କରେନା ପଜିଟିଭ୍‌ ସ୍ତ୍ରୀଙ୍କ ଏଭଳି ଅବସ୍ଥା ଦେଖି ସାରା ରାତି କାନ୍ଦିଲେ ଏହି ଅଭିନେତା

ବମ୍ବେ: ଅଭିନେତା ହିମାଂଶୁ ସୋନୀଙ୍କ ସ୍ତ୍ରୀ ଶୀତଲ ସିଂ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ହେଲେ ସଂକ୍ରମିତ ହେବା ମଧ୍ୟରେ ଏଭଳି ଏକ ସମୟ ଆସିଥିଲା ଯେଉଁ ସମୟରେ ହିମାଂଶୁ ଶୀତଲଙ୍କୁ ହରାଇ ଦେବା ଭଳି ମନେ କରିଥିଲେ। ଡାକ୍ତରମାନେ ଶୀତଲ ଗୁରୁତର ଥିବା ନେଇ ହିମାଂଶୁଙ୍କୁ କହିଥିଲେ। ଏହା ଶୁଣିବା ପରେ ସେ ସାରା ରାତି କାନ୍ଦି ଥିଲେ। ଚିନ୍ତାରେ ମୁଣ୍ଡ ଫାଟି ଯିବା ପରି ମନେ ହୋଇଥିଲା। ହେଲେ ପରେ ସେ ନିଜକୁ ଦୃଢ଼ କରିଥିଲେ। ଶୀତଲ ମଧ୍ୟ ଧିରେ ଧିରେ ସୁସ୍ଥ ଅବସ୍ଥାକୁ ଫେରିଥିଲେ।

ଏକ ସାକ୍ଷାତକାରରେ ହିମାଂଶୁ କହିଛନ୍ତି, ଶୀତଲ କୌଣସି କାମରେ ହୃଷିକେଶ ଯାଇଥିଲେ। ସେଠାରେ ହିଁ ସେ ସଂକ୍ରମିତ ହୋଇଯାଇଥିଲେ। ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ପର୍ଯ୍ୟପ୍ତ ସ୍ବାସ୍ଥ୍ୟ ସୁବିଧା ନ ଥିବାରୁ ଶୀତଲଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ହିମାଂଶୁ ପହଞ୍ଚିବା ପରେ ଡାକ୍ତର ଏନେଇ ତାଙ୍କୁ ରୋକଠୋକ ଶୁଣାଇ ଦେଇଥିଲେ। ଏହାଶୁଣି ହିମାଂଶୁ ତାଙ୍କୁ ଦିଲ୍ଲୀ ଆଣିବାକୁ ନିଶ୍ଚିତ କରିଥିଲେ। ହେଲେ ହଠାତ କ’ଣ କରିବେ ତାହା ଭାବି ପାରୁ ନ ଥିଲେ। ସାରା ରାତି କାନ୍ଦିଥିଲେ। ହେଲେ ପରେ ସବୁକିଛି ଠିକ୍‌ ହୋଇଥିଲା। ସମସ୍ତଙ୍କ ପ୍ରାର୍ଥନା ପାଇଁ ଏହା ହୋଇପାରିଛି। ଏବେ ଶୀତଲଙ୍କୁ ସୁସ୍ଥ ହେବାକୁ ଆହୁରୀ ୨୦ ଦିନ ଲାଗିବ ବୋଲି ହିମାଂଶୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri