ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

କୋକସରା, ୩୧।୮ (ଡି.ଏନ.ଏ.) କଳାହାଣ୍ଡି ଜିଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା କୋକସରା ବ୍ଲକ କାଉଡୋଲା-ଲଡୁଗାଁ ରାସ୍ତା ଶୋଚନୀୟ ହୋଇପଡିଛି। ଏ ନେଇ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ଜଣାଇଥିଲେ ହେଁ କିଛି ସୁଫଳ ମିଳିନାହିଁ । ଫଳରେ ସୁନାମାଲ ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କରିଛନ୍ତି । ୫୦ରୁ ଅଧକ ଯୁବକ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ରି ରାସ୍ତା ମରାମତି କରାଯାଇଛି।
୨୦୧୨ରେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାଉଡୋଲା ଛକ ୨୬ ନମ୍ବର ଜାତୀୟ ରାଜପଥରୁ ଲଡୁଗାଁ ପର୍ଯ୍ୟନ୍ତ ୪.୧୫୦ କି.ମି. ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରି କାମ କରାଯାଇଥିଲା । ଠିକା ସଂସ୍ଥା ପକ୍ଷରୁ ୨୦୧୭-୧୮ ବର୍ଷରେ ରାସ୍ତାର ରକ୍ଷଣାବେକ୍ଷଣ କରାଯାଇ ଥିଲା। ହେଲେ ଅତି ନିମ୍ନମାନର କାମ ଯୋଗୁ ଅଳ୍ପ ଦିନରେ ରାସ୍ତା ଶୋଚନୀୟ ହୋଇପଡିଥିଲା। ଖାଲ ଖମାରେ ପରିଣତ ହୋଇଥିଲା । ସେହି ସମୟରେ ରାସ୍ତାର ଅବସ୍ତା ଦେଖି ପୁଣି ୫୩ ଲକ୍ଷ ଟଙ୍କା ବ୍ୟୟ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ମରାମତି କରିଥିଲା। ହେଲେ କମ୍‌ ଦିନରେ ରାସ୍ତାରୁ ପିଚୁ ଉଠି ଯାଇଛି। ଫଳରେ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନି ହେଉଛି। ଏହି ରାସ୍ତା ଉପରେ ବିଭାଗୀୟ ଅଧିକାରୀମାନଙ୍କର ନଜର ପଡୁ ନ ନାହିଁ। ରାସ୍ତା ମରାମତି କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଦୃଷ୍ଟି ଅକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ। ଶେଷରେ ଗାଁ ଲୋକେ ମିଶି ରାସ୍ତା ମରାମତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା

ଭବାନୀପାଟଣା,୧୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲା ବିଜେଡି ସଭାପତି...

୨୬ରେ ଓଡ଼ିଶା ଆସିବେ ଶାହା

ଭୁବନେଶ୍ୱର,୧୧ା୩(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚଳିତମାସ ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ଆସି ଶାହା ଭଦ୍ରକ ଜିଲା ଧାମନଗର...

୮୦ ବର୍ଷ ବୟସରେ ସାଇକେଲରେ ପୁରୀ ଯାତ୍ରା

ବୌଦ୍ଧ, ୩ ।୨ (ସ୍ବ.ପ୍ର.): ଉତ୍ତର ପ୍ରଦେଶ ରାଜ୍ୟର ଫତେପୁର ଜିଲାର ହସଉପୁର ଗ୍ରାମର ଜଗତ ଦାସଙ୍କ ବୟସ ୮୦ ବର୍ଷ ହେବ। କିନ୍ତୁ ସେ...

କୋନାବିରା ଅଞ୍ଚଳରେ ୨୨ ହାତୀ

କୋମନା,୩୧।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ କୋନାବିରା ଅଞ୍ଚଳରେ ହାତୀ ପୁଣି ଥରେ ପ୍ରବେଶ କରି ତିଖାଳି ଡ୍ୟାମ ଭିତରେ ଆଡ୍ଡା ଜମାଇଛି । ଫଳରେ...

ମାନସିକସ୍ଥିତି ହରାଇ ଶିକୁଳିରେ ବିତୁଛି ଜୀବନ

କୁଜଙ୍ଗ,୨୭ା୬(ଡି.ଏନ୍‌.ଏ.): ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାନସିକ ସ୍ଥିତି ହରାଇବା ପରେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରିବାରୁ ଓ ଘର ଛାଡି ପଳାଇବାକୁ ଉଦ୍ୟମ କରିବାକୁ ଜଣେ...

ବର୍ଷା ଢାଳୁଛି, ନାଳ ନିର୍ମାଣ ଚାଲିଛି

ଖଇରା, ୧୦।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁର ଗ୍ରାମ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ବେପରୁଆ ଭାବେ କରାଯାଉଥିବାରୁ...

ଶ୍ରମିକ ବସିଛନ୍ତି, ଜେସିବି ଖୋଳୁଛି ବନ୍ଧ

ଦଶମନ୍ତପୁର,୧୪ା୬( ଡ଼ି.ଏନ.ଏ.)- ଶ୍ରମିକଙ୍କ ଜୀବିକା ନିର୍ବାହ ଲାଗି ସରକାର ବିଭିନ୍ନ ଯୋଜନାରେ କାର୍ଯ୍ୟ ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି। ମାତ୍ର କୋରାପୁଟ ଜିଲା ଦଶମନ୍ତପୁରରେ...

ଅନ୍ତର୍ଜାତୀୟ ଏଟିଏମ୍‌ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ: ୪ ଗିରଫ

ସମ୍ବଲପୁର,୨୦।୧୨(ବ୍ୟୁରୋ)-ସମ୍ବଲପୁର ଜିଲା ପୋଲିସ ଶୁକ୍ରବାର ଏଟିଏମ୍‌ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଏଥିରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାର ନନ୍ଦପୁରର ରାଜେଶ...

Advertisement
Archives

Model This Week