‘ଠିକ୍‌ ଆକଳନ କରୁନି ପ୍ରଶାସନ’

ସଜନାଗଡ଼, ୩୦।୧୨(ଡି.ଏନ.ଏ.)  ଚଳିତବର୍ଷ ଚକଡ଼ା ପୋକ ସାଙ୍ଗକୁ ଜୱାଦ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସ୍ଥାନୀୟ ପ୍ରଶାସନ ସଠିକ୍‌ ଭାବେ କ୍ଷୟକ୍ଷତି ଆକଳନ କରି ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାସହ ଚାଷଜମିରେ ଯାହା ବଳକା ଧାନ ଫସଲ ରହିଥିଲା ତାକୁ ମଣ୍ଡିରେ ବିକ୍ରି ପାଇଁ ଚାଷୀମାନେ ଅପେକ୍ଷା କରିଛନ୍ତି। ସବୁ ସ୍ଥାନରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ନିରାଶ ହୋଇଛନ୍ତି। ଏହାର ପ୍ରତିବାଦ କରି ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ ଅଫିସ ଆଗରେ ଚାଷୀମାନେ ଧାରଣାରେ ବସିଛନ୍ତି।
ବିଧାୟକ ତଥା ଚାଷୀନେତା ଚିତ୍ତରଞ୍ଜନ ଷଡ଼ଙ୍ଗୀ ଧାରଣାର ନେତୃତ୍ୱ ନେଇଥିଲେ। ନିରଞ୍ଜନ ବାରିକ, କୈଳାଶ ପଣ୍ଡା, ଯଶୋଦା ନନ୍ଦନ ସିଂ, ପ୍ରଫୁଲ୍ଲ ବେହେରା, କୁନା ବାରିକ, ଦିଲ୍ଲୀପ ବାରିକ୍‌, କୁନା ବିଶ୍ୱାଳ, ରବି ପୂଟି ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ। ନୀଳଗିରି ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ ପହଞ୍ଚତ୍ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏଥିସହ ଚାଷୀମାନଙ୍କ ପକ୍ଷରୁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?