Odisha Elections 2024

ପ୍ରାଣୀମାନଙ୍କ ଅଦ୍ଭୁତ ବୁଦ୍ଧି

ମାନେକା ଗାନ୍ଧୀ

‘ସୋଫିସ୍‌ ଚଏସ୍‌’ ବହି କିମ୍ବା ଫିଲ୍ମରେ ପ୍ରମୁଖ ଚରିତ୍ର ବା ନାୟକଙ୍କୁ ତାଙ୍କ ଦୁଇ ପିଲାଙ୍କ ଜୀବନ ମଧ୍ୟରୁ ଗୋଟିକୁ ବାଛିବାକୁ ବାଧ୍ୟ କରାଯାଇଛି। ତୁମେ ଏହା ସ୍ଥିର କରିପାରିବ କି? ପ୍ରାଣୀଗୁଡ଼ିକ ଅନୁଭବ କରିପାରନ୍ତି ନାହିଁ କି ବିଚାର କରିପାରନ୍ତି ନାହିଁ ବୋଲି ଅନେକ ମାଂସାହାରୀ ବ୍ୟକ୍ତି ଦାବି କରନ୍ତି । ପ୍ରାଣୀ ହତ୍ୟାର ଏହା ଉଚିତ କାରଣ ବୋଲି ଦର୍ଶାଇବାକୁ ସେମାନେ ଚେଷ୍ଟା କରିଥାନ୍ତି। ସେମାନେ ସେମାନଙ୍କ ଜ୍ଞାନ ବା ବୁଦ୍ଧିକୁ ଏକ ମୁଖ୍ୟ ମାନଦଣ୍ଡ ଭାବେ ଉପସ୍ଥାପନ କରିବା ସହ ପୃଥିବୀରେ ଅଧିକାରକୁ ଜାହିର କରି ଆସିଛନ୍ତିି। କିନ୍ତୁ ପୃଥିତ୍ବୀରେ ଛୋଟ ହେଉ କି ବଡ଼ ସବୁ ପ୍ରାଣୀ ବୁଦ୍ଧିଆ ଓ ବିସ୍ମୟକର ଅଟନ୍ତି, ଯାହାର ପ୍ରମାଣ ଏଠାରେ ଉପସ୍ଥାପନ କରାଯାଉଛି।
ଆସନ୍ତୁ ପ୍ରଥମେ ଏକ ଛୋଟ ଜୀବରୁ ଆରମ୍ଭ କରିବା। ଆମ ଚାରିପାଖରେ ରହୁଥିବା ବମ୍ବଲବି(ଏକ ପ୍ରକାର ବଡ଼ ଲୋମଶ ମହୁମାଛି) କିପରି ଜଟିଳ ଅପ୍ରାକୃତିକ କାର୍ଯ୍ୟ ସମାଧାନ କରିପାରନ୍ତି ତାହା ଲକ୍ଷ୍ୟ କରିବା। ଏକ ଗବେଷକ ଟିମ୍‌ ଚିନିପାଣିକୁ ନେଇ ଷ୍ଟିଙ୍ଗ୍‌ ପୁଲିଂ ସ୍କିଲ୍‌ ବା କୌଶଳ ସମ୍ପର୍କରେ ଏହି ମହୁମାଛିଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଯେଉଁ ମହୁମାଛିମାନେ ଏହି କୌଶଳ ହାସଲ କରିିଥିଲେ, ସେମାନଙ୍କୁ ଇନୋଭେଟର ବା ‘ଆବିଷ୍କାରକ’ ବର୍ଗ ଭାବେ ଚିହ୍ନିତ କରାଗଲା । ପ୍ରଶିକ୍ଷିତ ମହୁମାଛିଙ୍କୁ ଲକ୍ଷ୍ୟ କରୁଥିବା ୨୫ଟି ଅପ୍ରଶିକ୍ଷିତ ମହୁମାଛିଙ୍କ ମଧ୍ୟରୁ ପ୍ରାୟ ୬୦% ଏହି କୌଶଳ ମଧ୍ୟ ଶିଖିଯାଇଥିଲେ। ପରେ ଗବେଷକମାନେ ଗୋଟିଏ ଇନୋଭେଟର ମହୁମାଛିକୁ ତିନୋଟି ଭିନ୍ନ ଭିନ୍ନ ଅପ୍ରଶିକ୍ଷିତ ମହୁମାଛିଙ୍କ ବସାରେ ଛାଡ଼ିଥିତ୍ଲେ। ଏହି କୌଶଳକୁ ଇନୋଭେଟର ମହୁମାଛି ଖୁବ୍‌ ଶୀଘ୍ର ବିସ୍ତାର କରିଥିଲେ। ଏପରିକି ଅପ୍ରଶିକ୍ଷିତ ମହୁମାଛିଙ୍କ ମଧ୍ୟରୁ ଅଧା ଇନୋଭେଟର ମହୁମାଛିଙ୍କଠାରୁ ଏହି କୌଶଳ ଶିଖିଯାଇଥିଲେ। ଏମିତି କି ଅସଲି ଇନୋଭେଟର ମହୁମାଛି ମରିଗଲା ପରେ ବି ଏହି କୌଶଳ ସେମାନଙ୍କ ପର ପିଢ଼ିଗୁଡ଼ିକୁ ବିସ୍ତାରିତ ହେବାରେ ଲାଗିଥିଲା। ଏଣୁ ମହୁଫେଣା ଗଢ଼ିବା ଭଳି ଜଟିଳ କାର୍ଯ୍ୟ ସହ ସେମାନଙ୍କ ଗୋଷ୍ଠୀଗତ ଜୀବନର ପରିଚାଳନା କରିବାରେ ମହୁମାଛିଙ୍କ ନିକଟରେ ଥିତ୍ବା ଅସାଧାରଣ ବୁଦ୍ଧି ବ୍ୟତୀତ ନୂଆ କୌଶଳ ଶିକ୍ଷା କରିବା ଓ ଶିକ୍ଷା ଦେବା, ପ୍ରସାର କରିବା ଓ ତାହାକୁ ପିଢ଼ିକୁ ପିଢ଼ି ବିସ୍ତାର କରିବାରେ ବି ସେମାନଙ୍କର ଜ୍ଞାନ ରହିଛି।
ଓ୍ବେଷ୍ଟର୍ନ ସ୍କ୍ରୁବ୍‌ ଜୟ (ପ୍ରଶାନ୍ତ ମହାସାଗର ଉପକୂଳ ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଆଭ୍ୟନ୍ତରୀଣ ଅଞ୍ଚଳରେ ଦେଖିବାକୁ ମିଳୁଥିବା ଏକ ପ୍ରକାର ନୀଳ ଧୂସର ରଙ୍ଗର ଛୋଟ ପକ୍ଷୀ) ଆଗକୁ ଖାଇବା ଲାଗି ଗଚ୍ଛିତ ରଖିଥିବା ଖାଦ୍ୟ ସମ୍ପର୍କରେ କିଭଳି ମନେରଖି ପାରନ୍ତି, ତାହା ଉପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗବେଷକମାନେ ପରୀକ୍ଷା କରିଥିଲେ। ଏହି ପକ୍ଷୀମାନଙ୍କ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଲୁଚାଇ ରଖିତ୍ବାକୁ ଦିଆଯାଇଥିଲା। ଏହି ଖାଦ୍ୟ ମଧ୍ୟରେ କିଛି ନଷ୍ଟ ହେବା ଭଳି (କୀଟ) ଓ ବହୁଦିନ ରହିବା ଭଳି (ବାଦାମ) ରଖାଯାଇଥିତ୍ଲା। ୪ ଘଣ୍ଟା ପରେ ବାଦାମକୁ ଖୋଜିବା ପୂର୍ବରୁ ସେମାନେ ପ୍ରିୟ ଖାଦ୍ୟ କୀଟକୁ ପ୍ରଥମେ ଖୋଜିବାରେ ଲାଗିଗଲେ। କିନ୍ତୁ ପାଞ୍ଚଦିନ ପରେ ସେମାନଙ୍କଠାରେ ବିପରୀତ ପ୍ରତିକ୍ରିୟା ଲକ୍ଷ୍ୟ କରାଗଲା। ସେମାନେ ଆଉ କୀଟ ଖୋଜିବା ଉପରେ ଗୁରୁତ୍ୱ ଦେଲେ ନାହିଁ। କିନ୍ତୁ ସେମାନେ ସେ ପର୍ଯ୍ୟନ୍ତ ବାଦମ ରଖାଯାଇଥିବା ଜାଗାକୁ ମନେରଖିଥିଲେ। ଖାଦ୍ୟ ଲୁଚାଇ ରଖିଥିବା ସ୍ଥାନକୁ ସେମାନେ କେବଳ ମନେ ରଖିପାରନ୍ତି ତାହା ନୁହେଁ, ବରଂ ଏବେ କ’ଣ ଖାଇବା ଉଚିତ ଓ ଆଗକୁ କ’ଣ ଗଚ୍ଛିତ ରଖିତ୍ବା ଦରକାର, ସେ ସମ୍ପର୍କରେ ସେମାନେ ଭଲ ଭାବେ ବିଚାର କରିପାରନ୍ତି। କାଉକୁ ବି ଛୋଟ ଦୃଷ୍ଟିରେ ଦେଖନାହିଁ। ଗବେଷଣାରୁ ଜଣାପଡିଛି, କାଉମାନେ ଉପତ୍ୀଡକ ବ୍ୟକ୍ତିମାନଙ୍କୁ ଭଲଭାବେ ମନେ ରଖିପାରନ୍ତି। ଆମ ଭଳି ମଧ୍ୟ କାଉ ବେଳେବେଳେ ଭୁଲିଯାଆନ୍ତି କିମ୍ବା କିଛି ଛାଡିଯାଇଥାନ୍ତି, କିନ୍ତୁ ସେମାନେ ଯାହାକୁ ଟାର୍ଗେଟ କରନ୍ତି ତା’ଉପରେ ପ୍ରତିଶୋଧ ନିଅନ୍ତି, ଯାହା କେବେ ଆଶା କରାଯାଇ ନ ଥାଏ। ଏହାସହ ସେମାନେ ଏକାଠି ହୋଇ ଜୋର୍‌ ରଡ଼ି ଛାଡ଼ନ୍ତି ଓ ଏହି ଅପ୍ରତ୍ୟାଶିତ ଆକ୍ରମଣରେ ଅନ୍ୟମାନେ ଯୋଗ ଦେଇଥାନ୍ତି। ଏ କ୍ଷେତ୍ରରେ ଯେଉଁ ବୁଦ୍ଧି କାମ କରେ, ତାହା ଆମ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ କାର୍ଯ୍ୟକାରୀ କରିବାର ରଣନୀତି ସହ ତୁଳନୀୟ। କୁକୁଡାମାନଙ୍କର ସାଂଖିକ ଜ୍ଞାନ ରହିଛି ଓ ସେମାନେ ବାସ୍ତବରେ ଗଣିପାରନ୍ତି। ବୟସ୍କ କୁକୁଡ଼ା ପରଦା ପଛରେ ଲୁଚାଯାଇଥିବା ଦୁଇ ପ୍ରକାର ଜିନିଷକୁ ପରିବର୍ତ୍ତନ କଲେ ମଧ୍ୟ ତାହା ଜାଣିପାରନ୍ତି। ପରଦା ପଛରେ କେଉଁଠି ଅଧିକ ଜିନିଷ ରଖାଯାଇଛି, ତାହାକୁ ସେମାନେ ବାରମ୍ବାର ଚିହ୍ନଟ କରିପାରନ୍ତି। ସେମାନେ ମଧ୍ୟ ମିଶାଣ ଓ ଫେଡାଣର ଦ୍ୱନ୍ଦ୍ୱକୁ ସହଜରେ ସୂଚାଇଦିଅନ୍ତି। କିନ୍ତୁ ଗଣିତରେ ସବୁଠାରୁ ବୁଦ୍ଧିଆ ଜୀବ ହେଉଛି ହାତୀ। ମଣିଷଙ୍କ ଭଳି ହାତୀମାନେ ଜଟିଳ ସାଂଖିକ କ୍ରିୟାର ସମାଧାନ କରିବାରେ ସକ୍ଷମ ବୋଲି ୨୦୧୮ରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ଗବେଷକମାନେ ୧୪ବର୍ଷୀୟ ଅଥାଇ ନାମକ ଏକ ମାଈ ଏସୀୟ ହାତୀକୁ କମ୍ପ୍ୟୁଟର ଟଚ୍‌ ସ୍କ୍ରିନ ପ୍ୟାନେଲ ବ୍ୟବହାର କରିବା ଲାଗି ପ୍ରଶିକ୍ଷଣ ଦେଇଥିଲେ। ସେ ତାହା ତା’ର ଶୁଣ୍ଢ ଅଗ୍ରଭାଗରେ ଟଚ୍‌ କରି ସୂଚାଇ ଦେବାକୁ କୁହାଯାଇଥିତ୍ଲା। ଏକାବେଳକେ ବହୁ ଆଇଟମ ରଖାଯାଇ ତା’ମଧ୍ୟରୁ ଦୁଇ ସଂଖ୍ୟା ବିଶିଷ୍ଟ ଆଇଟମ୍‌କୁ ଚିହ୍ନଟ କରିବାକୁ କୁହାଯାଇଥିତ୍ଲା। କେଉଁଥିରେ ଅଧିକ ସଂଖ୍ୟକ ଆଇଟମ ରହିଥିଲା ତାହା ସେ ସୂଚାଇ ଦେଇଥିଲା। ଏହା କେବଳ ଏକ ଭଲ ଫଳାଫଳ ଥିଲା ତାହା ନୁହେଁ, ବରଂ ପ୍ରାଣୀମାନେ ବି ଭଲ ଭାବେ ମନେରଖିପାରିଥାନ୍ତି ଏବଂ ମଣିଷ ଯେମିତି ଗଣି ପାରନ୍ତି ସେମାନେ ବି ସେମିତି କରିପାରନ୍ତି, ତାହାର ଏହା ଏକ ପ୍ରମାଣ।
ମୂଷା ଅତି ଛୋଟ ହେଲେ ମଧ୍ୟ କୌଣସିି ଏକ କାର୍ଯ୍ୟରେ ସେମାନେ ଦେଖିଲା ଭଳି ଦକ୍ଷତା ଦେଖାଇଥାନ୍ତି। ଖାଇଥିବା ଖାଦ୍ୟଗୁଡ଼ିକ ମଧ୍ୟରେ କେଉଁ ଖାଦ୍ୟ ବିଷାକ୍ତ ଓ ସେମାନଙ୍କୁ ଅସୁସ୍ଥ କରିଥିଲା ତାହା ବହୁ ଦିନ ପରେ ବି ଜାଣିବାରେ ସେମାନେ ସକ୍ଷମ ହୋଇଥାନ୍ତି। ମଣିଷ ଭଳି ବହୁ ଦିନ ତଳେ ଘଟିଥିବା କୌଣସି ଏକ ଘଟଣା ସମ୍ପର୍କରେ ଚିନ୍ତା କରିବାର କ୍ଷମତା ରହିଛି ମୂଷାର। ମାଛର ବୁଦ୍ଧି,ସ୍ମରଣ ଶକ୍ତି କି ଯନ୍ତ୍ରଣା ଅନୁଭବ କରିବାର କ୍ଷମତା ନାହିଁ ବୋଲି ଭାବିବା ଭୁଲ୍‌ । ପ୍ରକାଶ ପାଇଥିତ୍ବା ଏକ ଗବେଷଣାଭିତ୍ତିକ ପୁସ୍ତକରୁ ଜଣାପଡିଛି ଯେ, ମାଛମାନଙ୍କ ବିଭିନ୍ନ ପ୍ରକାର କ୍ଷମତା ରହିଛି ଯାହା ଆମଠାରୁ ଭିନ୍ନ ନୁହେଁ। ଆର୍କର ଫିସ୍‌ ଏବଂ ଡାମେଫିସ୍‌ର ମଣିଷ ମୁହଁ ଚିହ୍ନିବାର କ୍ଷମତା ରହିଛି। ଏମିତିକି ମୁହଁ ଅଧା ଲୁଚାଇ ରଖିଲେ ବା ଅସ୍ପଷ୍ଟ ଦୃଶ୍ୟମାନ ମୁହଁକୁ ମଧ୍ୟ ସେମାନେ ଚିହ୍ନି ପାରନ୍ତି। ଏଥିରୁ ଜଣାପଡେ ଯେ, କାହାକୁ ଦେଖି ସମୀକ୍ଷା କରିବା ସହ କୌଣସି ଜିନିଷକୁ ପ୍ରୋସେସିଂ କରିବା ମାଛଠାରେ ଦେଖିବାକୁ ମିଳେ। ମଣିଷ ଖୁସିରେ କି ରାଗରେ ରହିଛି ତାହା ଆମ ମୁହଁରୁ କୁକୁର ଜାଣିପାରେ ବୋଲି ଗବେଷଣାରୁ ଜଣାପଡିଛି। ୨୦୧୭ରେ କରାଯାଇଥିବା ଏକ ଅନୁଧ୍ୟାନରେ ମନସ୍ତତ୍ତ୍ୱବିତ୍‌ମାନେ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ମଣିଷଙ୍କ ଦୃଷ୍ଟି ଆକର୍ଷଣ ତଥା ସହାନୁଭୂତି ପାଇବା ଲାଗି କୁକୁରମାନେ ମଧ୍ୟ ମୁହଁରେ ଏକ ନିର୍ଦ୍ଦିଷ୍ଟ ଭାବଭଙ୍ଗୀ ପ୍ରକାଶ କରିଥାନ୍ତି। କୁକୁର ଭଳି ଛେଳି ମଧ୍ୟ ବୁଦ୍ଧିଆ। ସେମାନେ ମଧ୍ୟ ଆମ ଭାବକୁ ଜାଣିପାରନ୍ତି ଏବଂ ଦୁଃଖୀ ଓ ସୁଖୀ ମଣିଷ ମଧ୍ୟରେ ପ୍ରଭେଦକୁ ବାରିପାରନ୍ତି। କୁକୁରଙ୍କ ଭଳି ଏମାନେ ବି ମଣିଷ ସହ ଭାବଗତ ସମ୍ପର୍କ ସ୍ଥାପନ କରିବାରେ ଦକ୍ଷ। ମେଣ୍ଢା ମଧ୍ୟ ମୁହଁ ଚିହ୍ନିବାରେ ପାରଙ୍ଗମ। ମଣିଷ ମୁହଁର ଭାବ ସେମାନେ ସହଜରେ ଜାଣିପାରନ୍ତି। ଗବେଷଣାରୁ ଜଣାପଡିଛି ଯେ, ଗୋଟିଏ ମେଣ୍ଢା ୫୦ଟି ମେଣ୍ଢାଙ୍କ ମୁହଁ ଓ ୫୦ଟି ବିଭିନ୍ନ ପ୍ରକାର ଛବିକୁ ମନେ ରଖିତ୍ପାରନ୍ତି। ମଣିଷଙ୍କ ବୁଦ୍ଧିର ସବୁଠୁ ବଡ଼ ଲକ୍ଷଣ ରହିଛି ଡଲଫିନ ଠାରେ । ଏକ ଗବେଷଣାରେ ନଟୁଆ ନାମକ ଏକ ଡଲ୍‌ଫିନକୁ ଉଚ୍ଚ ଓ ନିମ୍ନ ସ୍ବର ଠାବ କରିବା ଲାଗି କୁହାଯାଇଥିତ୍ଲା। ସ୍ବର ସ୍ପଷ୍ଟ ଓ ଉଚ୍ଚ ରହିବାବେଳେ ସେ ଦ୍ରୁତ ବେଗରେ ପହଁରିଥିଲା ଓ ସ୍ବର ଧିମାଥିଲାବେଳେ ଧୀରେ ଧୀରେ ପହଁରି ମୁଣ୍ଡ ହଲାଇବା ସହ ଅସ୍ଥିର ହୋଇଯାଇଥିଲା। କି ଚମତ୍କାର ବୁଦ୍ଧି ତା’ର!
ଏକ ପରୀକ୍ଷାରୁ ଜଣାପଡିଛି ସିିମ୍ପାଞ୍ଜିଙ୍କ ବୁଦ୍ଧି। ଦୂରରେ ଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ କେତେ ସମୟ ଲାଗିବ ତାହା ସେମାନେ ଠିକ୍‌ ଭାବେ ଗଣନା କରିପାରନ୍ତି। କେବଳ ଏତିକି ନୁହେଁ ଅତୀତର ଅନୁଭୂତିକୁ ଆଧାର କରି ପୂର୍ବରୁ ଯୋଜନା କରିବାର କ୍ଷମତା ରହିଛି ଏମାନଙ୍କର। ଆମ ଭଳି ସେମାନେ ଖୁସି ଥିଲେ ହସନ୍ତି। ଏତେ ଆଶ୍ଚର୍ଯ୍ୟ ଧରଣର ପ୍ରାଣୀ ରହିଥିବା ଯଦି ଆମେ ଦେଖିବା ନାହିଁ, ତେବେ ତାହା ଆମ ବୁଦ୍ଧିର ଅଭାବ, ସେମାନଙ୍କର ନୁହେଁ। ଏବେ ଯଦି ତୁମେ ଗୋଟିଏ ପ୍ରାଣୀର ମାଂସ ଖାଇବାକୁ ଆଗଭର ହେବ, ତୁମେ ବୁଝିବାକୁ ହେବ ଯେ ତୁମର ବୁଦ୍ଧି ଓ ବିବେକ ଖଟାଉ ନାହଁ କି ତୁମର ଦୃଦୟ ବି ନାହିଁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର...

ଦଶମ ପରୀକ୍ଷାଫଳ

ଡ. ମନୋରଞ୍ଜନ ପ୍ରଧାନ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ମୋଟାମୋଟି ଭାବରେ...

ବିରାଡ଼ି ହାତରେ ମାଛଭାର

ଡ. ପ୍ରଫୁଲ୍ଲ କୁମାର ସାହୁ ଗଣତନ୍ତ୍ର କହିଲେ ସାଧାରଣତଃ ସମାନତା, ସ୍ବାଧୀନତା ଓ ଆଇନର ଶାସନକୁ ବୁଝାଏ, ଯାହା ଏକ ପ୍ରତିନିଧିମୂଳକ କାର୍ଯ୍ୟବିଧି। ଏହା ଲୋକଙ୍କ...

ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ଚାରିଧାମ ଯଥା ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଯାତ୍ରା ଏକ ଧାର୍ମିକ ଯାତ୍ରା। ଏହି ଚାରିଧାମ ଯାତ୍ରା ମୁଖ୍ୟତଃ ପାଣିିପାଗ ସ୍ଥିତିକୁ ଲକ୍ଷ୍ୟ...

ଏଇ ଭାରତରେ

ଧୁମ୍‌ଧାମ୍‌ରେ ପୁଅ ବାହାଘର କରିବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏମିତି ଇଚ୍ଛା ବେଳେବେଳେ ସମାଜରେ ବଞ୍ଚତ୍ରହିବା ଦୁର୍ବିଷହ କରିଦିଏ। ଏଭଳି ଏକ ଘଟଣା...

କୃଷିଭୂମି ରୂପାନ୍ତରଣର ବିପଦ

ଈପ୍ସିତା ମହାନ୍ତି   ପ୍ରାଚୀନ ଭାରତୀୟ ସଂସ୍କୃତ ପୁସ୍ତକରେ କୃଷିଜମି ୧୨ ଶ୍ରେଣୀରେ ବିଭକ୍ତ ଥିଲା। ‘ଭୂମିବର୍ଗା’ ନାମକ ଏହି ପୁସ୍ତକ ୨ ହଜାର ବର୍ଷ...

ରାଜନେତାଙ୍କ ଅନୁଭବ ବାହାରେ

ହରେକୃଷ୍ଣ ପଣ୍ଡା   ଅନ୍ୟାନ୍ୟ ଦେଶ ଭଳି ଭାରତ ଏକ ଭୂଖଣ୍ଡ ନୁହେଁ। ଏ ଦେଶର ମାଟି, ଗୋଡି, ପାହାଡ, ପର୍ବତ ଜୀବନ୍ତ ବୋଲି ମହାନ୍‌...

ଦାୟିତ୍ୱହୀନତାରୁ ବିପର୍ଯ୍ୟୟ

ଏବେ ଦୁଇଟି ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିବା ଭଳି ବିଷୟ ଭାବେ ଉଭା ହୋଇଛି। ୨୫ ମେ’ ୨୦୨୪ରେ ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri