ପ୍ରଥମ ଦେଖାରେ ଶାହିଦଙ୍କୁ ଭଲ ପାଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ କପୁର। ୨୦୦୩ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ସେ। ୨୦୧୮ରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ୍‌’ ଏବଂ ‘କବିର ସିଂହ’ ବେଶ୍‌ ଚର୍ଚ୍ଚିତ ହେବା ସହ ନୂଆ କିର୍ତ୍ତିମାନ ସ୍ଥାପନ କରିଥିଲା। ଆସନ୍ତୁ ଜାଣିବା ଶାହିଦଙ୍କ ପ୍ରେମ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କଥା।

ଶାହିଦ ଏବଂ ପୂର୍ବ ପ୍ରେମିକା କରିନା କପୁର ଖାନ୍‌ ୨୦୦୪ରେ ଫିଲ୍ମ ‘ଫିଦା’ରେ କାମ କରିଥିଲେ। ଏହାର ଶୁଟିଂ ସମୟରେ ସତସତିକା ଶାହିଦଙ୍କ ଉପରେ ଫିଦା ହୋଇଯାଇଥିଲେ ବେବୋ। ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଥିଲା। ଶାହିଦଙ୍କୁ ପାଇବା ପାଇଁ ପାଗଳପ୍ରାୟ ହୋଇଯାଇଥିଲେ କରିନା। ଦୁଇମାସ ଯାଏ ତାଙ୍କ ପଛରେ ପଡ଼ିଯାଇଥିଲେ। ମେସେଜ୍‌ କରିବା ସହ ବାରମ୍ବାର ଫୋନ୍‌ କରୁଥିଲେ। ଶାହିଦଙ୍କୁ ଭେଟିବାକୁ ଅନୁରୋଧ କରୁଥିଲେ। ତାଙ୍କୁ ନିଜଆଡୁ ପ୍ରପୋଜ୍‌ ମଧ୍ୟ କରିଥିଲେ। ହେଲେ ଅଭିନେତ୍ରୀଙ୍କୁ ଭାଉ ଦେଉ ନ ଥିଲେ ଅଭିନେତା। ଏପରି କିଛି ମାସ ଚାଲିବା ପରେ ବେବୋଙ୍କୁ ହଁ କହିଥିଲେ ଶାହିଦ।

୨୦୦୭ରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏହାପରେ କରିନା ସୈଫଙ୍କ ପ୍ରେମରେ ପଡ଼ି ବିବାହ କରିନେଇଥିଲେ। ଏହା ଖୁବ୍‌ ଆଘାତ ଦେଇଥିଲା ଶାହିଦଙ୍କୁ। ସେମାନଙ୍କୁ ଏକାଠି ଦେଖି ସେ ଦୁଃଖି ହୋଇଯାଉଥିଲେ। ହେଲେ ଯାହା ସତ ତାହାକୁ ସ୍ବିକାର କରିବାର ସମୟ ଆସିଛି ବୋଲି ସେ ଭାବିଥିଲେ। ଉଭୟଙ୍କ ଖଟାମିଠା ସ୍ମୃତିକୁ ହୃଦୟରେ ରଖି ସେ ଆଗକୁ ବଢ଼ିବାକୁ ଚାହାନ୍ତି ବୋଲି କହିଥିଲେ। ଏବେ ସେ ମୀରା ରାଜପୁତଙ୍କୁ ବିବାହ କରି ବେଶ୍‌ ଖୁସିରେ ଅଛନ୍ତି। ଅପରପକ୍ଷେ କରିନା ଏବେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜିଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri