Posted inଜାତୀୟ

ସୋମବାର ନୀତୀଶଙ୍କ ଶକ୍ତି ପରୀକ୍ଷା: ବିଧାନସଭା ଭଙ୍ଗ-ରାଷ୍ଟ୍ରପତି ଶାସନ ଜାରି ନେଇ କଳ୍ପନାଜଳ୍ପନା…

ପାଟନା,୧୧।୨ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟର ଶକ୍ତି ପରୀକ୍ଷା ଫେବୃଆରୀ ୧୨ ସୋମବାର ହେବ। ଏହା ପୂର୍ବରୁ ରାଜ ଭବନରେ ବଡ଼ ପରିବର୍ତ୍ତନ କରାଯାଇଛି। ରାଜ ଭବନରେ ଆଇନ ପରାମର୍ଶଦାତାମାନଙ୍କର ସମ୍ପୂର୍ଣ୍ଣ ଦଳ ପରିବର୍ତ୍ତନ କରାଯାଇଛି। ଏହାପୂର୍ବରୁ ନୀତୀଶ କୁମାର ବିଧାନସଭାକୁ ଭଙ୍ଗ କରିବେ ବୋଲି ଆରଜେଡି ବିଧାୟକ ଭାଇ ବିରେନ୍ଦ୍ର ଶନିବାର ଦାବି କରିଥିଲେ। ସେ କହିଥିଲେ ତାଙ୍କ ଦଳ ସୂଚନା ପାଇଛି ନୀତୀଶ କୁମାର ଶକ୍ତି ପରୀକ୍ଷା ପୂର୍ବରୁ ପରାଜୟ ଗ୍ରହଣ କରିପାରନ୍ତି ଏବଂ ରାଜ୍ୟପାଳଙ୍କୁ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିପାରନ୍ତି। ତେବେ ଜେଡିୟୁ ଏବଂ ଭାଜପା ନେତାମାନେ ଏହାକୁ ଅସ୍ବୀକାର କରିଛନ୍ତି।

ଶକ୍ତି ପରୀକ୍ଷା ପୂର୍ବରୁ ବିହାରର ରାଜନୈତିକ ମହଲରେ ଉତ୍ତେଜନା ଦେଖାଦେଇଛି। ସମସ୍ତ ଦଳ ନିଜ ନିଜ ବିଧାୟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସୂଚନାନୁସାରେ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ଦଳ ସହିତ ବାମପନ୍ଥୀ ଦଳ ବିଧାୟକଙ୍କୁ ତାଙ୍କ ସରକାରୀ ବାସଭବନରେ ରଖିଛନ୍ତି। ନୀତୀଶ ସଂଖ୍ୟାଗରିଷ୍ଠତା ପ୍ରମାଣ କରି ପାରିବେ ନାହିଁ ଏବଂ ତେଜସ୍ବୀ ଯାଦବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆରଜେଡି ନେତା ମୃତ୍ରୁଞ୍ଜୟ ତିୱାରୀ ଦାବି କରିଛନ୍ତି। ନୀତୀଶ କୁମାରଙ୍କ ଅନେକ ବିଧାୟକ ଆମ ସହ ଯୋଗାଯୋଗରେ ରହିଛନ୍ତି ବୋଲି ସେ କହିଛନ୍ତି।

ବିହାର ବିଧାନସଭାରେ ୩୩୩ ସଦସ୍ୟଙ୍କ ମଧ୍ୟରୁ ସଂଖ୍ୟାଗରିଷ୍ଠତା ପାଇଁ କୁହୁକ ସଂଖ୍ୟା ହେଉଛି ୧୨୨। ବର୍ତ୍ତମାନ ଏନଡିଏରେ ମୋଟ ୧୨୮ ବିଧାୟକ ଅଛନ୍ତି। ସେଥିମଧ୍ୟରୁ ଭାଜପାର ୭୮ ଜଣ ବିଧାୟକ, ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ୪୫ ଜଣ, ହିନ୍ଦୁସ୍ତାନ ଆୱାମ ମୋର୍ଚାର ଚାରିଜଣ ଏବଂ ଅନ୍ୟ ଜଣେ ବିଧାୟକ ଅଛନ୍ତି। ଏଥି ସହିତ ବିରୋଧୀ ଦଳର ୧୧୫ ଜଣ ବିଧାୟକ ଅଛନ୍ତି। ଏଥିମଧ୍ୟରେ ଆରଜେଡିର ୭୯ ବିଧାୟକ, କଂଗ୍ରେସର ୧୯, ସିପିଆଇ (ଏମଏଲ) ର ୧୨, ସିପିଏମ ଏବଂ ସିପିଆଇର ୨ ଜଣ ତଥା ଏଆଇଏମଆଇଏମର ଜଣେ ବିଧାୟକ ଅଛନ୍ତି। ଏଭଳି ପରିସ୍ଥିତିରେ ଫ୍ଲୋର ଟେଷ୍ଟର ଧାରା ନୀତୀଶଙ୍କ ସପକ୍ଷରେ ଥିବା ଜଣାପଡିଛି। ତେବେ ରାଜ୍ୟରେ ବିଧାନସଭା ଭଙ୍ଗ ତଥା ରାଷ୍ଟ୍ରପତି ଶାସନ ଜାରି ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?