Categories: ଖେଳ

ଓ୍ବିଲିୟମ୍ସ ଫର୍ମୁଲା ଓ୍ବାନ ଟିମ୍‌କୁ କିଣିଲା ଆମେରିକୀୟ ଫାର୍ମ

ଗ୍ରୋଭ୍‌ (ଇଂଲଣ୍ଡ), ୨୨ା୮ (ଏପି)-ଓ୍ବିଲିୟମ୍ସକୁ କ୍ରୟ କରିଛି ଏକ ଆମେରିକୀୟ ଇନଭେଷ୍ଟମେଣ୍ଟ ଫାର୍ମ। ଫର୍ମୁଲାଓ୍ବାନ୍‌ ଟିମ୍‌ ବିକ୍ରି ହେବାକୁ ଯାଉଛି ବୋଲି ଗତ ମେ ମାସରେ ଶୁଣିବାକୁ ମିଳିଥିଲା। ବିକ୍ରି ହୋଇଥିଲେ ମଧ୍ୟ ବ୍ରିଟେନର ଏହି ଟିମ୍‌ର ନାମ ପୂର୍ବଭଳି ଓ୍ବିଲିୟମ୍ସ ରହିବ। ଏହାର ଆସ୍ଥାନ ମଧ୍ୟ ଇଂଲଣ୍ଡର ଅକ୍ସଫୋର୍ଡଶାୟାରରେ ରହିବ। ୧୯୭୭ରେ ଫର୍ମୁଲା ଓ୍ବାନ୍‌ ଗ୍ରୀଡ୍‌ରେ ପାଦ ଥାପିବା ପରେ ଓ୍ବିଲିୟମ୍ସ ୭ ଡ୍ରାଇଭର୍ସ ଚାମ୍ପିୟନଶିପ୍‌ ଏବଂ ୯ କନଷ୍ଟ୍ରକ୍ଟର୍ସ ଟାଇଟଲ ଜିତିପାରିଛି। ଟିମ୍‌କୁ ଶେଷ ସଫଳତା ୧୯୯୭ରେ ଜ୍ୟାକ୍ସ ଭିଲେନ୍ୟୁଭ୍‌ ଆଣି ଦେଇଥିଲେ। ଡୋରିଲଟନ କ୍ୟାପିଟାଲର ପୁଞ୍ଜି ନିବେଶ ପରେ ଟିମ୍‌ ପୁବନର୍ବାର ବିଜୟ ପଥକୁ ଫେରପାରିବ ବୋଲି ଆଶା କରାଯାଉଛି। ଚଳିତ ସପ୍ତାହରେ କ୍ରୀଡ଼ାର ପରିଚାଳନା ପାଇଁ ନୂଆ କନକୋର୍ଡ ଏଗ୍ରିମେଣ୍ଟରେ ସମସ୍ତ ୧୦ ଫର୍ମୁଲା ଓ୍ବାନ ଟିମ୍‌ ସ୍ବାକ୍ଷର କରିବା ବେଳେ ଓ୍ବିଲିୟମ୍ସ ବିକ୍ରି ହୋଇଯାଇଥିବା ବିଷୟ ଜଣାପଡ଼ିଥିଲା।

Share