Posted inଖେଳ

ଆଇପିଏଲ୍‌ର ୫ ସବୁଠୁ ବଡ଼ କଞ୍ଜୁସ୍‌ ବୋଲର୍‌

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ତଥା ଆଇପିଏଲର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ। କିମ୍ବଦନ୍ତୀ ଖେଳାଳିମାନେ ସେମାନଙ୍କର ଚମତ୍କାର ଖେଳ ସହିତ ପ୍ରଶଂସକମାନଙ୍କ ମନୋରଞ୍ଜନ କରିବେ। ଟି -୨୦ କ୍ରିକେଟକୁ ବ୍ୟାଟ୍ସମ୍ୟାନଙ୍କ ଖେଳ ଭାବରେ ବିବେଚନା କରାଯାଏ, କିନ୍ତୁ ଏପରି କିଛି ବୋଲର ଅଛନ୍ତି, ଯାହାଙ୍କ ବିପକ୍ଷରେ ବ୍ୟାଟ୍ସମ୍ୟାନ ରନ ସ୍କୋର କରିବା ସହଜ ହୋଇ ନ ଥାଏ। ଏହି ବୋଲରମାନେ ନିଜ ବୋଲିଂ ଜରିଆରେ ବ୍ୟାଟ୍ସମ୍ୟାନଙ୍କୁ ହଇରାଣ କରନ୍ତି। ଆସନ୍ତୁ ଜାଣିବା ଇଣ୍ଡିଆନ ପ୍ରିମିୟର ଲିଗର ସେହି ୫ ବୋଲରଙ୍କ ସମ୍ପର୍କରେ ଯେଉଁମାନେ ପାୱାରପ୍ଲେରେ ସବୁଠାରୁ କଞ୍ଜୁସ୍‌ ବୋଲିଂ କରିଛନ୍ତି।
ପାୱାରପ୍ଲେରେ ସବୁଠାରୁ କଞ୍ଜୁସ୍‌ ବୋଲର ହେଉଛନ୍ତି ରାଜସ୍ଥାନ ରୟାଲ୍ସର ଜୋଫ୍ରା ଆର୍ଚର। ପାୱାରପ୍ଲେରେ ଜୋଫ୍ରା ଆର୍ଚରଙ୍କ ବୋଲିଂ ହାର ପ୍ରତି ଓଭର ପ୍ରତି ୫.୪ ରନ ଅଟେ। ଆଇପିଏଲ ଇତିହାସରେ ଆର୍ଚର ହେଉଛି ଏକମାତ୍ର ବୋଲର ଯିଏକି ପାୱାରପ୍ଲେରେ ଓଭର ପିଛା ୬ରୁ କମ ଆଭରେଜ୍‌ ରହିଛି।

ଆଇପିଏଲ ମ୍ୟାଚର ପାୱାର୍‌ ପ୍ଲେରେ ଦ୍ରୁତ ବୋଲରଙ୍କ ତାଲିକାରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନିଜ ସ୍ବିଙ୍ଗ ସହିତ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରୁଥିବା ଭୁଭି ପାୱାର୍‌ ପ୍ଲେରେ ଓଭର ପ୍ରତି ମାତ୍ର ୬ ରନ ଦେଇଥାନ୍ତି।

ପାୱାରପ୍ଲେରେ କଞ୍ଜୁସ୍‌ ରନ ଦେଇଥିବା ତୃତୀୟ ବୋଲର ହେଉଛନ୍ତି କୋଲକାତା ନାଇଟ ରାଇଡର୍ସ ଅଫ ସ୍ପିନର ସୁନୀଲ ନରେନ୍‌। ଏହି ତାଲିକାରେ ସ୍ଥାନ ପାଇବା ପାଇଁ ନରେନ୍‌ ହେଉଛି ଏକମାତ୍ର ସ୍ପିନର। ପାୱାରପ୍ଲେରେ ନରେନ୍‌ଙ୍କ ଆଭ୍‌ରେଜ୍‌ ପ୍ରତି ଓଭରରେ ୬.୩ ରନ ଅଟେ।

ପାୱାରପ୍ଲେରେ ଭଲ ବୋଲିଂ କରିବାର ରେକର୍ଡ ଡେଲ ଷ୍ଟେନ ଏବଂ ଲାସିଥ ମାଲିଙ୍ଗାଙ୍କ ନାଁରେ ରହିଛି । ଉଭୟ ବୋଲର ପାୱାରପ୍ଲେରେ ଓଭର ପିଛା ୬.୩ ରନ୍‌ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri