ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ନ ଦେଲେ ଆନ୍ଦୋଳନ: ଚେତାବନୀ ଦେଲା କ୍ରିୟାନୁଷ୍ଠାନ କମିଟି

ବାଲେଶ୍ୱର ଅଫିସ, ୮।୭-ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଦାବି କରାଯାଇଛି। ଏ ଦିଗରେ ଧ୍ୟାନ ଦିଆ ନ ଗଲେ ଜିଲାବାସୀଙ୍କ ସହଯୋଗରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଙ୍ଗଳବାର କମିଟି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି।
ଫକୀରମୋହନ ମେଡ଼ିକାଲ କଲେଜରେ ୫୦୦ଶଯ୍ୟା ବିଶିଷ୍ଟ ହସ୍‌ପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ, ଜିଲାକୁ ମଞ୍ଜୁରୀପ୍ରାପ୍ତ ୫୦ଶଯ୍ୟା ବିଶିଷ୍ଟ ଆୟୁଷ ହସ୍‌ପିଟାଲ ପାଇଁ ସ୍ଥାନ ନିରୂପଣ, ନିର୍ମାଣାଧୀନ ଏମସ୍‌ ସାଟେଲାଇଟ୍‌ ସେଣ୍ଟର ବହିର୍ବିଭାଗ କାର୍ଯ୍ୟ ତୁରନ୍ତ ଶେଷକରି ଏହାକୁ କାର୍ଯ୍ୟକ୍ଷମ କରିବା, ଏମ୍‌ସିଆଇର ନିର୍ଦ୍ଦେଶାନୁଯାୟୀ ଡାକ୍ତରୀ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ପଦବୀ ପୂରଣ କରିବା, ମେଡ଼ିକାଲ କଲେଜରେ ଡାକ୍ତରୀ ଶିକ୍ଷାଦାନ ପାଇଁ ୧୫୦ସିଟ୍‌କୁ ବୃଦ୍ଧି କରିବା ଆଦି ବିଭିନ୍ନ ଦାବି ନେଇ ସମ୍ପୃକ୍ତ ବିଭାଗୀୟ ଉଚ୍ଚଅଧିକାରୀ ଓ ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ସମାଧାନ ହେଉ ନ ଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। ଜିଲାପାଳଙ୍କ ତରଫରୁ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ପ୍ରତିନିଧିମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ବାଲେଶ୍ୱର ଉପଜିଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନେ ସାକ୍ଷାତ୍‌ କରି ଜିଲାର ସ୍ବାସ୍ଥ୍ୟସେବା ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ନିରଞ୍ଜନ ପରିଡ଼ା, ବରିଷ୍ଠ କର୍ମକର୍ତ୍ତା ଭଗବାନ ଚନ୍ଦ୍ର ରାଉତ, ପ୍ରଭାକର ସାହୁ, ନିରଞ୍ଜନ ରାଉତ, ଅର୍ଚ୍ଚନା ନନ୍ଦୀ, ଶ୍ରଦ୍ଧାଞ୍ଜଳୀ ରାୟ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ଦାସ, ଶ୍ୟାମସୁନ୍ଦର ଜେନା, ପ୍ରସନ୍ନ କୁମାର, ବସନ୍ତ ନାୟକ, ଯଶୋଦା ନନ୍ଦନ ଆସ୍‌, ରାମଚନ୍ଦ୍ର ସେଠୀ, ଜ୍ୟୋତ୍ସ୍ନା ପାଣି, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ସେକ୍‌ କରିମ୍‌ଉଦ୍ଦିନ, ନାରାୟଣ ପାଣିଗ୍ରାହୀ, ରାମଚନ୍ଦ୍ର ବାଗ ଓ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?