ପୂରଣ ହେଉନି ୧୬ ବର୍ଷର ‘ସୁରେଶ୍ୱରୀ’ ଆଶା

ବଇଣ୍ଡା, ୧ା୮ – ୨୦୦୪ରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପର ଭୂମିପୂଜା ପରେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୬ ପଞ୍ଚାୟତର ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ସେମାନଙ୍କ ୧୦ ହଜାର ଏକର ଜମିକୁ ଜଳସେଚନର ସୁବିଧା ମିଳିବା ସମ୍ଭାବନା ସୃଷ୍ଟି ହୋଇଥିଲା। ଏହାର ୫ ବର୍ଷ ପରେ ପ୍ରକଳ୍ପ ଖୁବ୍‌ଶୀଘ୍ର ନିର୍ମାଣ ହେବ ବୋଲି ବଏଜାଠାରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ଏଯାଏ କାର୍ଯ୍ୟ ସେପରି କିଛି ଆଗେଇପାରି ନାହିଁ। ପୋତି ହୋଇପଡ଼ିଥିବା କେନାଲର ପୁନରୁଦ୍ଧାର ମଧ୍ୟ ଶେଷ ହୋଇପାରି ନାହିଁ। ଫଳରେ ସୁରେଶ୍ୱରୀ ପ୍ରକଳ୍ପ ନେଇ ଚାଷୀଙ୍କ ୧୬ ବର୍ଷର ଆଶା ସେହି ଆଶାରେ ହିଁ ଅଟକିଯାଇଛି।
୧୯୨୮ ମସିହାରେ ଆଠମଲ୍ଲିକର ରାଜା ଆଡିବନ୍ଧ କରି ସୁରେଶ୍ୱରୀ ପାଣି ଅଟକାଇଥିଲେ। ଚାଷୀମାନେ କେନାଲ ଖୋଳି ୧୯ଟି ଗ୍ରାମର ୧୯୬୫ ଏକର ଜମିକୁ ପାଣି ମଡାଇ ପାରିଥିଲେ। ସ୍ବାଧୀନତା ପରେ ଉକ୍ତ କେନାଲ କ୍ଷୁଦ୍ର ଜଳସେଚନ ବିଭାଗ ହାତକୁ ଚାଲିଯାଇଥିଲା। କିନ୍ତୁ କେନାଲର ପୁନରୁଦ୍ଧାର ହୋଇପାରି ନ ଥିବାରୁ କିଶୋରନଗର ବ୍ଲକର ବାମୁର, ଧଉରାପାଲି, ଜଏରାଟ, ଓଷ୍କାପାଲି, ରଣିଆକଟା, କଦଳୀମୁଣ୍ଡା ପଞ୍ଚାୟତର ୧୦ ହଜାର ୪୦୨ ଏକର ଜମିକୁ ଜଳସେଚନ ହୋଇପାରୁ ନ ଥିଲା। ୨୦୦୪ରେ ରାଜ୍ୟ ସରକାର ଉକ୍ତ ୬ଟି ପଞ୍ଚାୟତର ଚାଷୀଙ୍କ ଉନ୍ନତି ପାଇଁ ବାମୁର ପଞ୍ଚାୟତର ଚାନ୍ତିଆମ୍ବତଇଳାଠାରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପର ଭୂମିପୂଜା କରିଥିଲେ। ଇତିମଧ୍ୟରେ ୧୬ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ସେପରି କିଛି ଆଗେଇପାରି ନାହିଁ। ଡଙ୍ଗାପାଳରୁ ଧଉରାପାଲି ପର୍ଯ୍ୟନ୍ତ ୯ କିଲୋମିଟର କେନାଲର ପୁନରୁଦ୍ଧାର କାମ ଶେଷ ହୋଇପାରି ନାହିଁ। ମାତ୍ର ୪.୫ କିଲୋମିଟର କେନାଲ କଂକ୍ରିଟ୍‌ କରାଯାଇଥିବା ବେଳେ ବଳକା ୪.୫ କିଲୋମିଟର କେନାଲରେ ମାଟି ଗଦା ହୋଇରହିଛି। ସେହିପରି ଜଏରାଟ ପଞ୍ଚାୟତର ବଏଜାଠାରୁ କରମଳକଟା ଓ ବରଡାମଳିହା ପର୍ଯ୍ୟନ୍ତ ମାତ୍ର ୨ କିଲୋମିଟର ଶାଖା କେନାଲ ନିର୍ମାଣ ହୋଇପାରିଛି। ୨୦୧୯ରେ ପ୍ରକଳ୍ପ ନିର୍ମାଣ ତ୍ୱରାନ୍ବିତ କରାଯିବା ପାଇଁ ଜଳ ସମ୍ପଦ ବିଭାଗର ଏକ ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ ସେପରି କିଛି ପଦକ୍ଷେପ ନିଆଯାଇ ନାହିଁ। ଅପରପକ୍ଷରେ ବଏଜାଠାରେ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ପାଇଁ ୯ ଏପ୍ରିଲ ୨୦୧୦ରେ କରାଯାଇଥିବା ଏକ ଏମ୍‌ଓୟୁ ସରକାରଙ୍କ ଉଦ୍ଦେଶ୍ୟ ନେଇ ଉକ୍ତ ୬ଟି ପଞ୍ଚାୟତର ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଉକ୍ତ ପାଓ୍ବାର ପ୍ଲାଣ୍ଟ ଯୋଜନା ବାତିଲ କରି ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ଦାବିରେ ଚାଷୀ, କ୍ଷତିଗ୍ରସ୍ତମାନଙ୍କୁ ନେଇ ଗଠିତ ଜୀବନଜୀବିକା ଓ କୃଷି ଜମି ସୁରକ୍ଷା କମିଟି ୧୦ ବର୍ଷ ହେଲା ଆନ୍ଦୋଳନ ଚଳାଇ ଆସିଥିଲେ ହେଁ ସରକାର ତାହାକୁ କର୍ଣ୍ଣପାତ କରୁନାହାନ୍ତି। ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ତ୍ରିପୁରାରୀ ନାୟକ କହିଛନ୍ତି, ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ପାଇଁ ସରକାରଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ବିଭାଗ ପକ୍ଷରୁ ମୁଖ୍ୟ କେନାଲ ନିର୍ମାଣ କରାଯାଇଛି। ବଳକା ନିର୍ମାଣ କାମ ପାଇଁ ଅର୍ଥ ଯୋଗାଇଦେବାକୁ ସରକାରଙ୍କୁ ଚିଠି ଲେଖାଯାଇଛି।
ପ୍ରକଳ୍ପ ପାଇଁ ପଦକ୍ଷେପ ନାହିଁ
ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ହେଲେ ବ୍ଲକର ବହୁ ଚାଷୀଙ୍କ ଉନ୍ନତି ହେବ। ହେଲେ ସରକାର ଏହି ପ୍ରକଳ୍ପ କଥା ଯେପରି ମନରୁ ପାସୋରି ଦେଇଛନ୍ତି। କମିଟି ପକ୍ଷରୁ ବହୁବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନାହିଁ।
– ଦିନବନ୍ଧୁ ପ୍ରଧାନ, କମିଟି ସଭାପତି
କୌଣସି ଅଗ୍ରଗତି ଘଟୁନି
୨୦୦୪ରେ ପ୍ରକଳ୍ପର ଶୁଭ ଦିଆଯାଇଥିଲା। ୫ ବର୍ଷ ପରେ ଅର୍ଥାତ୍‌ ୨୦୦୯ରେ ଏହି କାର୍ଯ୍ୟ ଆଗେଇବ ବୋଲି ସରକାରଙ୍କ ପକ୍ଷରୁ କୁହାଗଲା। କିନ୍ତୁ ଏଯାଏ କିଛି ବି ଅଗ୍ରଗତି ଘଟିନାହିଁ। କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏପରି ଘୋଷଣା କରିଥିବା କୁହାଯାଉଛି।
– ରମଣିରଞ୍ଜନ ପ୍ରଧାନ, ପୂର୍ବତନ ସରପଞ୍ଚ
ସାକାର ହେଉନି ଚାଷୀଙ୍କ ସ୍ବପ୍ନ
ରାଜାରାଜୁଡ଼ା ଅମଳରୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଚାଷୀମାନେ ସ୍ବପ୍ନ ଦେଖୁଛନ୍ତି। ହେଲେ ଏଯାଏ ତାହା ସାକାର ହୋଇପାରୁ ନାହିଁ। ଏହି ପ୍ରକଳ୍ପ ଉପରେ ହଜାର ହଜାର ଚାଷୀଙ୍କ ଭାଗ୍ୟ ନିର୍ଭର କରୁଛି। ଏଥିପ୍ରତି ସ୍ଥାନୀୟ ଲୋକପ୍ରତିନିଧିମାନେ ଦୃଷ୍ଟି ଦିଅନ୍ତୁ।
– ଅନନ୍ତ ଚରଣ ପ୍ରଧାନ, ଚାଷୀ
ବର୍ଷା ଉପରେ ନିର୍ଭରଶୀଳ
ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ହେଉ ନ ଥିବାରୁ ବଏଜା ଗ୍ରାମର ବହୁ ଜମିକୁ ପାଣି ମାଡ଼ିପାରୁ ନାହଁ। ଚାଷୀମାନେ ବର୍ଷା ଉପରେ ନିର୍ଭରଶୀଳ ହୋଇପଡ଼ୁଛନ୍ତି। ଏପରି ଅବସ୍ଥାରେ କେଉଁବର୍ଷ ଅଧିକ ବର୍ଷା ତ ଆଉ କେଉଁ ବର୍ଷ ମରୁଡ଼ି ଫସଲ ନଷ୍ଟ କରୁଛି।
– ରଣଜିତଲାଲ ପ୍ରଧାନ, ବଏଜା
ସରକାର ସମସ୍ୟା ବୁଝନ୍ତୁ
ଚାଷ ଜମି ପାର୍ଶ୍ୱରେ ଥିବା କେନାଲଗୁଡ଼ିକ ପୋତି ହୋଇଗଲାଣି। ସେସବୁର ପୁନରୁଦ୍ଧାର ସହ ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ଦିଗରେ ସରକାର ଦୃଷ୍ଟି ଦେଲେ ଚାଷୀ ଓ ଚାଷର ଉନ୍ନତି ହୋଇପାରନ୍ତା। ସରକାର ଚାଷୀମାନଙ୍କ ସମସ୍ୟା ବୁଝନ୍ତୁ।
– ଫୁଲ ପ୍ରଧାନ, ଚାଷୀ
ପ୍ରକଳ୍ପ ବଦଳରେ ପ୍ଲାଣ୍ଟ ନିର୍ମାଣକୁ ଗୁରୁତ୍ୱ
ଜଳସେଚନ ପ୍ରକଳ୍ପ ସ୍ଥାପନ ଦିଗରେ ସରକାର ପଦକ୍ଷେପ ନେବା ପରିବର୍ତ୍ତେ ବଏଜାଠାରେ ପାଓ୍ବାର ପ୍ଲାଣ୍ଟ ପାଇଁ ଏମ୍‌ଓୟୁ କରିବା ଚାଷୀମାନଙ୍କୁ ଦୁଃଖ ଦେଇଛି। ସରକାର ତାଙ୍କ କାର୍ଯ୍ୟର ସମୀକ୍ଷା କରିବା ସହ ଜଳସେଚନ ପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ୱ ଦିଅନ୍ତୁ।
– ତୁଳା ପ୍ରଧାନ, ଚାଷୀ

(ପରିକ୍ଷିତ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri