ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ନ ଦେଲେ ଆନ୍ଦୋଳନ: ଚେତାବନୀ ଦେଲା କ୍ରିୟାନୁଷ୍ଠାନ କମିଟି

ବାଲେଶ୍ୱର ଅଫିସ, ୮।୭-ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଦାବି କରାଯାଇଛି। ଏ ଦିଗରେ ଧ୍ୟାନ ଦିଆ ନ ଗଲେ ଜିଲାବାସୀଙ୍କ ସହଯୋଗରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଙ୍ଗଳବାର କମିଟି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି।
ଫକୀରମୋହନ ମେଡ଼ିକାଲ କଲେଜରେ ୫୦୦ଶଯ୍ୟା ବିଶିଷ୍ଟ ହସ୍‌ପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ, ଜିଲାକୁ ମଞ୍ଜୁରୀପ୍ରାପ୍ତ ୫୦ଶଯ୍ୟା ବିଶିଷ୍ଟ ଆୟୁଷ ହସ୍‌ପିଟାଲ ପାଇଁ ସ୍ଥାନ ନିରୂପଣ, ନିର୍ମାଣାଧୀନ ଏମସ୍‌ ସାଟେଲାଇଟ୍‌ ସେଣ୍ଟର ବହିର୍ବିଭାଗ କାର୍ଯ୍ୟ ତୁରନ୍ତ ଶେଷକରି ଏହାକୁ କାର୍ଯ୍ୟକ୍ଷମ କରିବା, ଏମ୍‌ସିଆଇର ନିର୍ଦ୍ଦେଶାନୁଯାୟୀ ଡାକ୍ତରୀ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ପଦବୀ ପୂରଣ କରିବା, ମେଡ଼ିକାଲ କଲେଜରେ ଡାକ୍ତରୀ ଶିକ୍ଷାଦାନ ପାଇଁ ୧୫୦ସିଟ୍‌କୁ ବୃଦ୍ଧି କରିବା ଆଦି ବିଭିନ୍ନ ଦାବି ନେଇ ସମ୍ପୃକ୍ତ ବିଭାଗୀୟ ଉଚ୍ଚଅଧିକାରୀ ଓ ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ସମାଧାନ ହେଉ ନ ଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। ଜିଲାପାଳଙ୍କ ତରଫରୁ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ପ୍ରତିନିଧିମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ବାଲେଶ୍ୱର ଉପଜିଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନେ ସାକ୍ଷାତ୍‌ କରି ଜିଲାର ସ୍ବାସ୍ଥ୍ୟସେବା ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ନିରଞ୍ଜନ ପରିଡ଼ା, ବରିଷ୍ଠ କର୍ମକର୍ତ୍ତା ଭଗବାନ ଚନ୍ଦ୍ର ରାଉତ, ପ୍ରଭାକର ସାହୁ, ନିରଞ୍ଜନ ରାଉତ, ଅର୍ଚ୍ଚନା ନନ୍ଦୀ, ଶ୍ରଦ୍ଧାଞ୍ଜଳୀ ରାୟ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ଦାସ, ଶ୍ୟାମସୁନ୍ଦର ଜେନା, ପ୍ରସନ୍ନ କୁମାର, ବସନ୍ତ ନାୟକ, ଯଶୋଦା ନନ୍ଦନ ଆସ୍‌, ରାମଚନ୍ଦ୍ର ସେଠୀ, ଜ୍ୟୋତ୍ସ୍ନା ପାଣି, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ସେକ୍‌ କରିମ୍‌ଉଦ୍ଦିନ, ନାରାୟଣ ପାଣିଗ୍ରାହୀ, ରାମଚନ୍ଦ୍ର ବାଗ ଓ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳା, ସଂସ୍କୃତି, ପରମ୍ପରାର ପ୍ରତୀକ ‘ଝୋଟିଚିତା’: ଜାତୀୟସ୍ତରୀୟ ଝୋଟି ମହୋତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୨୦।୧୨-ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ତରଫରୁ ଗୁରୁବାର ଦିବାରାତ୍ର ଜାତୀୟସ୍ତରୀୟ ଝୋଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ...

ବାତ୍ୟା ପରେ ବନ୍ୟା, ତଳିଆ ଅଞ୍ଚଳ ଲୋକେ ଆତଙ୍କିତ

ବାଲେଶ୍ୱର ଅଫିସ,୨୮ା୫: ବାତ୍ୟା ‘ୟାସ୍‌’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାଲେଶ୍ବର ଦେଇ ପ୍ରବାହିତ ସୁବର୍ଣ୍ଣରେଖା ସମେତ ବୁଢ଼ାବଳଙ୍ଗ ଏବଂ ଜଳକା ନଦୀର...

ମାଙ୍କଡା ଖୋଳିବାରୁ ପାଣି ନାଳ ନଷ୍ଟ

ଖଇରା, ୮।୧(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ରଟିଣା ବାଲିଶାସନ ନିକଟରେ କେତେଜଣ ବ୍ୟକ୍ତି ମାଙ୍କଡା ଓ ମୋରମ ଖୋଳିବା...

ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ସିମୁଳିଆ, ୬।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାରୁ ଖୋର୍ଦ୍ଧା ଜିଲାର ଜଟଣୀ ଅଞ୍ଚଳକୁ ଚୋରାଚାଲାଣ ବେଳେ ସିମୁଳିଆ ଥାନା ପୋଲିସ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରି ୨ଜଣ ଯୁବକଙ୍କୁ...

ଝଲସିଲାଣି ପତିରାଜପୁର ମେଳା ମଣ୍ଡପ: ବିରାଜିବେ ଦୋଳଗୋବିନ୍ଦ

ଖଇରା, ୯।୩-କଳା, ସଂସ୍କୃତି, ଆଧ୍ୟାତ୍ମିକତା ଓ ଐତିହ୍ୟର ପ୍ରତୀକ ଭାବେ ବାଲେଶ୍ୱର ଜିଲାର ପତିରାଜପୁର ମେଳା ପ୍ରସିଦ୍ଧ। ସୋମବାର ରାତିରୁ ମେଳା ପଡିଆରେ ଦୋଳମେଳନ ଆରମ୍ଭ...

ଚନ୍ଦନେଶ୍ୱରରେ ବଙ୍ଗୀୟ ମହିଳାଙ୍କୁ ବଳାତ୍କାର

ଭୋଗରାଇ, ୧୩।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ମେରାଇନ୍‌ ଥାନା ଅଧୀନ ଚନ୍ଦନେଶ୍ୱରସ୍ଥିତ ଏକ ହୋଟେଲରେ ଜଣେ ବଙ୍ଗୀୟ ମହିଳାଙ୍କୁ ରବିବାର ରାତିରେ ବଳାତ୍କାର କରାଯାଇଛି। ଏହି...

ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ୍ତ ହେଲେ ୧୦୦ ଆବେଦନକାରୀ

ବାଲେଶ୍ୱର ଅଫିସ/ରୂପସା, ୫ ।୩ (ଡି.ଏନ.ଏ.) ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଆଦର୍ଶ ବିଦ୍ୟାଳୟ ପାଇଁ ଶୁକ୍ରବାର ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରୁ ବାଲେଶ୍ୱର ଜିଲାରେ...

ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର, ୩୧ା୮-ଏକ ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ତୃତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୋନାଲି ପଟ୍ଟନାୟକ ଶୁକ୍ରବାର ଦୋଷୀଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ...

Advertisement
Archives

Model This Week