ବିକଶିତ ହେବ ଅଣଆକାଂକ୍ଷା ଜିଲା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଅନୁନ୍ନତ ଜିଲାର ବିକାଶ ପାଇଁ ଆଂକାକ୍ଷା ଯେଜନାରେ କେନ୍ଦ୍ର ସରକାର ଓଡ଼ିଶାର ୧୦ଜିଲାକୁ ସାମିଲ କରିଥିଲେ। ଏବେ ଏବେ ଅଣଆକାଂକ୍ଷା ଜିଲାର ସ୍ବତନ୍ତ୍ର ବିକାଶ ଉପରେ ଧ୍ୟାନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଜିଲାଗୁଡ଼ିକୁ ନୀତି ଆୟୋଗ ପ୍ରତ୍ୟକ୍ଷ ତଦାରଖ କରିବେ। ଏହି କ୍ରମରେ ନିକଟରେ କେନ୍ଦ୍ର ସରକାର ଓଡ଼ିଶାର ୯ ଅଣଆକାଂକ୍ଷା ଜିଲାର ବିକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ ଓ ସମ୍ବଲପୁର। ପୂର୍ବରୁ ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ଏବଂ ଢେଙ୍କାନାଳକୁ ଆକାଂକ୍ଷା ଜିଲାରେ ତାଲିକାଭୁକ୍ତ କରାଯାଇଛି। ଫଳରେ ଏବେ ୩୦ ଜିଲାରୁ ୧୯ଜିଲାର ବିକାଶମୂଳକ କାର୍ଯ୍ୟ ନୀତି ଆୟୋଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିବ। ସେହି ଜିଲାଗୁଡ଼ିକର କିପରି ବିକାଶ ହୋଇପାରିବ ସେ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ବିଶେଷକରି ଅଣଆକାଂକ୍ଷା ଜିଲାଗୁଡ଼ିକର ବିକଶିତ ସମ୍ଭାବନା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଜିଲାଗୁଡ଼ିକର ବିକାଶ ପାଇଁ ସ୍ବତନ୍ତ୍ର ଗାଇଡ୍‌ ଲାଇନ ପ୍ରସ୍ତୁତ କରାଯିବ। କେନ୍ଦ୍ର ସରକାର ବୈଷୟିକ ସହାୟତା ଦେବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେବେ।
ମୟୂରଭଞ୍ଜ ଜିଲାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଚିହ୍ନଟ କରିଥିବାବେଳେ କୃଷି ମନ୍ତ୍ରଣାଳୟ ବାଲେଶ୍ୱର ଜିଲା ଉପରେ ଫୋକସ କରିବ। ସେହିପରି ଉପକୂଳବର୍ତ୍ତୀ ଜିଲା ଯାଜପୁର, ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଜିଲାକୁ ପ୍ରାଣୀ ସମ୍ପଦ ଓ ଗୋପାଳନ ବିଭାଗ ତଦାରଖ କରିବ। ଏହି ଜିଲାଗୁଡ଼ିକରେ ପ୍ରାଥମିକ କ୍ଷେତ୍ରଗୁଡ଼ିକୁ ବିକଶିତ କରାଯାଇ ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରାଯିବ। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯାହାକି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିପାରିଛି। ସେହିପରି ଜଳ ଶକ୍ତି ମିଶନରେ ନୟାଗଡ଼ ଏବଂ ଗଞ୍ଜାମ ଜିଲାକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ତାଲିକାଭୁକ୍ତ କରାଯାଇଛି। ସମ୍ବଲପୁର ଜିଲାକୁ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲ, ଶିକ୍ଷା ଓ ସାକ୍ଷରତା ବିଭାଗ ତାଲିକାଭୁକ୍ତ କରାଯାଇଛି। ଏନେଇ ନୀତି ଆୟୋଗ ରାଜ୍ୟ ସରକାରଙ୍କୁ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ, ୨୦୧୮ରେ ନୀତି ଆୟୋଗଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୦ଆକାଂକ୍ଷା ଜିଲାକୁ ସ୍ବତନ୍ତ୍ର ଧ୍ୟାନ ଦେବା ନିମନ୍ତେ ରାଜ୍ୟ ସରକାର ୧୦ଜଣ ସଚିବ ସ୍ତରର ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହିତ ଜଣେ ରାଜ୍ୟସ୍ତରର ନୋଡାଲ ଅଫିସର ମଧ୍ୟ ନିଯୁକ୍ତ ହୋଇଛନ୍ତି। ନୋଡାଲ ଅଫିସର ନୀତି ଆୟୋଗ, ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ସହ ଜିଲାର ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ନେଇ ସମନ୍ବୟ ରକ୍ଷା କରିବେ। ନିଯୁକ୍ତ ବରିଷ୍ଠ ଅଧିକାରୀମାନେ ନିଜ ଜିଲାକୁ ପ୍ରତ୍ୟେକ ମାସରେ ୨ ଦିନ ଗସ୍ତ କରି ଆକାଂକ୍ଷା ଜିଲା ଯୋଜନାରେ ହେଉଥିବା ବିକାଶମୂଳକ କାର୍ଯ୍ୟକ୍ରମର ତଦାରଖ କରିବେ। ସେହିସବୁ ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ପୁଷ୍ଟି, ଦକ୍ଷତା ବିକାଶ, କୃଷି କ୍ଷେତ୍ରର ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ଜିଲାର ବିକାଶ ପାଇଁ ସ୍ବତନ୍ତ୍ର ଭାବେ ୧କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି। କେନ୍ଦ୍ର ସରକାର ମଧ୍ୟ ଆକାଂକ୍ଷା ଜିଲାଗୁଡ଼ିକର ତଦାରଖ କରିବାକୁ ୧୦ଜଣ ପ୍ରଭାରୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ସମଗ୍ର ଦେଶରେ ୧୧୨ ଆକାଂକ୍ଷା ଜିଲା ଥିବାବେଳେ ଏବେ ଏଥିରେ ଆଉ ୩୦ ଜିଲାକୁ ସାମିଲ କରାଯାଇଛି। ଓଡ଼ିଶା ସମେତ ଦେଶରେ ୧୪୨ ଜିଲାର ସ୍ବତନ୍ତ୍ର ବିକାଶ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେବେ। ଆକାଂକ୍ଷା ଭଳି ଅଣ ଆକାଂକ୍ଷା ଜିଲାଗୁଡ଼ିକୁ ମଧ୍ୟ ଅନୁରୂପ ଭାବେ ତଦାରଖ କରାଯିବ। ନିକଟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ନୂତନଭାବେ ସାମିଲ ହୋଇଥିବା ଜିଲାଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଜିଲାଗୁଡ଼ିକର କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ସେ ନେଇ ଜିଲାପାଳ ଏବଂ ସ୍ବତନ୍ତ୍ର ନିଯୁକ୍ତ ଅଧିକାରୀମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ରାଜ୍ୟ ସରକାରଙ୍କ ସହ ମିଶି ନୂତନ ଭାବେ ସାମିଲ ହୋଇଥିବା ଜିଲାଗୁଡ଼ିକର ବିକାଶ ଦିଗରେ କାର୍ଯ୍ୟ କରିବାକୁ ବିଭିନ୍ନ ମନ୍ତ୍ରଣାଳୟକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନୀତି ଆୟୋଗଙ୍କ ତାଲିକାରେ ନୂତନ ଭାବେ ସାମିଲ ହୋଇଥିବା ରାଜ୍ୟର ଅଣ ଆକାଂକ୍ଷା ଜିଲାଗୁଡ଼ିକ ପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ ପ୍ରସ୍ତୁତ କଲା ପରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri