ପ୍ରଶାସନ କଲାନି, କର୍ମଚାରୀ କଲେ

ବଇଣ୍ଡା,୧୬।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଜନତା କଲେଜକୁ ଦୂରାଦୂରାନ୍ତରୁ ବହୁ ଛାତ୍ରୀଛାତ୍ର ବସ୍‌ ଯୋଗେ ଯାତାୟାତ କରୁଛନ୍ତି। କଲେଜ ନିକଟରେ ବସ୍‌କୁ ଅପେକ୍ଷା କରିବା ପାଇଁ ପୂର୍ବରୁ ଥିବା ଏକ ବିଶ୍ରାମାଗାରକୁ ରାଜପଥ ପ୍ରଶସ୍ତୀକରଣ ପାଇଁ ଭାଙ୍ଗି ଦିଆଯାଇଥିଲା। ସେବେଠାରୁ ଛାତ୍ରୀଛାତ୍ରମାନେ ବହୁ ହଇରାଣ ହେଉଥିଲେ। ଏ ନେଇ ବାରମ୍ବାର ଠିକା ସଂସ୍ଥା ଓ ପ୍ରଶାସନ ନିକଟରେ କଲେଜ ପକ୍ଷରୁ ଅଭିଯୋଗ କରାଯାଉଥିଲା। କିନ୍ତୁ ପ୍ରଶାସନ ପଦକ୍ଷେପ ନ ନେବାରୁ ଶେଷରେ କଲେଜ କର୍ମଚାରୀମାନେ ଏକ ଅସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିଛନ୍ତି।
ପ୍ରକାଶ ଯେ, କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘଦିନ ହେଲା ଜାରି ରହିଛି। ଏଥିପାଇଁ ବଇଣ୍ଡା ଅଞ୍ଚଳରେ ଥିବା ବହୁ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଉଚ୍ଛେଦ କରାଯାଇଛି। ରାଜପଥ ପାର୍ଶ୍ୱରେ ଜନତା କଲେଜ ଥିବାରୁ ଛାତ୍ରୀଛାତ୍ରଙ୍କ ପାଇଁ ଥିବା ବିଶ୍ରାମାଗାର ମଧ୍ୟ ୨ ବର୍ଷ ହେଲା ଭାଙ୍ଗି ଦିଆଯାଇଥିଲା। ଏଥିଯୋଗୁ ବସ୍‌କୁ ଅପେକ୍ଷା କରୁଥିବା ଛାତ୍ରୀଛାତ୍ରମାନେ ଖରା ଓ ବର୍ଷାରେ ଛିଡାହୋଇ ରହିବାକୁ ବାଧ୍ୟ ହେଉଥିଲେ। ଏକ ନୂତନ ବିଶ୍ରାମାଗାର ନିର୍ମାଣ ନିମନ୍ତେ ବହୁବାର ବ୍ଲକ ପ୍ରଶାସନ, ଜିଲା ପ୍ରଶାସନ ଓ ଠିକାସଂସ୍ଥାକୁ ଅଭିଯୋଗ କରାଯାଇଥିଲା। ଏ ନେଇ ନିରାଶ ହେବା ପରେ କଲେଜ କର୍ମଚାରୀମାନେ ଶନିବାର ଏକ ଅସ୍ଥାୟୀ ବିଶ୍ରାମଗାର ନିର୍ମାଣ କରିଛନ୍ତି। କଲେଜ ଅଧ୍ୟକ୍ଷ ସିଦ୍ଧାର୍ଥ କୁମାର ପଣ୍ଡା କହିଛନ୍ତି, ଠିକାସଂସ୍ଥା ଓ ପ୍ରଶାସନ ଅଭିଯୋଗକୁ ଗୁରୁତ୍ୱ ନ ଦେବାରୁ କର୍ମଚାରୀମାନେ ଏକ ଅସ୍ଥାୟୀ ବିଶ୍ରାମଗାର ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?