ସମସ୍ତଙ୍କୁ ପରୀକ୍ଷା

ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ଯୁଦ୍ଧରେ ମୁଖ୍ୟତଃ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ନେଇ ଚର୍ଚ୍ଚା ଚାଲିଛି। ପ୍ରତିବର୍ଷ ୟୁକ୍ରେନ୍‌ ସମେତ ଅନ୍ୟ ଦେଶକୁ ଭାରତୀୟ ଛାତ୍ରମାନେ ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ଏହାର ଗୋଟିଏ କାରଣ ହେଉଛି ସେଠାରେ ପଢ଼ିବା ଶସ୍ତା ହେଉଛି । ଅନ୍ୟ ଏକ କାରଣ ହେଉଛି ସେମାନେ ସବୁଠୁ କଠିନ କୁହାଯାଉଥିବା ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‌(ନିଟ୍‌)ରେ ର଼୍ୟାଙ୍କ୍‌ ନ ମିଳିବା ଯୋଗୁ ବିଦେଶରେ ପଢ଼ିବାକୁ ମନ ବଳାଉଛନ୍ତି। ପଢ଼ିବାକୁ ଯାଉଛନ୍ତି ସତ କିନ୍ତୁ ସେଠାରେ ଡାକ୍ତରୀ ଶିକ୍ଷା ଶେଷ କରିବା ପରେ ଆମ ଦେଶରେ ସେମାନଙ୍କୁ ସିଧା ଡାକ୍ତର ହେବାର ଅନୁମତି ମିଳୁନାହିଁ। ସେମାନଙ୍କୁ ଫରେନ ମେଡିକାଲ ଗ୍ରାଜୁଏଟ୍ସ ଏକ୍‌ଜାମିନେଶନ( ଏଫ୍‌ଏମ୍‌ଜିଇ)ରେ ସଫଳ ହେବାକୁ ପଡ଼େ। ଏଥିରେ ଅନୂ୍ୟନ ୫୦% ନମ୍ବର ରଖିବା ପରେ ମେଡିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ( ଏମ୍‌ସିଆଇ) ଦ୍ୱାରା ସେମାନଙ୍କୁ ସ୍ଥାୟୀ ପଞ୍ଜୀକରଣ କରାଯାଇଥାଏ। ଭାରତରେ ପାଖାପାଖି ୬୦୦ ମେଡିକାଲ କଲେଜରେ ୧.୫ ଲକ୍ଷ ଛାତ୍ରୀଛାତ୍ର ପଢ଼ିବାର ବ୍ୟବସ୍ଥା ରହିଛି। ଏଥିପାଇଁ ପ୍ରତିବର୍ଷ ନିଟ୍‌ ପରୀକ୍ଷା କରାଯାଏ ଓ ୨୦୨୧ରେ ୧୬ ଲକ୍ଷ ଛାତ୍ରୀଛାତ୍ର ନିଟ୍‌ ପରୀକ୍ଷା ଦେଇଥିଲେ। ନିଟ୍‌ ର଼୍ୟାଙ୍କରେ ରହିଥିବା ଛାତ୍ରୀଛାତ୍ରଙ୍କୁ ଦେଶରେ ସରକାରୀ ମେଡିକାଲ କଲେଜରେ କମ୍‌ ଅର୍ଥ ଦେଇ ପଢ଼ିବାର ସୁଯୋଗ ମିଳେ। ଏଥିରେ ଯେଉଁମାନେ ର଼୍ୟାଙ୍କ ହାସଲ କରିବାରେ ବିଫଳ ହୁଅନ୍ତି ସେମାନେ ଭାରତରେ ବିପୁଳ ଅର୍ଥ ଖର୍ଚ୍ଚ କରି ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ିଥାନ୍ତି। ଏହି ଗୋଷ୍ଠୀ ମଧ୍ୟରୁ ଯେଉଁଁ ପରିବାରରେ ଅତ୍ୟଧିକ ଅର୍ଥ ଖର୍ଚ୍ଚ କରିବାର ସମ୍ବଳ ନ ଥାଏ ସେହି ଭଳି ଛାତ୍ରୀଛାତ୍ର ଅନ୍ୟ ଦେଶକୁ ଯାଇ ସ୍ବଳ୍ପ ଖର୍ଚ୍ଚରେ ଡାକ୍ତରୀ ପାଠ ପଢ଼ିଥାଆନ୍ତି। ଏବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,କ୍ଷୁଦ୍ର ଦେଶକୁ ପାଠ ପଢ଼ିବାକୁ ଯିବା ପରିବର୍ତ୍ତେ ଭାରତୀୟ ଛାତ୍ରୀଛାତ୍ର ଦେଶ ଭିତରେ ସେହି ଶିକ୍ଷା ଲାଭ କରିବା ଦରକାର। ପ୍ରଧାନମନ୍ତ୍ରୀଙ୍କର ଏହି ଚିନ୍ତାଧାରା ନିିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିିନ୍ତୁ ପ୍ରଚଳିତ ବ୍ୟବସ୍ଥାରେ ଯେଉଁମାନେ ନିଟ୍‌ରେ ର଼୍ୟାଙ୍କ୍‌ ପାଇବାରେ ଅସଫଳ ହୁଅନ୍ତିି ସେମାନଙ୍କ ପାଇଁ ସ୍ବଳ୍ପ ଖର୍ଚ୍ଚରେ ମେଡିକାଲ ପଢ଼ିବାର ଅନ୍ୟ କୌଣସି ବ୍ୟବସ୍ଥା ସୃଷ୍ଟି କରାଯାଇନାହଁି। ଘରୋଇ ମେଡିକାଲ କଲେଜଗୁଡ଼ିକରେ ଅଧିକ ଅର୍ଥ ନିଆଯାଉଥିବା ସତ୍ତ୍ୱେ ଯେଉଁ ଡାକ୍ତର ଉତ୍ତୀର୍ଣ୍ଣ ହୁଅନ୍ତି ସେମାନଙ୍କର ଦକ୍ଷତା ସମ୍ପର୍କରେ କୌଣସି ମାପକାଠି ସରକାରୀ ସ୍ତରରେ ସୃଷ୍ଟି କରାଯାଉନାହଁି। ଅର୍ଥାତ୍‌ ବିପୁଳ ଅର୍ଥ ନେଇ ସାର୍ଟିଫିକେଟ ମିଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଉଛି। ବିଶେଷକରି ଡିମ୍‌ଡ୍‌ ୟୁନିଭର୍ସିଟିଗୁଡ଼ିକରେ ପରୀକ୍ଷାର ସବୁ ଅଙ୍ଗ ଯଥା ପ୍ରାକ୍ଟିକାଲ ଏବଂ ଥିଓରି ଉଭୟେ ଆଭ୍ୟନ୍ତରୀଣ ମାର୍କିଂରେ କରାଯାଇଥାଏ। ଏଠାରେ ମନେରଖିବା ଯେ, ଏମ୍‌ସିଆଇ ଏବଂ ଡେଣ୍ଟାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ କଲେଜର ନିୟାମକ ହୋଇଥାଇ ପାରନ୍ତି, କିନ୍ତୁ ଛାତ୍ରୀଛାତ୍ରଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଦାୟିତ୍ୱ ଘରୋଇ ମେଡିକାଲ କଲେଜର ମାଲିକମାନେ ନେଇଥାଆନ୍ତି। ଛାତ୍ରୀଛାତ୍ରଙ୍କର ପାଠ ଉପରେ ଦକ୍ଷତାର ଗୁରୁତ୍ୱ ଘରୋଇ ମେଡିକାଲ କଲେଜରେ ହ୍ରାସ ପାଇଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତାକୁ ଗୁରୁତ୍ୱ ଦିଆଯିବା ଦରକାର।
ସ୍ବାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେଉଁ ଦେଶର ସରକାର ତାହାର ନାଗରିକଙ୍କର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଉଚ୍ଚକୋଟୀର କରିବାରେ ବିଫଳ ହୁଅନ୍ତି ସେହି ଦେଶର ଅର୍ଥନୈତିକ ଉନ୍ନତି ସମ୍ଭବପର ହୁଏ ନାହଁି। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ,ନାଗରିକଙ୍କ ସୁସ୍ଥତା ମୋଟ୍‌ ଘରୋଇ ଉପତ୍ାଦ (ଜିଡିପି) ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ସମୟ ଆସିଛି ଭାରତରେ ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାର। ଆମ ଦେଶରେ ଘରୋଇ ମେଡିିକାଲ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ରଙ୍କୁ ମଧ୍ୟ ଏଫ୍‌ଏମ୍‌ଜିଆଇ ଭଳି ପରୀକ୍ଷା ଦେବାକୁ ବାଧ୍ୟତାମୂଳକ କରାଯିବା ଦରକାର। ଏଠାରେ ବୁଝିବାକୁ ହେବ ଯେ, ଧନୀ ପରିବାରର ପିଲା ଭାରତରେ ରହି ଘରୋଇ ଶିକ୍ଷାନୁଷ୍ଠାନରେ ସହଜରେ ପାଠପଢି ଡାକ୍ତର ହୋଇଯାଉଛନ୍ତି। ସେମାନେ ଘରୋଇ ଅନୁଷ୍ଠାନରେ ପଢୁଛନ୍ତି, କାରଣ ନିଟ୍‌ରେ ର଼୍ୟାଙ୍କ ପାଇବାରେ ଅସଫଳ ହେଉଛନ୍ତି। ଅନ୍ୟପଟେ ସେହି ଅସଫଳ ହୋଇଥିବା ପ୍ରାର୍ଥୀ ଯଦି ତୁଳନାମତ୍କ ଭାବେ ଗରିବ, ତେବେ ସେମାନେ ୟୁକ୍ରେନ୍‌ ଭଳି ଦେଶକୁ ଯାଇ ଡାକ୍ତରୀ ପଢୁଛନ୍ତି। ସେଥିପାଇଁ ବିଦେଶରୁ ପଢ଼ିଥାଆନ୍ତୁ କିମ୍ବା ଘରୋଇ କଲେଜରୁ ପାସ ହୋଇଥାଆନ୍ତୁ, ଏହି ଛାତ୍ରୀଛାତ୍ରଙ୍କ ପାଇଁ ଏଫ୍‌ଏମ୍‌ଜିଇ ଭଳି ଏକ ସମାନ୍ତରାଳ ପରୀକ୍ଷାର ବ୍ୟବସ୍ଥା ସରକାର ତୁରନ୍ତ କରିବା ଦରକାର। ତାହା କରାଗଲେ ସାଧାରଣ ନାଗରିକ ଉଚିତ ମାନର ମୌଳିକ ସ୍ବାସ୍ଥ୍ୟସେବା ପାଇବା ସମ୍ଭବପର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri