ୟାକୁ ହିଁ କହନ୍ତି ବନ୍ଧୁତା

କୁହାଯାଏ ଯିଏ ବିପଦବେଳେ ସାହା ହୁଅନ୍ତି ସେ ପ୍ରକୃତ ବନ୍ଧୁ। ଖରାପ ସମୟରେ ହିଁ ଜଣାପଡ଼େ କିଏ ପ୍ରକୃତ ବନ୍ଧୁ ଓ କିଏ ବନ୍ଧୁ ମୁଖାଧାରୀ ଶତ୍ରୁ। ଆଉ ଦକ୍ଷିଣ ଆଫ୍ରିକାର ଏକ ଘଟଣାକୁ ଦେଖିଲେ ଜଣାପଡ଼େ ପ୍ରକୃତରେ ବନ୍ଧୁତାର ସଂଜ୍ଞା କ’ଣ। ଏଠାରେ ଗେର୍ଡି ମାକ୍‌କେନା ନାମ୍ନୀ ଜଣେ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେଣୁ ତାଙ୍କୁ କେମୋ ଥେରାପୀ ଦିଆଯାଉଥାଏ। ଫଳରେ ଅତ୍ୟଧିକ କେଶ ଝଡ଼ିବା ଯୋଗୁ ଅନ୍ୟ କର୍କଟ ରୋଗୀଙ୍କ ପରି ସେ ବି କେଶ କାଟି ଲଣ୍ଡା ହେଲେ। କର୍କଟ ରୋଗର କଷ୍ଟ ସହ ସୌନ୍ଦର୍ଯ୍ୟ ନଷ୍ଟ ହେବାର ଯନ୍ତ୍ରଣା କେତେ ତାହା କେବଳ ଅନୁଭବୀ ହିଁ ଜାଣେ। ଏ ସମ୍ପର୍କରେ ଜାଣିବା ପରେ ତାଙ୍କର ୧୧ଜଣ ବାନ୍ଧବୀ ମାକ୍‌କେନୀଙ୍କ ମନରେ ଟିକେ ଖୁସି ଭରିବା ପାଇଁ ଆପଣେଇଥିଲେ ଏକ ଅଭିନବ ଉପାୟ। ସେମାନେ ମାକ୍‌କେନୀଙ୍କ ସହ ଏକ ଫଟୋଶୁଟ୍‌ କରିବାକୁ ଯୋଜନା କଲେ। ତେବେ ତାହା ସାଧାରଣ ଫଟୋଶୁଟ୍‌ରୁ ଥିଲା କିଛି ଊର୍ଦ୍ଧ୍ୱରେ। କାରଣ ତାଙ୍କ ବାନ୍ଧବୀମାନେ ନିଷ୍ପତ୍ତି ନେଇଥିଲେ ଯେ, ଲଣ୍ଡା ହୋଇ ମାକ୍‌କେନୀଙ୍କ ସହ ଫଟୋଶୁଟ୍‌ କରିବେ; ଯଦ୍ଦ୍ବାରା କି ମାକ୍‌କେନୀଙ୍କ ମୁହଁରେ ହସ ଫୁଟିବ। ଆଉ ତାଙ୍କର ଏହି ବିପତ୍ତି ସମୟରେ ତାଙ୍କ ବନ୍ଧୁମାନେ ପୂରାପୂରି ତାଙ୍କ ସହ ଅଛନ୍ତି ବୋଲି ଜାଣି ମନ ଦୃଢ଼ ହେବ। ଫଟୋଶୁଟ୍‌ ଦିନ ମାକ୍‌କେନୀ ଯେବେ ବାନ୍ଧବୀମାନଙ୍କୁ ଲଣ୍ଡା ଅବସ୍ଥାରେ ଦେଖିଲେ ତାଙ୍କ ଆଶ୍ଚର୍ଯ୍ୟର ସୀମା ନ ଥିଲା। ତାଙ୍କ ପ୍ରତି ତାଙ୍କ ବାନ୍ଧବୀମାନଙ୍କର ଏତେ ଭଲ ପାଇବା ଦେଖି ସେ ଖୁସିରେ କାନ୍ଦି ପକାଇଥିଲେ। ଦକ୍ଷିଣ ଆଫ୍ରିକାର ଫଟୋଗ୍ରାଫର ତଥା ଭିଡିଓଗ୍ରାଫର୍‌ ଅଲବର୍ଟ ବ୍ରେଣ୍ଡେନହାନ୍‌ ଏହି ମୁହୂର୍ତ୍ତକୁ ଭିଡିଓ କରିନେଇଥିଲେ। ତା’ସହ କରିଥିଲେ ଏହି ଅଭିନବ ଫଟୋଶୁଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବୁଧ-ଶନିଙ୍କ ଷଡାଷ୍ଟକ ଯୋଗରେ ୪ ରାଶିଙ୍କ ଉପରେ ଭାଙ୍ଗିପଡିବ ଦୁଃଖର ପାହାଡ଼, ଘଟିପାରେ ବଡ଼ ଦୁର୍ଘଟଣା, ରୁହନ୍ତୁ ସାବଧାନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୯ ଅକ୍ଟୋବର ୨୦୨୬ରେ ବୁଧ ଓ ଶନି ପରସ୍ପରଠାରୁ ୧୫୦ ଡିଗ୍ରୀ କୋଣରେ ଅବସ୍ଥିତ ରହିବେ। ଏହା ଫଳରେ ଷଡାଷ୍ଟକ ଯୋଗ…

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?