Posted inଖେଳ

ପ୍ରତିଷ୍ଠିତ ଫୁଟ୍‌ବଲ କୋଚ୍‌ ନନ୍ଦକିଶୋରଙ୍କ ପରଲୋକ

ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍‌ବଲ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଗତ ମାସ ୧୨ ତାରିଖରେ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ଘରେ କିଛିଦିନ ଆଇସୋଲେଶନରେ ରହିଥିଲେ। ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ୧୬ ତାରିଖରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ନନ୍ଦକିଶୋରଙ୍କ ସ୍ତ୍ରୀ ଏବଂ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତାଙ୍କ ପରଲୋକରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକରଛାୟା ଖେଳିଯାଇଛି। ଭାରତୀୟ ମହିଳା ଫୁଟ୍‌ବଲ ଦଳର ପ୍ରଥମ ଓଡ଼ିଆ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ କୋଚ୍‌ଭାବେ ନନ୍ଦକିଶୋର ବିଶେଷ ପରିଚିତ ଥିଲେ। ଏହା ବ୍ୟତୀତ ସେ ଗୀତାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ପ୍ରଶାନ୍ତି ପ୍ରଧାନ, ସୁଦୀପ୍ତା ଦାଶ, ସରିତା ଜୟନ୍ତୀ ବେହେରା, ମାମାଲି ଦାସ, ପ୍ରଥମା ପ୍ରିୟଦର୍ଶିନୀଙ୍କ ପରି ଡଜନେରୁ ଊର୍ଦ୍ଧ୍ୱ ନାମୀ ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ଦେଇଥିଲେ। ମହିଳା ଫୁଟ୍‌ବଲକୁ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୫ ଅଗଷ୍ଟ ୨୯ରେ ତାଙ୍କୁ ଶ୍ରେଷ୍ଠ କୋଚ୍‌ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାରିବାରିକ ସମସ୍ୟା ଚାପରେ କାନାଡ଼ା ଚାଲିଯିବା ନିଷ୍ପତ୍ତି ନେଇଥିଲେ ଏହି କ୍ରିକେଟର: ଭାଗ୍ୟ ବଦଳାଇଥିଲା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ

ନୂଆଦିଲ୍ଲୀ,୧୬।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ସବୁଥର ଭଳି ଚଳିତ ଥର ମଧ୍ୟ କିଛି ପ୍ରତିଭାବାନ ଖେଳାଳିଙ୍କୁ ଦେଖିବାକୁ ମିଳିବ,...

କିଏ ବକ୍ସର ତ କିଏ ଭାଜପା ନେତା: ଜାଣନ୍ତୁ କ’ଣ କରନ୍ତି ଆପଣଙ୍କ ପ୍ରିୟ କ୍ରିକେଟରଙ୍କ ଧର୍ମପତ୍ନୀ

ନୂଆଦିଲ୍ଲୀ,୧୭।୩: ନିକଟରେ ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ପ୍ରେମିକା ସଞ୍ଜନା ଗଣେଶନଙ୍କ ହାତ ଧରିଛନ୍ତି। ଗୋଆରେ ବ୍ୟବସ୍ଥିତ ଢ଼ଙ୍ଗରେ ଉଭୟ ହାତକୁ ଦୁଇ...

ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସ ଖେଳିବେନି ନାଡାଲ

ମାଡ୍ରିଡ୍‌, ୧୮ା୬ (ଏପି)-ସ୍ବାସ୍ଥ୍ୟଗତ କାରଣ ଦୃଷ୍ଟିରୁ କ୍ଲେ-କୋର୍ଟ ରାଜା ରାଫାଲ ନାଡାଲ ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ। ନାଡାଲ ଗତ ମାସରେ...

ଦୁନିଆ ପାଇଁ ‘କିଙ୍ଗ କୋହଲି’, ହେଲେ ମୋ ପାଇଁ ତୁ ‘ଚିକୁ’ ହୋଇ ରହିବୁ: ଯୁବରାଜ

ନୂଆଦିଲ୍ଲୀ,୨୨।୨: ଦୁନିଆ ପାଇଁ ତୁ କିଙ୍ଗ କୋହଲି ହୋଇଥାଇପାରୁ, ହେଲେ ମୋ’ ପାଇଁ ସର୍ବଦା ଚିକୁ ହୋଇ ରହିବୁ। କିଛି ଏଭଳି ଢଙ୍ଗରେ କୋହଲିଙ୍କ ଉଦ୍ଦେଶ୍ୟରେ...

ରାଗିଗଲେ ଅନୁଷ୍କା: ଗାଭାସ୍କରଙ୍କୁ ଦେଲେ ଏମିତି ଜବାବ

ୟୁଏଇରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୩ତମ ସଂସ୍କରଣ ଖେଳ ଚାଲୁରହିଛି। ଗତ ଗୁରୁବାର ଏହି ଟୁର୍ନାମେଣ୍ଟର ଷଷ୍ଠ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗସ୍‌...

ସର୍ଫରାଜଙ୍କୁ ପିସିବି ମୁଖ୍ୟଙ୍କ ଫୋନ

ଲଣ୍ଡନ,୧୯ା୬: ଭାରତୀୟ ଦଳଠାରୁ ବିଶ୍ୱକପ୍‌ରେ କ୍ରମାଗତ ୭ମ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଇଶାନ ମାନି ଦଳୀୟ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ...

ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିବଦ୍ଧ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୩୦।୧(ଏପି): ଜାପାନରେ କରୋନା ଭାଇରସ ମହାମାରୀର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହା ସତ୍ତ୍ୱେ ଅଲିମ୍ପିକ୍ସ...

ଆଉ ଗୋଟିଏ ଶତକ ମାରିଲେ ବିଶ୍ୱ ରେକର୍ଡ ଭାଙ୍ଗିବେ କୋହଲି

ଅହମ୍ମଦାବାଦ,୨।୩: ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଇଂଳଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ...

Advertisement
Archives

Model This Week