Posted inଖେଳ

ପୂର୍ବତନ ହେଭିଓ୍ବେଟ୍‌ ଚାମ୍ପିୟନ ସ୍ପିଙ୍କ୍ସଙ୍କ ପରଲୋକ

ଲାସ୍‌ ଭେଗାସ, ୮ା୨ (ଏପି)-ପୂର୍ବତନ ହେଭିଓ୍ବେଟ୍‌ ଚାମ୍ପିୟନ ଲିଅନ୍‌ ସ୍ପିଙ୍କ୍ସଙ୍କ ପରଲୋକ ହୋଇଛି। ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ସେ ଅଲିମ୍ପିକ ସ୍ବର୍ଣ୍ଣ ଜିତିଥିଲେ। ସେ ତାଙ୍କ ୮ମ ପ୍ରଫେସନାଲ ଫାଇଟ୍‌ରେ ମହମ୍ମଦ ଅଲୀଙ୍କୁ ପରାସ୍ତ କରି ହେଭିଓ୍ବେଟ ଟାଇଟଲ ହାସଲ କରି ସେ ସମୟରେ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ସେ ତାଙ୍କ ଜୀବନର ଶେଷ ଭାଗରେ ଲାସ୍‌ ଭେଗାସରେ ବାସ କରୁଥିଲେ। ସେ କର୍କଟ ରେଗରେ ପୀଡ଼ିତ ଥିଲେ। ତାଙ୍କର ପ୍ରୋଷ୍ଟେଟ ସମସ୍ୟା ରହିଥିଲା। ୧୯୭୮ରେ ଅଲୀଙ୍କ ବିପକ୍ଷ ଲଢେଇ ୧୫ ରାଉଣ୍ଡ ବିଶିଷ୍ଟ ଥିଲା। ସ୍ପିଙ୍କ୍ସ ଜଣେ ଅଣ ର଼୍ୟାଙ୍କିଙ୍ଗପ୍ରାପ୍ତ ବକ୍ସର ଥିଲେ। ଏହା ସତ୍ତ୍ୱେ ତାଙ୍କୁ ଏହି ଫାଇଟ୍‌ ପାଇଁ ନିଆଯାଇଥିଲା। କାରଣ ଅଲୀ ଏକ ସହଜ ଲଢେଇ ଚାହୁଁଥିଲେ। ମୁକାବିଲାରେ ସ୍ପିଙ୍କ୍ସ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ବିଭାଜିତ ନିଷ୍ପତ୍ତି ଭିତ୍ତିରେ ସେ ଚମକପ୍ରଦ ବିଜୟ ହାସଲ କରିଥିଲେ। ଏହାର ୭ ମାସ ପରେ ନ୍ୟୁ ଓର୍ଲିନ୍ସସ୍ଥିତ ସୁପରଡୋମ୍‌ଠାରେ ଏହି ଦୁଇ ବକ୍ସରଙ୍କ ମଧ୍ୟରେ ପୁଣି ଏକ ମୁକାବିଲା ହୋଇଥିଲା। ଏହାକୁ ଇନ୍‌ଡୋରରେ ରେକର୍ଡ ୭୨,୦୦୦ ଏବଂ ଟେଲିଭିଜନରେ ୯୦ ନିୟୁତ ଲୋକ ଉପଭୋଗ କରିଥିଲେ। ଏଥିରେ ମହମ୍ମଦ ଅଲୀ ବିଜୟ ଲାଭ କରିଥିଲେ। ଏହାଥିଲା ତାଙ୍କ ବକ୍ସିଂ କ୍ୟାରିୟରର ଶେଷ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri