ବ୍ୟାଙ୍କରେ ୨୦ ଘଣ୍ଟା ଲୁଚିଥିଲେ ଅଭିଯୁକ୍ତ

କୋରାପୁଟ (ସ୍ବ.ପ୍ର.)/ଲକ୍ଷ୍ମୀପୁର (ଡି.ଏନ୍‌.ଏ.), ୧୭ା୧: କୋରାପୁଟ ଜିଲା ଲକ୍ଷ୍ମୀପୁରସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଶାଖାରୁ ସୁନା ଚୋରି ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଚୋରି କରିବା ଲାଗି ଅଭିଯୁକ୍ତ ଜଣକ ଘଟଣା ଦିନ ଅପରାହ୍ନ ୩ଟାରୁ ଏହା ପରଦିନ ବ୍ୟାଙ୍କ କାର୍ଯ୍ୟ ସ୍ବାଭାବିକ ଭାବେ ଆରମ୍ଭ ହେବା ଯାଏ ପ୍ରାୟ ୨୦ ଘଣ୍ଟା ଧରି ବ୍ୟାଙ୍କ ପରିସରରେ ଥିବା ଏକ କୋଠରିରେ ଲୁଚି ରହିଥିଲେ। ସିସିଟିଭି ଫୁଟେଜ୍‌ରୁ ଏହା ସ୍ପଷ୍ଟ ହେବା ପରେ ଘଟଣାର ମାଷ୍ଟର ମାଇଣ୍ଡ୍‌ ତଥା ଅନିୟମିତତା ଅଭିଯୋଗରେ ବ୍ୟାଙ୍କରୁ ବିଦା ହୋଇଥିବା ପୂର୍ବତନ ମେସେଞ୍ଜର ଶେଖର କୁଲଦୀପଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ୧ କେଜି ୧୮୯ ଗ୍ରାମ ସୁନା ଏବଂ ୨ଲକ୍ଷ ୯୫ ହଜାର ଟଙ୍କା ଜବତ କରାଯାଇଛି। କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି ଲକ୍ଷ୍ମୀପୁରଠାରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏଭଳି ଅଭିନବ ଲୁଟ୍‌ ବିଷୟରେ ସବିଶେଷ ସୂଚନା ଦେଇଛନ୍ତି।

୨୦୨୧ ନଭେମ୍ବର ୩୦ରେ ଏହି ଘଟଣା ଘଟିଥିବାବେଳେ ଗତ ୧୪ ତାରିଖରେ ସୁନା ଚୋରି ସମ୍ପର୍କରେ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖା ମ୍ୟାନେଜର ସୁଧାଂଶୁ ଶେଖର ରାଉତଙ୍କ ଅଭିଯୋଗ ଅନୁଯାୟୀ ଲକ୍ଷ୍ମୀପୁର ଥାନାରେ ଏକ ମାମଲା (ନଂ. ୭/୨୨) ରୁଜୁ ହୋଇଥିଲା। ଏସ୍‌ଡିପିଓ ଅଶ୍ୱିନୀ ନାୟକଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ଘଟଣା ଦିନ (ନଭେମ୍ବର ୩୦) ଅପରାହ୍ନରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ କୁଲଦୀପ କୌଣସି କାମ ଥିବା ବାହାନା କରି ବ୍ୟାଙ୍କକୁ ଯାଇଥିଲେ ଏବଂ ଯୋଜନା ମୁତାବକ ଏକ କୋଠରିରେ ଲୁଚିଯାଇଥିଲେ। ସନ୍ଧ୍ୟାରେ କର୍ମଚାରୀମାନେ ବାହାରପଟୁ ତାଲା ପକାଇ ଯିବା ପରେ ରାତିରେ କୁଲଦୀପ ବ୍ୟାଙ୍କ ମ୍ୟାନେଜରଙ୍କ ରୁମରେ ଥିବା ଷ୍ଟ୍ରଙ୍ଗରୁମ୍‌, ଲକର ଚାବି ଆଣି ସୁନା ଓ ଟଙ୍କା ବାହାର କରିଥିଲେ। ପୁନର୍ବାର ଲକର ସମେତ ଷ୍ଟ୍ରଙ୍ଗ୍‌ ରୁମରେ ତାଲା ପକାଇ ନିର୍ଦ୍ଧାରିତ ସ୍ଥାନରେ ଚାବି ରଖିଦେଇ ସେହି ପ୍ରକୋଷ୍ଠରେ ଲୁଚିଯାଇଥିଲେ। ପରଦିନ ବ୍ୟାଙ୍କ କାର୍ଯ୍ୟ ସ୍ବାଭାବିକ ହେବା ପରେ ମଧ୍ୟ ଏହାର ସୁରାକ କେହି ପାଇପାରି ନ ଥିଲେ। ଏହାର ସୁଯୋଗ ନେଇ ଘଣ୍ଟାଏ ପରେ କୁଲଦୀପ ବ୍ୟାଙ୍କରୁ ଖସି ପଳାଇଥିଲେ। ସିସିଟିଭି ଫୁଟେଜ୍‌ ତନାଘନା କରିବା ପରେ ସମସ୍ତ ଘଟଣାବଳୀ ଜଣାପଡିଥିଲା। ଚୋରି ହୋଇଥିବା ମୋଟ ୧,୬୦୦ ଗ୍ରାମ ସୁନା ମଧ୍ୟରୁ ଅଭିଯୁକ୍ତଙ୍କ ଆଲମିରାରୁ ୧,୧୮୯ ଗ୍ରାମ ଏବଂ ନଗଦ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ଅବଶିଷ୍ଟ ସୁନା ଖୁବ୍‌ଶୀଘ୍ର ଜବତ କରାଯିବ ବୋଲି ଏସ୍‌ପି କହିଛନ୍ତି। ଖବରଦାତା ସମ୍ମିଳନୀରେ ଲକ୍ଷ୍ମୀପୁର ଏସ୍‌ଡିପିଓ ଅଶ୍ୱିନୀ ନାୟକ, ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ୱେତପଦ୍ମା ସେଠଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?