୧୦ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୫ା୯(ବ୍ୟୁରୋ):ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାଜ୍ୟରେ ଏବେ ବି ନିଅଣ୍ଟିଆ ପରିସ୍ଥିତି ଲାଗିରହିଛି। ସମଗ୍ର ରାଜ୍ୟରେ ୨ ଦିନରେ ୧୫୬ମି.ମି. ବର୍ଷା ହୋଇଥିଲେ ମଧ୍ୟ ଚଳିତ ମୌସୁମୀରେ ସେପ୍ଟେମ୍ବର ୧୪ ସୁଦ୍ଧା ୧୦ ଜିଲାରେ ସ୍ବାଭାବିକ ବର୍ଷାଠାରୁ କମ୍‌ ରହିଛି। କେବଳ କଟକ, ଜଗତ୍‌ସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲା ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି।
ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜୁନ, ଜୁଲାଇ ଓ ଅଗଷ୍ଟରେ ଯେତିକି ପରିମାଣର ବର୍ଷା ହେବା କଥା ତାହା ଏଥର ହୋଇ ନ ଥିଲା । ରାଜ୍ୟର ଅନେକ ଭାଗରେ ମରୁଡ଼ି ଆଶଙ୍କା ଦେଖାଦେଇଥିଲା। ତେବେ ସେପ୍ଟେମ୍ବର ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଗତ ୨ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ହାରାହାରି ୧୫୬ ମି.ମି. ବର୍ଷା ରେକର୍ଡ କରାଯାଇଛ। ଲଗାଣ ବର୍ଷା ଯୋଗୁ କ୍ଷୟକ୍ଷତିର ଆକଳନ କରାଯାଉଛି। ସୋମବାର ସୁଦ୍ଧା ୩ଜଣ ଓ ମଙ୍ଗଳବାର ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ୨ଟି ଜିଲାରେ ମୋଟ ୨୧ଟି ଛେଳିଙ୍କ ମୃତ୍ୟୁ ହୋଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି । ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ସେପ୍ଟେମ୍ବରରେ ହାରାହାରି ୧୦୮.୨ମିମି ବର୍ଷା ହେବାକୁ ଥିବାବେଳେ ୧୪ତାରିଖ ସୁଦ୍ଧା ୨୭୫.୫ ମିମି ବର୍ଷା ହୋଇଛି। ଯାହାକି ସ୍ବାଭାବିକଠାରୁ ୧୫୪.୬ ପ୍ରତିଶତ ଅଧିକ । ଚଳିତ ମୌସୁମୀରେ ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟରେ ସ୍ବାଭାବିିକ ଭାବେ ୧୦୫୫.୩ ମିଲିମିଟର ହେବାକୁ ଥିବା ବେଳେ ହୋଇଛି ୯୧୪ ମି.ମି. ହୋଇଛି । ସ୍ବାଭାବିକଠାରୁ ୧୩ ପ୍ରତିଶତ କମ୍‌ ରହିଛି। ତେବେ ଲଘୁଚାପ ଜନିତ ବର୍ଷା ଯୋଗୁ ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ର୍ବୋଲି ଏସ୍‌ଆର୍‌ସି କହିଛନ୍ତି।
ମହାନଦୀର ନରାଜରେ ୨୬.୪୧ ମିଟର ବିପଦ ସଙ୍କେତ ଥିବା ବେଳେ ଜଳସ୍ତର ୨୪.୯୮ ମିଟର ରହିଛି। ସେହିପରି ଦେବୀ ନଦୀର ଆଳିପିଙ୍ଗଳଠାରେ ବିପଦ ସଙ୍କେତ ସ୍ତର ୧୧.୭୬ ମିଟର ଥିବାବେଳେ ଜଳସ୍ତର ୫.୨୨ ମିଟରରେ ରହିଛି। ପାନପୋଷ ଠାରେ ଜଳ ସ୍ତର ୫ ମିଟର ତଳେ ରହିଛି । ବ୍ରାହ୍ମଣୀ ନଦୀର ଜେନାପୁରରେ ବନ୍ୟାଜଳ ବିପଦ ସଙ୍କେତ ତଳେ ରହିଥିବା ବେଳେ ବୈତରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ରହିଛି। ଏଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଥିବା ବେଳେ ବନ୍ୟା ଜଳ ୧୮.୩୦ ମିଟର ଉପରେ ପ୍ରବାହିତ ହେଉଛି। ଜଳକାରେ ବିପଦ ସଙ୍କେତର ୧ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ୪୪ଟି ମଧ୍ୟମ ଜଳଭଣ୍ଡାରରୁ ୧୧ଟିରେ ଜଳଧାରଣ କ୍ଷମତାର ୫୦ରୁ ୭୫ ପ୍ରତିଶତ ଭିତରେ ରହିଛି । ୧୧ ଟିରେ ୧୦୦ ପ୍ରତିଶତ ରହିଛି। ୨୨ଟି ଜଳଭଣ୍ଡାରରେ ଜଳଧାରଣ କ୍ଷମତାର ୫୦ ପ୍ରତିଶତ ତଳକୁ ଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?