ଚଳଚ୍ଚିତ୍ରରେ କାମ କରିବା ପୂର୍ବରୁ ସଂଘର୍ଷ କରିଥିଲେ ଅଭିନେତା, ସେଲ୍ସମ୍ୟାନ୍‌ରୁ ଆଜି ସୁପରଷ୍ଟାର୍‌

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବିଜୟ ସେଥୁପଥି ଆଜି ତାଙ୍କର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ବିଜୟ ୧୬ ଜାନୁୟାରୀ ୧୯୭୮ରେ ତାମିଲନାଡୁରେ ରାଜପାଲାୟମଠାରେ ଜନ୍ମଗ୍ରହଣ କରିଥିଲେ। କୁହାଯାଏ ଯେ, ଜଣେ ସଫଳ ଅଭିନେତାଙ୍କ ପଛରେ ବହୁତ ସଂଘର୍ଷ ରହିଛି, ଏଭଳି ପରିସ୍ଥିତିରେ ବିଜୟ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାକୁ କଠିନ ପରିଶ୍ରମ କରି ଆଜି ସେ ଦକ୍ଷିଣ ସିନେମାର ଶ୍ରେଷ୍ଠ ଅଭିନେତା, ନିର୍ମାତାମାନଙ୍କ ମଧ୍ୟରେ ଗଣିତ ହେଉଛନ୍ତି। ବିଜୟ ଅନେକ ତାମିଲ ଚଳଚ୍ଚିତ୍ରରେ କାମ କରିଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ‘ଫର୍ଜି’ ୱେବ୍‌ ସିରିଜ୍‌ରେ ମଧ୍ୟ ଦେଖିବାକୁ ମିଳିବ। ନିକଟରେ ଏହାର ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା ଯେଉଁଥିରେ ତାଙ୍କୁ ଖାକି ୟୁନିଫର୍ମରେ ଦେଖିବାକୁ ମିଳିଥିଲା। ୧୯୯୬ରୁ ବିଜୟ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। ‘ଲଭ ୱାର୍ଡସ’ ତାଙ୍କ କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ର ଯେଉଁଥିରେ ସେ ଏକ ଛୋଟ ଭୂମିକାରେ ନଜର ଆସିଥିଲେ। ୨୦୧୨ରୁ ବିଜୟଙ୍କ କ୍ୟାରିୟରରେ ନୂଆ ମୋଡ ଆସିଥିଲା। ସେହି ବର୍ଷ ତାଙ୍କର ତିନୋଟି ବଡ ଚଳଚ୍ଚିତ୍ର ସୁପରହିଟ୍‌ ହୋଇଥିଲା, ଯାହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ। ତେବେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ବିଜୟ
ଅନେକ ସଂଘର୍ଷ କରିଛନ୍ତି। ବଞ୍ଚିବା ପାଇଁ ସେ ସେଲ୍ସମ୍ୟାନ୍‌,କ୍ୟାସିଅର୍‌, ଫୋନ ବୁଥ ଅପରେଟର ଭଳି କାର୍ଯ୍ୟ ମଧ୍ୟ କରିଛନ୍ତି। ଏଥି ସହିତ ଅଭିନେତା ଏକ ଆକାଉଣ୍ଟାଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ବିଜୟ ସେଥୁପଥି କେବଳ ଦକ୍ଷିଣ ଚଳଚ୍ଚିତ୍ରରେ ଲୋକପ୍ରିୟ ହୋଇପାରିନାହାଁନ୍ତି, ବଲିଉଡରେ ମଧ୍ୟ ତାଙ୍କର କ୍ରେଜ୍‌ ରହିଛି। ସେ ତାଙ୍କ କ୍ୟାରିୟରରେ ‘ପେଟା’, ‘ମାଷ୍ଟର’, ‘ମାଇକେଲ’, ‘ମେରୀ ଖ୍ରୀଷ୍ଟମାସ, ‘ମୁମ୍ବାଇକର’ ଏବଂ ଶାହାରୁଖ ଖାନଙ୍କ ‘ଜୱାନ’ ରେ ମଧ୍ୟ ନଜର ଆସିବେ। ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri