Posted inଖେଳ

ଆଇପିଏଲ୍‌ର ୫ ସବୁଠୁ ବଡ଼ କଞ୍ଜୁସ୍‌ ବୋଲର୍‌

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ତଥା ଆଇପିଏଲର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ। କିମ୍ବଦନ୍ତୀ ଖେଳାଳିମାନେ ସେମାନଙ୍କର ଚମତ୍କାର ଖେଳ ସହିତ ପ୍ରଶଂସକମାନଙ୍କ ମନୋରଞ୍ଜନ କରିବେ। ଟି -୨୦ କ୍ରିକେଟକୁ ବ୍ୟାଟ୍ସମ୍ୟାନଙ୍କ ଖେଳ ଭାବରେ ବିବେଚନା କରାଯାଏ, କିନ୍ତୁ ଏପରି କିଛି ବୋଲର ଅଛନ୍ତି, ଯାହାଙ୍କ ବିପକ୍ଷରେ ବ୍ୟାଟ୍ସମ୍ୟାନ ରନ ସ୍କୋର କରିବା ସହଜ ହୋଇ ନ ଥାଏ। ଏହି ବୋଲରମାନେ ନିଜ ବୋଲିଂ ଜରିଆରେ ବ୍ୟାଟ୍ସମ୍ୟାନଙ୍କୁ ହଇରାଣ କରନ୍ତି। ଆସନ୍ତୁ ଜାଣିବା ଇଣ୍ଡିଆନ ପ୍ରିମିୟର ଲିଗର ସେହି ୫ ବୋଲରଙ୍କ ସମ୍ପର୍କରେ ଯେଉଁମାନେ ପାୱାରପ୍ଲେରେ ସବୁଠାରୁ କଞ୍ଜୁସ୍‌ ବୋଲିଂ କରିଛନ୍ତି।
ପାୱାରପ୍ଲେରେ ସବୁଠାରୁ କଞ୍ଜୁସ୍‌ ବୋଲର ହେଉଛନ୍ତି ରାଜସ୍ଥାନ ରୟାଲ୍ସର ଜୋଫ୍ରା ଆର୍ଚର। ପାୱାରପ୍ଲେରେ ଜୋଫ୍ରା ଆର୍ଚରଙ୍କ ବୋଲିଂ ହାର ପ୍ରତି ଓଭର ପ୍ରତି ୫.୪ ରନ ଅଟେ। ଆଇପିଏଲ ଇତିହାସରେ ଆର୍ଚର ହେଉଛି ଏକମାତ୍ର ବୋଲର ଯିଏକି ପାୱାରପ୍ଲେରେ ଓଭର ପିଛା ୬ରୁ କମ ଆଭରେଜ୍‌ ରହିଛି।

ଆଇପିଏଲ ମ୍ୟାଚର ପାୱାର୍‌ ପ୍ଲେରେ ଦ୍ରୁତ ବୋଲରଙ୍କ ତାଲିକାରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନିଜ ସ୍ବିଙ୍ଗ ସହିତ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରୁଥିବା ଭୁଭି ପାୱାର୍‌ ପ୍ଲେରେ ଓଭର ପ୍ରତି ମାତ୍ର ୬ ରନ ଦେଇଥାନ୍ତି।

ପାୱାରପ୍ଲେରେ କଞ୍ଜୁସ୍‌ ରନ ଦେଇଥିବା ତୃତୀୟ ବୋଲର ହେଉଛନ୍ତି କୋଲକାତା ନାଇଟ ରାଇଡର୍ସ ଅଫ ସ୍ପିନର ସୁନୀଲ ନରେନ୍‌। ଏହି ତାଲିକାରେ ସ୍ଥାନ ପାଇବା ପାଇଁ ନରେନ୍‌ ହେଉଛି ଏକମାତ୍ର ସ୍ପିନର। ପାୱାରପ୍ଲେରେ ନରେନ୍‌ଙ୍କ ଆଭ୍‌ରେଜ୍‌ ପ୍ରତି ଓଭରରେ ୬.୩ ରନ ଅଟେ।

ପାୱାରପ୍ଲେରେ ଭଲ ବୋଲିଂ କରିବାର ରେକର୍ଡ ଡେଲ ଷ୍ଟେନ ଏବଂ ଲାସିଥ ମାଲିଙ୍ଗାଙ୍କ ନାଁରେ ରହିଛି । ଉଭୟ ବୋଲର ପାୱାରପ୍ଲେରେ ଓଭର ପିଛା ୬.୩ ରନ୍‌ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri