ଚତୁର୍ଥଥର ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ହଲିଉଡ ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋପେଜ ଖୁବ୍‌ଶୀଘ୍ର ଚତୁର୍ଥ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ୫୨ ବର୍ଷୀୟା ଜେନିଫର୍‌ ଏକ ବିନ୍ଦାସ ଜୀବନଶୈଳୀ ବଞ୍ଚନ୍ତି। କରନ୍ତି। ସେ ଖୁବ୍‌ଶୀଘ୍ର ଖ୍ୟାତିସମ୍ପନ୍ନ ହଲିଉଡ ଅଭିନେତା ବେନ ଆଫ୍ଲେକଙ୍କୁ ବିବାହ କରିବେ ବୋଲି କୁହାଯାଉଛି। ଏହା ଜେନିଫରଙ୍କ ଚତୁର୍ଥ ବିବାହ ହେବ। ସେ ପୂର୍ବରୁ ୩ଥର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କିନ୍ତୁ ୩ଥର ଯାକ ତାଙ୍କ ଛାଡପତ୍ର ହୋଇସାରିଛି। ଏକ ସାକ୍ଷାତକାରରେ ତାଙ୍କ ବିବାହ ବିଷୟରେ ଏକ ମଜାଦାର କଥା କହିଛନ୍ତି ଜେନିଫର। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମ୍ୟାରି ମି’ କୁ ପ୍ରମୋଟ କରୁଛନ୍ତି ସେ । ଏହି କ୍ରମରେ ଜେନିଫର ଏକ ଶୋ’ରେ ପହଞ୍ଚିଥିଲେ। ଏହି ଶୋ’ରେ ତାଙ୍କ ବିବାହ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ଜେନିଫର୍‌ ଏହାଶୁଣି ହସିକି କହିଥିଲେ, ତୁମେ ଜାଣ ଯେ ମୁଁ ଜଣେ ରୋମାଣ୍ଟିକ ବ୍ୟକ୍ତି। ମୁଁ ପୂର୍ବରୁ ଅନେକ ଥର ବିବାହ କରିସାରିଛି। ଏବେ ସୁଦ୍ଧା ମୁଁ ‘ହାପି ଏଭର୍‌ ଆଫ୍‌ଟର୍‌’ ଉପରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରେ ଏବଂ ମୁଁ ତାହା କରିବି ମଧ୍ୟ। ଜେନିଫର୍‌ ଲୋପେଜ ଏବଂ ବେନ ଆଫ୍ଲେକଙ୍କୁ ଅନେକ ସମୟରେ ଏକାଠି ଦେଖାଯାଏ।ଗତ ମାସରେ ଫିଲ୍ମ ‘ଦ ଲାଷ୍ଟ ଡୁଏଲଟ୍‌’ର ପ୍ରିମିୟରରେ ଦୁହେଁ ଏକାଠି ନଜର ଆସିଥିଲେ। ଜେନିଫର୍‌ ତାଙ୍କ ଇନଷ୍ଟାଗ୍ରାମରେ ପ୍ରିମିୟରର ଏକ ଫଟୋ ମଧ୍ୟ ଶେୟାର କରିଥିଲେ।
୧୯୯୭ ମସିହାରେ ପ୍ରଥମ ଥର ପାଇଁ ଓଜାନି ନୋଆଙ୍କୁ ବିବାହ କରିଥିଲେ ଜେନିଫର। ଏହି ବିବାହ ମାତ୍ର ଏକ ବର୍ଷ ଧରି ଚାଲିଥିଲା। ଏହା ପରେ, ୨୦୦୧ ମସିହାରେ, ଜେନିଫର୍‌ କ୍ରିସ ଜୁଡଙ୍କୁ ବିବାହ କରିଥିେ, କିନ୍ତୁ ଦୁଇ ବର୍ଷ ପରେ, କ୍ରିସ ତାଙ୍କୁ ଛାଡିଦେଇଥିଲେ। ୨୦୦୪ ମସିହାରେ ସେ ମାର୍କ ଆନ୍ଥୋନିଙ୍କୁ ବିବାହ କରିଥିଲେ। ଏହି ବିବାହ ଟିକିଏ ଅଧିକ ସମୟ ରହିଲା ଏବଂ ୧୦ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri