ମେ ଶେଷ ସୁଦ୍ଧା ସରିବ ଆଠଗଡ଼ ବସ୍‌ଷ୍ଟାଣ୍ଡ କାମ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ମେ ମାସ ଶେଷସୁଦ୍ଧା ସମ୍ପୂର୍ଣ୍ଣ ହେବ। ଗୁରୁବାର ଲୋକସେବା ଭବନରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି ା ବୈଠକରେ ଆଠଗଡ଼ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷକରି ଏହାକୁ ଯଥାଶୀଘ୍ର ଯାତ୍ରୀମାନଙ୍କ ନିମନ୍ତେ ଲୋକାର୍ପିତ କରିବା ପାଇଁ ମନ୍ତ୍ରୀ ସ୍ବାଇଁ କହିଛନ୍ତି। ଆଠଗଡ଼ ବସ୍‌ଷ୍ଟାଣ୍ଡର ମୂଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବସ୍‌ଷ୍ଟାଣ୍ଡର ପାଚେରି, ଗେଟ୍‌, ସଂଯୋଗକାରୀ ରାସ୍ତା କାମ ଚାଲିଛି। ବସ୍‌ଷ୍ଟାଣ୍ଡ କାର୍ଯ୍ୟାଳୟର ଆସବାବପତ୍ର, ଯାତ୍ରୀମାନଙ୍କ ବସିବା ସୁବିଧା, ଫ୍ୟାନ୍‌ ଓ ଆନୁଷଙ୍ଗିକ ସୁବିଧାର ନିର୍ମାଣ ମେ ଶେଷ ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ପରିବହନ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ୪ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ବସ୍‌ଷ୍ଟାଣ୍ଡ ନିମନ୍ତେ ବକେୟା ଥିବା ସମସ୍ତ ଅର୍ଥ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସପ୍ତାହକ ମଧ୍ୟରେ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଜଣେ, ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

କେନ୍ଦ୍ରାପଡ଼ା ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣିରେ ଗତ ବୁଧବାର ବାଣ ବିସ୍ଫୋରଣ ଘଟି ଶତାଧିକ ଆହତ ହୋଇଥିଲେ। ଏହି...

ଦିନକର ଦରମା ଦେବେ ସଚିିବାଳୟ କର୍ମଚାରୀ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସଂଗ୍ରହ କରୁଛନ୍ତି। ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଧାସଳଖ...

ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ପ୍ରଶାସନ: ପୁଣି ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ବାରିପଦା ଅଫିସ,୨୬ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଦୀର୍ଘ ଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ଏଠାରେ ସମନ୍ବିତ ବିଏଡ,...

କଳାହାଣ୍ଡିରେ ନିର୍ମାଣ ହେବ ଏମ୍‌ଏସ୍‌ଏମ୍‌ଇ ପାର୍କ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଏଇ)କୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାର କଳାହାଣ୍ଡିରେ ଏମ୍‌ଏସ୍‌ଏମ୍‌ଏଇ ପାର୍କ ନିର୍ମାଣ କରିବେ। ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ...

ଡ୍ରେନେଜ୍‌କଟ୍‌ ଉନ୍ନତୀକରଣ ନାଁରେ ୨ କୋଟି ହଡ଼ପ

ଡେରାବିଶ,୨୯ା୭(ସ୍ବ.ପ୍ର.): ଜମି ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜକଟ୍‌ ଉନ୍ନତୀକରଣ କାର୍ଯ୍ୟ କରାନଯାଇ ମିଥ୍ୟା ବିଲ୍‌ କରି ୨ କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ...

ବାତ୍ୟା ‘ଅମ୍ଫନ’ ସହାୟତା: ୧୧ଲକ୍ଷ ଦେଲେ ରାଜ୍ୟପାଳ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ବାତ୍ୟା ‘ଅମ୍ଫନ’ର ପୁନରୁଦ୍ଧାର କାର୍ଯ୍ୟ ପାଇଁ...

ଆରମ୍ଭ ହେଲା ଭିତର ଚନ୍ଦନଯାତ୍ରା

ପୁରୀ ଅଫିସ,୨୯ା୫: ସୋମବାର ଶେଷ ହୋଇଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ୨୧ଦିନ ଧରି ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଛନ୍ତି ଠାକୁର। ମହାପ୍ରଭୁଙ୍କ ଚଳନ୍ତି...

ରାସ୍ତା ପ୍ରଶସ୍ତୀକରଣରେ କଟିବ ୩୧୫୮ ଗଛ

ସୋନପୁର,୧୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଲାଇଫଲାଇନ କୁହାଯାଉଥିବା ଅର୍ଜୁନପୁର-ବିନିକା-ରାମପୁର-ଡୁଙ୍ଗୁରପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ(ଏମଡିଆର) ଓସାରିଆ ହେବ। ଅର୍ଜୁନପୁରରୁ ଡୁଙ୍ଗୁରିପାଲି ୫୪.୨୦୦ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ...

Advertisement
Archives

Model This Week