ପ୍ରଶାସନ କଲାନି, ଯୁବଗୋଷ୍ଠୀ କଲେ

ବଇଣ୍ଡା, ୧୯ା୮(ଡି.ଏନ.ଏ.) – ଜଙ୍ଗଲିଆ ଗଁ। ଭାବି ପ୍ରଶାସନ ଯେଉଁ ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ହେଲା ଅବହେଳା କରିଆସିଥିଲା ସେହି ଗ୍ରାମବାସୀ ଓ ଯୁବଗୋଷ୍ଠୀ ସ୍ବାଧୀନତା ଦିବସ ଅବସରରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଦୀର୍ଘଦିନର ରାସ୍ତା ସମସ୍ୟାର ସାମୟିକ ସମାଧାନ କରିବା ସହ ଡ୍ରେନ୍‌ ନିର୍ମାଣ କରି ସାଧାରଣରେ ପ୍ରଶଂସା ପାଇପାରିଛନ୍ତି।
ପ୍ରଶାସନ ଦ୍ୱାରା ଉପେକ୍ଷାର ଶିକାର ହୋଇଥିବା ଏହି ଗଁ। ହେଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ଖୋଲଡଙ୍ଗିଆଣୀ। ଗ୍ରାମର ସତ୍ୟଜିତ ପ୍ରଧାନ, ଯୁବ ପରିଷଦ ସଭାପତି ଦୁଷ୍ମନ୍ତ ପ୍ରଧାନ, ସୌମ୍ୟଜିତ ବେହେରା ପ୍ରମୁଖ କହିଛନ୍ତି, ଗ୍ରାମ ଲେଭଲ କ୍ରସିଂଠାରୁ ଗଁ। ଶେଷ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ମାଟି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ପଞ୍ଚାୟତ ଅଧୀନରେ ଥିବା ଏହି ରାସ୍ତା ଉପରେ ୩ ଶହରୁ ଊର୍ଦ୍ଧ୍ୱ ଲୋକେ ନିର୍ଭର କରୁଥିଲେ ହେଁ ଏହାକୁ ମରାମତି କି କଂକ୍ରିଟ କରାଯାଉନାହିଁ। ୨୦୧୫ରୁ ପକ୍କା କରିବାକୁ ବାରମ୍ବାର ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସୁଫଳ ମିଳିନାହିଁ। ବର୍ଷାଯୋଗୁ ଯାତାୟାତ କଷ୍ଟକର ହୋଇପଡିବାରୁ ପ୍ରଶାସନକୁ ଆଉ ଅପେକ୍ଷା ନ କରି ମରାମତି ସହ ଡ୍ରେନ୍‌ ନିର୍ମାଣ କରିବାକୁ ଖୋଲଡଙ୍ଗିଆଣୀ ଯୁବ ପରିଷଦ ସଦସ୍ୟ ଓ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ସମସ୍ତେ ମିଶି ମାଟି ପକାଇ ଖାଲଖମା ପୋତିବା ସହ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିଛନ୍ତି। ଏଥିରେ ସିଲନ ବେହେରା, ସୁଜିତ ସାହୁ, ଶିପୁନ ପ୍ରଧାନ, ଦିପୁ ପ୍ରଧାନ, ସୌମ୍ୟ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏ ନେଇ ନାକିଚି ସରପଞ୍ଚ ପ୍ରଶାନ୍ତ ଦିଆଣି କହିଛନ୍ତି, ଉକ୍ତ ରାସ୍ତାରେ ପଞ୍ଚାୟତ ସମିତି ପକ୍ଷରୁ ୨୦୧୮-୧୯ରେ ମାଟି ମୋରମ ପକାଯାଇଥିଲା। ଗ୍ରାମବାସୀ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ଦରଖାସ୍ତ ଦେଲେ ସରକାରଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri