ସମ୍ବଲପୁର,୨୫ା୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଛାମୁଣ୍ଡା ଗ୍ରାମର ରଜନୀ ସୁନାକାଠିଆଙ୍କ ପାଖରେ ପ୍ରଶାସନ ପହଞ୍ଚତ୍ଛି। ଏହାସହ ଭାଜପାର ଏକ ପ୍ରତିନିଧି ଦଳ ପହଞ୍ଚି ସହାୟତା ପ୍ରଦାନ କରିଛନ୍ତି। ଅସହାୟ ରଜନୀଙ୍କ ସ୍ବାମୀ ରାଜୁ ସୁନାକାଠିଆ ନିଖୋଜ ଓ ପରିବାର ଭୋକ ଉପାସରେ ଦିନ କାଟୁଥିବା ନେଇ ବୁଧବାର ଧରିତ୍ରୀରେ ସ୍ବତନ୍ତ୍ର ଭାବେ ଖବର ପ୍ରକାଶ ପାଇଥିଲା। ଏହାପରେ ଯୁଯୁମୁରା ବିଡିଓ ନିଳାମ୍ବର ମହାନନ୍ଦ ତତ୍ପରତା ଦେଖାଇ ପଦକ୍ଷେପ ଗ୍ରହଣ କରିଥିଲେ। ଯୋଗାଣ ବିଭାଗକୁ ପିଡିଏସ୍ ଚାଉଳ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଦୁଇ ପିଲାଙ୍କ ଆଧାର ଲିଙ୍କ କରି ଚାଉଳ ପରିମାଣ ଠିକ୍ ଭାବେ ଦେବାକୁ କହିଥିଲେ। ସ୍ଥାନୀୟ ସରପଞ୍ଚ ବନୀତା ଭୋଇ ପରିବାରଙ୍କୁ ଭେଟି ପିଡିଏସ ସାମଗ୍ରୀ ୧୦କେଜି ଚାଉଳ ଯୋଗାଇଥିଲେ। ଆଗାମୀ ଦିନରେ ଅନ୍ୟାନ୍ୟ ସରକାରୀ ସୁବିଧା ଓ ସହଯୋଗ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଯୁଯୁମୁରା ଭାଜପାର ଏକ ପ୍ରତିନିଧି ଦଳ ଯାଇ ରଜନୀଙ୍କୁ ଭେଟି ଚାଉଳ, ଡାଲି ଆଦି ଖାଦ୍ୟ ସାମଗ୍ରୀ ଦେଇଛନ୍ତି। ଏଥିସହ ସ୍ଥାନୀୟ ଥାନାଧିକାରୀ ଓ ଜିଲା ଶ୍ରମ ଅଧିକାରୀଙ୍କ ସହ ଯେଗାଯୋଗ କରି ରଜନୀଙ୍କ ସ୍ବାମୀ ରାଜୁଙ୍କୁ ଖୋଜି ଆଣିବା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ କହିଥିଲେ। ଯୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ, ଯୁଯୁମୁରା ମଣ୍ଡଳ ସଭାପତି ଓମ୍ ପ୍ରକାଶ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶ୍ୱିନୀ କୁମୁରା, ରାଜେଶ ସାହୁ, ରିକନ ଦେଓ, ସୂର୍ଯ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ରଜନୀଙ୍କ ସ୍ବାମୀ ରାଜୁ ଏକମାସରୁ ଊର୍ଦ୍ଧ୍ୱ ହେବ ଜୀବିକା ଅନ୍ବେଷଣରେ ବିଜୟୱାଡ଼ା ଯାଇ ଫେରିନାହାନ୍ତି। ତାଙ୍କ ସହ ଯାଇଥିବା ଆଉ ୨ଜଣ ଘରକୁ ଫେରିଛନ୍ତି। ଏହାକୁ ନେଇ ରଜନୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ।
Posted inଆମ ଜିଲା ଖବର, ସମ୍ବଲପୁର View All
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ
ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...
ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ
ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...
ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...
ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…
ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...
ସରକାରୀ ଜମି ଛାଡିଲେ ନାହିଁ : ଜିଦ୍ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା
ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍ଏସ୍ ଧାରା ୧୬୩ । କିଛିଦିନ ହେଲା...
Archives


