ଗୋଟିଏ ସିନ୍‌ ପାଇଁ ୧୪ ଘଣ୍ଟା ପାଣିରେ ରହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରକୁଲ ତାଙ୍କର ନୂଆ ଫିଲ୍ମ ‘ଆଇ ଲଭ୍‌ ୟୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ। ରକୁଲଙ୍କ ବ୍ୟତୀତ ଏହି ଫିଲ୍ମରେ ପାଭେଲ ଗୁଲାଟି, ଅକ୍ଷୟ ଓବରାଏ ଏବଂ କିରଣ କୁମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ପ୍ରେମ, ସସ୍‌ପେନ୍ସ ଏବଂ ଥ୍ରିଲରରେ ପରିପୂର୍ଣ୍ଣ ଏହି ଫିଲ୍ମ ପାଇଁ ରକୁଲ କଠିନ ପରିଶ୍ରମ କରିଛନ୍ତି। ଫିଲ୍ମର ଏକ ସିନ୍‌ ପାଇଁ ରକୁଲଙ୍କୁ ୧୪ ଘଣ୍ଟା ପାଣିରେ ରହିବାକୁ ପଡ଼ିଛି। ଏହି କଥା ନିଜେ ରକୁଲ ପ୍ରକାଶ କରିଛନ୍ତି।

୧୬ ଜୁନ୍‌ରେ ଜିଓ ସିନେମାରେ ଏହି ଫିଲ୍ମ ଏହାର ଡିଜିଟାଲ ପ୍ରିମିୟର୍‌ ପାଇଁ ପ୍ରସ୍ତୁତ ହୋଇଛି। ପ୍ରେମ, ବିଶ୍ୱାସଘାତକତା ଏବଂ ପ୍ରତିଶୋଧର କାହାଣୀ ଏଥିରେ ରହିଛି। ଓଟିଟିରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମରେ ପ୍ରେମକୁ ନେଇ ଉତ୍ସାହ ରହିଛି।

ଏକ ସାକ୍ଷାତକାରରେ ରକୁଲ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କରିଥିବା ସମସ୍ତ ଫିଲ୍ମରୁ ଏହା ଭିନ୍ନ ଅଟେ। ଏହି କାହାଣୀରେ ଡ୍ରାମା, ସସପେନ୍ସ ଏବଂ ଥ୍ରିଲର ମିଶି କି ରହିଛି। ଏହାର କାହାଣୀ ଅତ୍ୟନ୍ତ ତୀକ୍ଷ୍ଣ। ଏହା ଉପରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖି ମୁଁ ବହୁତ ଉତ୍ସାହିତ ବୋଲି ସେ କହିଛନ୍ତି। ଫିଲ୍ମର ଆଇଡିଆ ମୋ ପାଇଁ ସହଜ ନ ଥିଲା। ଏଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ମୋତେ ପୂରା ମାସେ ଲାଗିଲା।

ସେ କହିଛନ୍ତି, ଅଣ୍ଡର ଓ୍ବାଟରରେ ଶୁଟିଂ କରିବା ମୋ ପାଇଁ ଏକ ଚ୍ୟାଲେଞ୍ଜିଂ ଥିଲା। ମୁଁ ଅପରାହ୍ନ ୨ଟାରୁ ସକାଳ ୪ଟା ପର୍ଯ୍ୟନ୍ତ ପାଣିରେ ଥିଲି ଏବଂ ଦିନସାରା ଓଦା ଥିଲି। ପାଣି ବହୁତ ଥଣ୍ଡା ଥିଲା। ତେଣୁ ମୋ ଦେହ ଅତ୍ୟଧିକ ଥଣ୍ଡା ନ ହେବା ପାଇଁ ପ୍ରତ୍ୟେକ ଶୁଟ୍‌ ପରେ ମୋ ଉପରେ ଗରମ ପାଣି ଢଳାଯାଉଥିଲା। ଅବଶ୍ୟ ପାଣିରେ ଥିବା କ୍ଲୋରିନ୍‌ ଯୋଗୁ ଆଖି ପୋଡୁଥିଲା। ତଥାପି ଏହାକୁ ମୁଁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିନେଇ ଖୁବ୍‌ ଏନ୍‌ଜୟ କରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ…

ପାନ ଦୋକାନୀ,ତାଙ୍କ ବାପାଙ୍କୁ ହତ୍ୟା ଉଦ୍ୟମ: ୨ ଗିରଫ

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

ଦିଗପହଣ୍ଡି ଛାତ୍ରଙ୍କ ଜାପାନ ଯାତ୍ରା: ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ      

ଦିଗପହଣ୍ଡି,୨୯|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମର ଛାତ୍ର ଦେବାଶିଷ ମିଶ୍ର ଜାପାନ ଯାତ୍ରା କରିଛନ୍ତି। ସେ ଗାଁ ସ୍କୁଲରୁ ପାଠ ପଢ଼ି…

ଧାନ ମଣ୍ଡି ନିକଟରୁ ମିଳିଲା ରକ୍ତାକ୍ତ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କୋକସରା,୨୯ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଡାଲଗୁମା ଗ୍ରାମ ଧାନ ମଣ୍ଡି ନିକଟରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି।…

ଥୁଆମୂଳ ରାମପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ୭୮ଟି ଆବେଦନ ଗ୍ରହଣ, ସମାଧାାନକୁ ନେଇ ଉଠିଲା ପ୍ରଶ୍ନ

ଥୁଆମୂଳ ରାମପୁର, ୨୯/୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ବ୍ଲକସ୍ତରୀୟ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଓ ସମାଧାନ…

ସରକାର ନେଲେ ବଡ଼ ନିଷ୍ପତ୍ତି; ୧ ଜୁଲାଇରୁ ପେଟ୍ରୋଲ-ଡିଜେଲ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇରୁ ପେଟ୍ରୋଲ ଏବଂ ଡିଜେଲ କିଣିବାକୁ ନେଇ ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସରକାର ପ୍ରତି ବ୍ୟକ୍ତି ଏବଂ ପ୍ରତି ଗାଡ଼ି…

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲାର ନୁତନ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ନାମ ସୋମବାର ଘୋଷଣା ହୋଇଛି। ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri