ଆମ ଝିଅର ଏମିତି ହେଲେ…

ଭୁବନେଶ୍ୱର,୫ା୭(ବ୍ୟୁରୋ):ରାଗିଂ ଯୋଗୁ ରାଜ୍ୟରେ ବହୁ ଛାତ୍ରୀଛାତ୍ରଙ୍କ ଜୀବନ ଗଲାଣି। ଏହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଯେଉଁ ଆଣ୍ଟି ସ୍କ୍ବାଡ୍‌ ଗଠନ ହୋଇଛି, ତାହା କାମ କରୁନାହିଁ। ବେଳକୁ ବେଳ ଏଭଳି ସମ୍ବେଦନଶୀଳ ଘଟଣା ବୃଦ୍ଧି ପାଇଚାଲିଛି। ଯଦି ଆମ ଝିଅ ପ୍ରତି ଏଭିଳ ଘଟିବ ତେବେ ଆମେ ସମ୍ଭାଳିପାରିବା ତ! ସରକାରଙ୍କୁ ବିରୋଧୀ ଏଭଳି ପ୍ରଶ୍ନବାଣ ମାରିଛନ୍ତି। ଯେଉଁ ମା’ବାପା ତାଙ୍କ ଛୁଆକୁ ହରାଇଛନ୍ତି, ସେମାନେ ହିଁ କେବଳ ଏହାର କଷ୍ଟ ଜାଣୁଛନ୍ତି। ସରକାର କାହିଁକି ଏଭଳି ସ୍ପର୍ଶକାତର ଘଟଣାକୁ ଗୁରୁତ୍ୱ ଦେଉନାହାନ୍ତି। ବିଜେବି ସ୍ବୟଂଶାସିତ କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ଏମିତି ଢଙ୍ଗରେ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ସୋମବାର ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି। ସରକାର ଘଟଣାର ସିବିଆଇ ତଦନ୍ତ କରାନ୍ତୁ। ଯିଏ ଏହି ଘଟଣାରେ ଦୋଷୀ ତାଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି ବିରୋଧୀ ଦାବି କରିଛନ୍ତି।
ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଉଭୟ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ଭାଜପା ସଭ୍ୟ ମୋହନ ଚରଣ ମାଝି ‘ଧରିତ୍ରୀ’କୁ ଦେଖାଇ କହିଲେ ରାଗିଂରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଖବରକାଗଜରେ ଏହା ପ୍ରକାଶ ପାଇଛି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ପ୍ରଶ୍ନକାଳ ବନ୍ଦ କରାଯାଇ ତୁରନ୍ତ ଏହା ଉପରେ ଆଲୋଚନା କରାଯାଉ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଏହା ଉପରେ ଆଲୋଚନା କରିବାକୁ ବାଚସ୍ପତି କହିଥିଲେ ମଧ୍ୟ ବିରୋଧୀ ନିଜ ଜିଦ୍‌ରେ ଅଡ଼ିବସିଥିଲେ। ବାଚସ୍ପତି ବାଧ୍ୟହୋଇ ଗୃହକୁ ୧୦ଟା ୩୮ ମିନିଟ୍‌ରୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଦେଇଥିଲେ।
ଶୂନ୍ୟକାଳରେ ରାଗିଂ ଜନିତ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ, ଭୁବନେଶ୍ୱରର ପ୍ରତିଷ୍ଠିତ ସରକାରୀ ମହାବିଦ୍ୟାଳୟରେ ଯେଉଁ ଘଟଣା ଘଟିଲା, ତାହା ଅତ୍ୟନ୍ତ ସ୍ପର୍ଶକାତର। ୨୨ ବର୍ଷ ଶାସନ କାଳରେ ବିଜେଡି ସରକାର ରାଗିଂ ମୁହଁରୁ ଛାତ୍ରୀଛାତ୍ରଙ୍କୁ ବଞ୍ଚାଇ ପାରିଲେ ନାହିଁ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ଉଚ୍ଚଶିକ୍ଷା ବିଭାଗରେ ରାଗିଂ ବଢ଼ିଚାଲିଛି। ଏଥିଲାଗି ସରକାରଙ୍କର ଚିନ୍ତା ନାହିଁ। ନିରୀହ ପିଲାଙ୍କ ଜୀବନ ଚାଲିଯାଉଛି। ସାରା ଭାରତରେ ଓଡ଼ିଶା ରାଗିଂରେ ତୃତୀୟ ସ୍ଥାନରେ ରହିଛି। ଆତ୍ମହତ୍ୟା କରିଥିବା ରୁଚିକା ମହାନ୍ତିଙ୍କୁ ୩ ଜଣ ଛାତ୍ରୀ ରାଗିଂ କରିଛନ୍ତି। ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବା ଦରକାର। ଛାତ୍ରୀନିବାସର ୱାର୍ଡେନ କହୁଛନ୍ତି, ତାଙ୍କ ସମୟରେ ରାଗିଂ କେବେ ହୋଇ ନ ଥିଲା। ଯଦି ନ ହୋଇଥିଲା ତେବେ ଛାତ୍ରୀ ମଲେ କାହିଁକି? ତାହାର ସେ ଜବାବ ଦେବା ଦରକାର। ବଲାଙ୍ଗୀର ଭୀମଭୋଇ କଲେଜ, ମୟୂରଭଞ୍ଜର ଏକ କଜେଲରେ ରାଗିଂ ଯୋଗୁ ଛାତ୍ରୀଛାତ୍ରଙ୍କ ଜୀବନ ଯାଇଛି। ୨୦୨୨ ଜୁନ୍‌ ମଧ୍ୟରେ ୪୦ ରାଗିଂ ମାମଲା ଦାଖଲ ହୋଇଥିବା ୟୁଜିସି ତାଙ୍କ ରିପୋର୍ଟରେ କହିଛନ୍ତି। ଆଣ୍ଟି ରାଗିଂ ସ୍କ୍ବାଡ୍‌ କୁଆଡ଼େ ଗଲା। ରାଗିଂକୁ ରୋକିବା ପାଇଁ କି ପଦକ୍ଷେପ ନିଆଯାଇଛି ସେ ବିଷୟରେ ଗୃହକୁ ଅବଗତ କରାଯିବା ଦରକାର ସେ ଦାବି କରିଛନ୍ତି।
କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଜେବି କଲେଜରୁ ବହୁ ଛାତ୍ରୀଛାତ୍ର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନଁା କମାଇଛନ୍ତି। ଏହାର ସୁନାମ ରହିଛି। ମାତ୍ର ଗତ ବର୍ଷେ ହେବ କଲେଜରେ ଛୁରାମାଡ଼ଠାରୁ ଆରମ୍ଭ କରି ବୋମାମାଡ଼ ହେଉଛି। ମୁଖ୍ୟମନ୍ତ୍ରୀ ସବୁବେଳେ କହୁଛନ୍ତି ମା’କୁ ସମ୍ମାନ ଦେଉଛୁ। ମା’କୁ ନା ବୋଉକୁ ସମ୍ମାନ ଦେଉଛନ୍ତି। ରାଗିଂ ଯୋଗୁ ମେଧାବୀ ଛାତ୍ର୍ରୀଙ୍କ ଜୀବନ ଗଲା। ଆଣ୍ଟି ରାଗିଂ ସ୍କ୍ବାଡ୍‌ କ’ଣ କରୁଛି। ରାଗିଂ ବନ୍ଦ ପାଇଁ ଜଷ୍ଟିସ୍‌ ପଶାୟତ କମିଟି, ଆର.କେ. ରାଘବନ କମିଟିର ସୁପାରିସକୁ କାର୍ଯ୍ୟକାରୀ କରାଗଲାନାହିଁ। ୨୨ ବର୍ଷରେ ରାଜ୍ୟରେ ୩ ହଜାରରୁ ଊର୍ଦ୍ଧ୍ୱ ଝିଅ ଆତ୍ମହତ୍ୟା କଲେଣି। ଅଭିଭାବକଙ୍କୁ ଡାକି ପ୍ରତ୍ୟେକ କଲେଜରେ ସରକାର କମିଟି ଗଠନ କରନ୍ତୁ। ବିଜେବି କଲେଜ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ସ୍ପର୍ଶକାତର କହିବା ସହ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଏଡ଼ାଇ ପାରିବେ ନାହିଁ ବୋଲି କହିଛନ୍ତି। ଆଗରୁ ପୁଅମାନେ ରାଗିଂ କରୁଥିଲେ। ଏବେ ଝିଅମାନେ କଲେଣି। ଏହି ଘଟଣାରେ ମୁଁ ଜଣେ ବାପା ହିସାବରେ ଅତ୍ୟନ୍ତ ମର୍ମାହତ। ମୋ ଝିଅ କ୍ଷେତ୍ରରେ ଯଦି ଏଭଳି ଘଟିବ ତେବେ ମୁଁ ନିଜକୁ ସମ୍ଭାଳିପାରିବି ତ। କୌଣସି ବିଧାୟକ ସମ୍ଭାଳିପାରିବେ କି? କଲେଜରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ କରି ନିଜର ଉଦ୍ଦେଶ୍ୟ ସାଧନ କରୁଛନ୍ତି। ସରକାର ଏଭଳି ସମ୍ବେଦନଶୀଳ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରାନ୍ତୁ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ରାଗିଂ ନୂଆ କଥା ନୁହେଁ। ବାରମ୍ବାର ଏଭଳି ଘଟଣା ଘଟୁଛି। ମୃତା ଛାତ୍ରୀଙ୍କ ମା’ବାପା ରାତିସାରା ଧାରଣାରେ ବସିଛନ୍ତି। ସିବିଆଇ ତଦନ୍ତ ଦାବି କରୁଛନ୍ତି। ରାଜ୍ୟ ସରକାର ତୁରନ୍ତ ବିଧାନସଭାରେ ଆଣ୍ଟିି ରାଗିଂ ବିଲ୍‌ ଆଣନ୍ତୁ। ଏହି ଘଟଣାର ସିବିଆଇ ତଦନ୍ତ କରାନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ବିରୋଧୀଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ଉପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ବିଧାନସଭାରେ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ଅପରାହ୍ନରେ ମନ୍ତ୍ରୀ ଗୃହରେ ବିବୃତିି ଦେଇ କହିଛନ୍ତି ଯେ, ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଏକ ସମ୍ବେଦନଶୀଳ ଓ ଦୁଃଖଦ ଘଟଣା। ଛାତ୍ରୀଙ୍କ ଘର ଚୌଦ୍ୱାର ଅନ୍ତର୍ଗତ କଖଡ଼ିରେ। ଯଦିଓ ତାଙ୍କୁ କାରୁବାକୀ ଛାତ୍ରୀନିବାସର ଡର୍ମିଟୋରିରେ ରୁମ୍‌ ଦିଆଯାଇଥିଲା, ସେ କିନ୍ତୁ ତାଙ୍କ ବାନ୍ଧବୀଙ୍କ ସହ ୨୦୧ ନମ୍ବର ରୁମ୍‌ରେ ରହୁଥିଲେ। ରୁଚିକାଙ୍କ ମା’ଙ୍କ ରିପୋର୍ଟ ଉପରେ ବରଗଡ଼ ଥାନାରେ ଆଇପିସି ଦଫା ୩୦୬ ଓ ୩୪ ଅନୁଯାୟୀ କେସ୍‌ ନମ୍ବର ୨୨୬/୨୨ ପଞ୍ଜୀକୃତ ହୋଇଛି। ଉପଯୁକ୍ତ ତଦନ୍ତ ପାଇଁ କମିଶନରେଟ ପୋଲିସର ୩ଟି ଟିମ୍‌ ଗଠନ କରାଯାଇଛି। ଜଣେ ଅତିରିକ୍ତ ଡିସିପିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି। ପରିବାର ସଦସ୍ୟ, ମୃତାଙ୍କ ବନ୍ଧୁବର୍ଗଙ୍କ ଦ୍ୱାରା ଉତ୍ଥାପିତ ତଥ୍ୟ ଓ ଚିଠିରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି। ଅପରାଧ ଓ ଅପରାଧୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ ସହନଶୀଳତା ନୀତିକୁ ବଜାୟ ରଖିବା ପାଇଁ ଗୃହ ବିଭାଗ ପ୍ରତିଶ୍ରୁତିବଦ୍ଧ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂକୁ ପ୍ରତିହତ କରିବାକୁ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପି କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାକୁ ପୋଲିସ ଗୁରୁତର ସହ ନେଇ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ, କଲେଜ ଅଧ୍ୟକ୍ଷ, ମାଟର୍ନ ଓ ଛାତ୍ରୀଛାତ୍ରଙ୍କୁ ପଚରାଉଚରା କରୁଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri