂତନ ଜିଲା ପ୍ରଶାସନଠାରୁ ସବୁ କ୍ଷେତ୍ରରେ ଉପକୃତ ହେବେ ବୋଲି ୩ ପଞ୍ଚାୟତର ଆନ୍ଧ୍ର ସରପଞ୍ଚମାନେ କହିଛନ୍ତି। ନୂତନ ଜିଲା ପ୍ରଶାସନ ଯେକୌଣସି ସମୟରେ ଆମ ନିକଟରେ ପହଞ୍ଚତ୍ପାରିବ ବୋଲି ସେମାନେ କହିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପାମୁଲା ପୁଷ୍ପାଶ୍ରୀଭାନି ଏବଂ ସ୍ଥାନୀୟ ବିଧାୟକ ଆଲାଜାଙ୍ଗି ଜଗାରାଓ ନୂତନ ଟ୍ରେଜେରି କାର୍ଯ୍ୟାଳୟ ମଧ୍ୟ ଉଦ୍‌ଘାଟନ କରିଥିଲେ। ଅନ୍ୟପକ୍ଷରେ ନୂତନ ପାର୍ବତୀପୁରମ ମାନ୍ୟମ ଜିଲା ପ୍ରଶାସନର ଓଡ଼ିଶାର କୋଟିଆ ପଞ୍ଚାୟତ ଉପରେ କୌଣସି ପ୍ରଭାବ ରହିବ ନାହିଁ ବୋଲି ପଟ୍ଟାଙ୍ଗୀ ବିଡିଓ ସୌମ୍ୟ ସାର୍ଥକ ମିଶ୍ର କହିଛନ୍ତି। କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟ ଯେପରି ଚାଲିଥିଲା ତାହା ଆଗକୁ ମଧ୍ୟ ଜାରି ରହିବ। ସୀମାନ୍ତବାସୀଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚାଇବା ଲାଗି ସବୁବେଳେ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?