ବ୍ୟାଙ୍କରେ ୨୦ ଘଣ୍ଟା ଲୁଚିଥିଲେ ଅଭିଯୁକ୍ତ

କୋରାପୁଟ (ସ୍ବ.ପ୍ର.)/ଲକ୍ଷ୍ମୀପୁର (ଡି.ଏନ୍‌.ଏ.), ୧୭ା୧: କୋରାପୁଟ ଜିଲା ଲକ୍ଷ୍ମୀପୁରସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଶାଖାରୁ ସୁନା ଚୋରି ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଚୋରି କରିବା ଲାଗି ଅଭିଯୁକ୍ତ ଜଣକ ଘଟଣା ଦିନ ଅପରାହ୍ନ ୩ଟାରୁ ଏହା ପରଦିନ ବ୍ୟାଙ୍କ କାର୍ଯ୍ୟ ସ୍ବାଭାବିକ ଭାବେ ଆରମ୍ଭ ହେବା ଯାଏ ପ୍ରାୟ ୨୦ ଘଣ୍ଟା ଧରି ବ୍ୟାଙ୍କ ପରିସରରେ ଥିବା ଏକ କୋଠରିରେ ଲୁଚି ରହିଥିଲେ। ସିସିଟିଭି ଫୁଟେଜ୍‌ରୁ ଏହା ସ୍ପଷ୍ଟ ହେବା ପରେ ଘଟଣାର ମାଷ୍ଟର ମାଇଣ୍ଡ୍‌ ତଥା ଅନିୟମିତତା ଅଭିଯୋଗରେ ବ୍ୟାଙ୍କରୁ ବିଦା ହୋଇଥିବା ପୂର୍ବତନ ମେସେଞ୍ଜର ଶେଖର କୁଲଦୀପଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ୧ କେଜି ୧୮୯ ଗ୍ରାମ ସୁନା ଏବଂ ୨ଲକ୍ଷ ୯୫ ହଜାର ଟଙ୍କା ଜବତ କରାଯାଇଛି। କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି ଲକ୍ଷ୍ମୀପୁରଠାରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏଭଳି ଅଭିନବ ଲୁଟ୍‌ ବିଷୟରେ ସବିଶେଷ ସୂଚନା ଦେଇଛନ୍ତି।

୨୦୨୧ ନଭେମ୍ବର ୩୦ରେ ଏହି ଘଟଣା ଘଟିଥିବାବେଳେ ଗତ ୧୪ ତାରିଖରେ ସୁନା ଚୋରି ସମ୍ପର୍କରେ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖା ମ୍ୟାନେଜର ସୁଧାଂଶୁ ଶେଖର ରାଉତଙ୍କ ଅଭିଯୋଗ ଅନୁଯାୟୀ ଲକ୍ଷ୍ମୀପୁର ଥାନାରେ ଏକ ମାମଲା (ନଂ. ୭/୨୨) ରୁଜୁ ହୋଇଥିଲା। ଏସ୍‌ଡିପିଓ ଅଶ୍ୱିନୀ ନାୟକଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ଘଟଣା ଦିନ (ନଭେମ୍ବର ୩୦) ଅପରାହ୍ନରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ କୁଲଦୀପ କୌଣସି କାମ ଥିବା ବାହାନା କରି ବ୍ୟାଙ୍କକୁ ଯାଇଥିଲେ ଏବଂ ଯୋଜନା ମୁତାବକ ଏକ କୋଠରିରେ ଲୁଚିଯାଇଥିଲେ। ସନ୍ଧ୍ୟାରେ କର୍ମଚାରୀମାନେ ବାହାରପଟୁ ତାଲା ପକାଇ ଯିବା ପରେ ରାତିରେ କୁଲଦୀପ ବ୍ୟାଙ୍କ ମ୍ୟାନେଜରଙ୍କ ରୁମରେ ଥିବା ଷ୍ଟ୍ରଙ୍ଗରୁମ୍‌, ଲକର ଚାବି ଆଣି ସୁନା ଓ ଟଙ୍କା ବାହାର କରିଥିଲେ। ପୁନର୍ବାର ଲକର ସମେତ ଷ୍ଟ୍ରଙ୍ଗ୍‌ ରୁମରେ ତାଲା ପକାଇ ନିର୍ଦ୍ଧାରିତ ସ୍ଥାନରେ ଚାବି ରଖିଦେଇ ସେହି ପ୍ରକୋଷ୍ଠରେ ଲୁଚିଯାଇଥିଲେ। ପରଦିନ ବ୍ୟାଙ୍କ କାର୍ଯ୍ୟ ସ୍ବାଭାବିକ ହେବା ପରେ ମଧ୍ୟ ଏହାର ସୁରାକ କେହି ପାଇପାରି ନ ଥିଲେ। ଏହାର ସୁଯୋଗ ନେଇ ଘଣ୍ଟାଏ ପରେ କୁଲଦୀପ ବ୍ୟାଙ୍କରୁ ଖସି ପଳାଇଥିଲେ। ସିସିଟିଭି ଫୁଟେଜ୍‌ ତନାଘନା କରିବା ପରେ ସମସ୍ତ ଘଟଣାବଳୀ ଜଣାପଡିଥିଲା। ଚୋରି ହୋଇଥିବା ମୋଟ ୧,୬୦୦ ଗ୍ରାମ ସୁନା ମଧ୍ୟରୁ ଅଭିଯୁକ୍ତଙ୍କ ଆଲମିରାରୁ ୧,୧୮୯ ଗ୍ରାମ ଏବଂ ନଗଦ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ଅବଶିଷ୍ଟ ସୁନା ଖୁବ୍‌ଶୀଘ୍ର ଜବତ କରାଯିବ ବୋଲି ଏସ୍‌ପି କହିଛନ୍ତି। ଖବରଦାତା ସମ୍ମିଳନୀରେ ଲକ୍ଷ୍ମୀପୁର ଏସ୍‌ଡିପିଓ ଅଶ୍ୱିନୀ ନାୟକ, ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ୱେତପଦ୍ମା ସେଠଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri