Categories: ଖେଳ

କିମ୍ବଦନ୍ତୀ ପର୍ବତାରୋହୀଙ୍କ ପରଲୋକ

କାଠମାଣ୍ଡୁ, ୨୨ା୯ (ପି.ଟି.)-କିମ୍ବଦନ୍ତୀ ନେପାଳୀ ପର୍ବତାରୋହୀ ଅଙ୍ଗ୍‌ରିଟା ଶେର୍ପାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୨ବର୍ଷ ହୋଇଥିଲା। ଅକ୍ସିଜେନ୍‌ ସିଲିଣ୍ଡରର ସହାୟତା ନ ନେଇ ୧୯୮୩ରୁ ୧୯୯୬ ମଧ୍ୟରେ ସେ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟକୁ ୧୦ ଥର ଆରୋହଣ କରିଥିଲେ। ଏଥିପାଇଁ ତାଙ୍କ ନାମ ଗିନିଜ ଓ୍ବାଲର୍‌ଡ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି। ସେ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ତାଙ୍କ ମସ୍ତିଷ୍କ ଓ ଯକୃତ ଭଲରୂପେ କାମ କରୁ ନ ଥିଲା। ସୋମବାର କାଠମାଣ୍ଡୁସ୍ଥିତ ନିଜସ୍ବ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଅଙ୍ଗ୍‌ରିଟା ‘ସ୍ନୋ ଲିଓପାର୍ଡ’ ଭାବେ ପରିଚିତ ଥିଲେ। ସେ ଏକ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

Share