ସମସ୍ତ ଆସନରେ ପ୍ରାର୍ଥୀ ଦେବ ଏଏପି

ଢେଙ୍କାନାଳ ଅଫିସ, ୪।୧୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ସବୁ ଆସନରେ ପ୍ରାର୍ଥୀ ଦେବ। ଢେଙ୍କାନାଳସ୍ଥିତ ଦଳୀୟ ଜିଲା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଜିଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଖବରଦାତା ସମ୍ମିଳନୀରେ ଜିଲାର ୫୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ସକ୍ରିୟ ସଦସ୍ୟ ଅଂଶଗ୍ରହଣ କରିଥିଲେ।
ପଞ୍ଚାୟତ ନିର୍ବାଚନ ପାଇଁ ୬ ଜିଲାସ୍ତରୀୟ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି। ପଞ୍ଚାୟତ ଏବଂ ଜିଲା ପରିଷଦ ଆସନରେ ଦଳୀୟ ପାର୍ଥୀ ନିର୍ବାଚନ ଲଢ଼ିବେ। ବିନା ମଦ, ମାଂସ ଓ ଟଙ୍କାରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ନେଇ ଦଳୀୟ କର୍ମୀ ମତ ଦେଇଥିଲେ। ଏହି ଅବସରରେ ଜିଲା କାର୍ଯ୍ୟକାରୀ କମିଟି, ପ୍ରଚାର କମିଟି, ନିର୍ବାଚନ କମିଟି, ଯୁବ କମିଟି, ମହିଳା କମିଟି, ଆର୍ଥତ୍କସ୍ଥିତି ସୁଧାର କମିଟି ଗଠନ କରାଯାଇଛି।
ରମେଶ ଚନ୍ଦ୍ର ପଣ୍ଡା, ପର୍ଶୁରାମ ମହାଭୋଇ, ବରିଷ୍ଠ ସଦସ୍ୟ ରାଜୀବ କର, ହେମନ୍ତ ଧଳ, ସନାତନ ନାଏକ, ସନ୍ଧ୍ୟାରାଣୀ ସାହୁ, ଲିଙ୍ଗରାଜ ସାହୁ, ଦେବାନନ୍ଦ ହୋତା ପ୍ରମୁଖ ବହୁ କର୍ମୀ ଯୋଗଦେଇଥିଲେ। ଏଏପିର ଆଦର୍ଶରେ ଅନୁପ୍ରାଣିତ ହୋଇ ୫ଜଣ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ଓଡ଼ାପଡ଼ା ବ୍ଲକ୍‌ ଉପସଭାପତି ଲକ୍ଷ୍ମଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛଟେଇ ପରେ ହାରିଲେ ଜୀବନ

ଢେଙ୍କାନାଳ ଅଫିସ, ୪।୧୨-ପେଟପାଟଣା କଥା ବୁଝୁଥିଲା ଠିକା ଚାକିରି। କଷ୍ଟେମଷ୍ଟେ ଚଳିଯାଉଥିଲା ପରିବାର। ଚାକିରିରୁ ଛଟେଇ ପରେ ମାଡ଼ିବସିଲା ଚିନ୍ତା। ଅସହ୍ୟ ହେଲା ଆର୍ଥିକ ଅନଟନ।...

କାମ ସାରିବାକୁ ୫୨ଦିନ

ରାସୋଳ, ୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଅନ୍ତର୍ଗତ କଦଳୀପାଳ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଉଥିବା ହିତାଧିକାରୀ ଅନୁଦାନ...

ସାମ୍ବାଦିକତାରେ ବିଚାରଶକ୍ତି ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୬।୨ – ସାମ୍ବାଦିକତା ବୃତ୍ତିରେ ସାଧାରଣ ବିଚାରଶକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ବହୁଳ ପ୍ରଚଳନ ଆହ୍ବାନ ପାଲଟିଛି। ତେଣୁ...

ଢେଙ୍କାନାଳରେ ହିମାଚଳ ପ୍ରଦେଶ ଅଧିକାରୀ: ଛତୁ ଫାର୍ମ ବୁଲିଲେ, ଚାଷୀଙ୍କୁ ଉତ୍ସାହିତ କଲେ

ଢେଙ୍କାନାଳ ଅଫିସ, ୬ା୭ – ହିମାଚଳ ପ୍ରଦେଶ ସୋଲାନ ଛତୁ ଗବେଷଣା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ବେଦ ପ୍ରକାଶ ଶର୍ମା ଶୁକ୍ରବାର ଢେଙ୍କାନାଳ ଜିଲାରେ ଛତୁ...

‘ମଗଜି’କୁ ମାନ୍ୟତା ଆଶା ବଢ଼ିଲା

ଢେଙ୍କାନାଳ ଅଫିସ, ୮।୧୨: ଢେଙ୍କାନାଳର ନିଜସ୍ବ ମିଠା ମଗଜି ଲଡୁକୁ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ମାନ୍ୟତା ଆଶା ବଢ଼ିଛି। ପ୍ରସ୍ତୁତି ପ୍ରଣାଳୀ ଏବଂ ସ୍ବାଦରେ ସ୍ବତନ୍ତ୍ର...

ଲୋକକଳା ଦିବସ ପାଳିତ: ‘ସଂରକ୍ଷଣ ହେବ ପାରମ୍ପରିକ କଳା’

ଢେଙ୍କାନାଳ ଅଫିସ, ୧୪।୬-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରଥମ ଥର ଆୟୋଜନ କରାଯାଇଥିବା ଲୋକକଳା ଦିବସ ନୂତନ ଅଧ୍ୟାୟ...

କୁମୁସୀ ସରପଞ୍ଚ ନିଲମ୍ବିତ

ପରଜଙ୍ଗ, ୨୮।୯(ଡି.ଏନ.ଏ.) ପଦବୀର ଅପବ୍ୟବହାର ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତର ସରପଞ୍ଚ ସାଗରିକା ଦେହୁରୀ। ଜିଲାପାଳଙ୍କ ଅର୍ଡର ନଂ....

ଜନ୍ମମାଟିରେ ଶହୀଦ ଅଜିତ୍‌ଙ୍କ ମରଶରୀର: ଶେଷ ଦର୍ଶନ ପାଇଁ ଗ୍ରାମରେ ଜନସମୁଦ୍ର, ଗ୍ରାମ ଶ୍ମଶାନରେ କରାଯିବ ଶେଷକୃତ୍ୟ

କାମାକ୍ଷାନଗର,୨୦।୬(ଡି.ଏନ୍‌.ଏ.): ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ଗ୍ରାମରେ ପହଞ୍ଚିଛି। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବହୁ...

Advertisement
Archives

Model This Week