ବିକଶିତ ହେବ ଅଣଆକାଂକ୍ଷା ଜିଲା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଅନୁନ୍ନତ ଜିଲାର ବିକାଶ ପାଇଁ ଆଂକାକ୍ଷା ଯେଜନାରେ କେନ୍ଦ୍ର ସରକାର ଓଡ଼ିଶାର ୧୦ଜିଲାକୁ ସାମିଲ କରିଥିଲେ। ଏବେ ଏବେ ଅଣଆକାଂକ୍ଷା ଜିଲାର ସ୍ବତନ୍ତ୍ର ବିକାଶ ଉପରେ ଧ୍ୟାନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଜିଲାଗୁଡ଼ିକୁ ନୀତି ଆୟୋଗ ପ୍ରତ୍ୟକ୍ଷ ତଦାରଖ କରିବେ। ଏହି କ୍ରମରେ ନିକଟରେ କେନ୍ଦ୍ର ସରକାର ଓଡ଼ିଶାର ୯ ଅଣଆକାଂକ୍ଷା ଜିଲାର ବିକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ ଓ ସମ୍ବଲପୁର। ପୂର୍ବରୁ ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ଏବଂ ଢେଙ୍କାନାଳକୁ ଆକାଂକ୍ଷା ଜିଲାରେ ତାଲିକାଭୁକ୍ତ କରାଯାଇଛି। ଫଳରେ ଏବେ ୩୦ ଜିଲାରୁ ୧୯ଜିଲାର ବିକାଶମୂଳକ କାର୍ଯ୍ୟ ନୀତି ଆୟୋଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିବ। ସେହି ଜିଲାଗୁଡ଼ିକର କିପରି ବିକାଶ ହୋଇପାରିବ ସେ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ବିଶେଷକରି ଅଣଆକାଂକ୍ଷା ଜିଲାଗୁଡ଼ିକର ବିକଶିତ ସମ୍ଭାବନା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଜିଲାଗୁଡ଼ିକର ବିକାଶ ପାଇଁ ସ୍ବତନ୍ତ୍ର ଗାଇଡ୍‌ ଲାଇନ ପ୍ରସ୍ତୁତ କରାଯିବ। କେନ୍ଦ୍ର ସରକାର ବୈଷୟିକ ସହାୟତା ଦେବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେବେ।
ମୟୂରଭଞ୍ଜ ଜିଲାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଚିହ୍ନଟ କରିଥିବାବେଳେ କୃଷି ମନ୍ତ୍ରଣାଳୟ ବାଲେଶ୍ୱର ଜିଲା ଉପରେ ଫୋକସ କରିବ। ସେହିପରି ଉପକୂଳବର୍ତ୍ତୀ ଜିଲା ଯାଜପୁର, ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଜିଲାକୁ ପ୍ରାଣୀ ସମ୍ପଦ ଓ ଗୋପାଳନ ବିଭାଗ ତଦାରଖ କରିବ। ଏହି ଜିଲାଗୁଡ଼ିକରେ ପ୍ରାଥମିକ କ୍ଷେତ୍ରଗୁଡ଼ିକୁ ବିକଶିତ କରାଯାଇ ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରାଯିବ। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯାହାକି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିପାରିଛି। ସେହିପରି ଜଳ ଶକ୍ତି ମିଶନରେ ନୟାଗଡ଼ ଏବଂ ଗଞ୍ଜାମ ଜିଲାକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ତାଲିକାଭୁକ୍ତ କରାଯାଇଛି। ସମ୍ବଲପୁର ଜିଲାକୁ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲ, ଶିକ୍ଷା ଓ ସାକ୍ଷରତା ବିଭାଗ ତାଲିକାଭୁକ୍ତ କରାଯାଇଛି। ଏନେଇ ନୀତି ଆୟୋଗ ରାଜ୍ୟ ସରକାରଙ୍କୁ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ, ୨୦୧୮ରେ ନୀତି ଆୟୋଗଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୦ଆକାଂକ୍ଷା ଜିଲାକୁ ସ୍ବତନ୍ତ୍ର ଧ୍ୟାନ ଦେବା ନିମନ୍ତେ ରାଜ୍ୟ ସରକାର ୧୦ଜଣ ସଚିବ ସ୍ତରର ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହିତ ଜଣେ ରାଜ୍ୟସ୍ତରର ନୋଡାଲ ଅଫିସର ମଧ୍ୟ ନିଯୁକ୍ତ ହୋଇଛନ୍ତି। ନୋଡାଲ ଅଫିସର ନୀତି ଆୟୋଗ, ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ସହ ଜିଲାର ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ନେଇ ସମନ୍ବୟ ରକ୍ଷା କରିବେ। ନିଯୁକ୍ତ ବରିଷ୍ଠ ଅଧିକାରୀମାନେ ନିଜ ଜିଲାକୁ ପ୍ରତ୍ୟେକ ମାସରେ ୨ ଦିନ ଗସ୍ତ କରି ଆକାଂକ୍ଷା ଜିଲା ଯୋଜନାରେ ହେଉଥିବା ବିକାଶମୂଳକ କାର୍ଯ୍ୟକ୍ରମର ତଦାରଖ କରିବେ। ସେହିସବୁ ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ପୁଷ୍ଟି, ଦକ୍ଷତା ବିକାଶ, କୃଷି କ୍ଷେତ୍ରର ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ଜିଲାର ବିକାଶ ପାଇଁ ସ୍ବତନ୍ତ୍ର ଭାବେ ୧କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି। କେନ୍ଦ୍ର ସରକାର ମଧ୍ୟ ଆକାଂକ୍ଷା ଜିଲାଗୁଡ଼ିକର ତଦାରଖ କରିବାକୁ ୧୦ଜଣ ପ୍ରଭାରୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ସମଗ୍ର ଦେଶରେ ୧୧୨ ଆକାଂକ୍ଷା ଜିଲା ଥିବାବେଳେ ଏବେ ଏଥିରେ ଆଉ ୩୦ ଜିଲାକୁ ସାମିଲ କରାଯାଇଛି। ଓଡ଼ିଶା ସମେତ ଦେଶରେ ୧୪୨ ଜିଲାର ସ୍ବତନ୍ତ୍ର ବିକାଶ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେବେ। ଆକାଂକ୍ଷା ଭଳି ଅଣ ଆକାଂକ୍ଷା ଜିଲାଗୁଡ଼ିକୁ ମଧ୍ୟ ଅନୁରୂପ ଭାବେ ତଦାରଖ କରାଯିବ। ନିକଟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ନୂତନଭାବେ ସାମିଲ ହୋଇଥିବା ଜିଲାଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଜିଲାଗୁଡ଼ିକର କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ସେ ନେଇ ଜିଲାପାଳ ଏବଂ ସ୍ବତନ୍ତ୍ର ନିଯୁକ୍ତ ଅଧିକାରୀମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ରାଜ୍ୟ ସରକାରଙ୍କ ସହ ମିଶି ନୂତନ ଭାବେ ସାମିଲ ହୋଇଥିବା ଜିଲାଗୁଡ଼ିକର ବିକାଶ ଦିଗରେ କାର୍ଯ୍ୟ କରିବାକୁ ବିଭିନ୍ନ ମନ୍ତ୍ରଣାଳୟକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନୀତି ଆୟୋଗଙ୍କ ତାଲିକାରେ ନୂତନ ଭାବେ ସାମିଲ ହୋଇଥିବା ରାଜ୍ୟର ଅଣ ଆକାଂକ୍ଷା ଜିଲାଗୁଡ଼ିକ ପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ ପ୍ରସ୍ତୁତ କଲା ପରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri