ସମସ୍ତଙ୍କୁ ପରୀକ୍ଷା

ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ଯୁଦ୍ଧରେ ମୁଖ୍ୟତଃ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ନେଇ ଚର୍ଚ୍ଚା ଚାଲିଛି। ପ୍ରତିବର୍ଷ ୟୁକ୍ରେନ୍‌ ସମେତ ଅନ୍ୟ ଦେଶକୁ ଭାରତୀୟ ଛାତ୍ରମାନେ ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ଏହାର ଗୋଟିଏ କାରଣ ହେଉଛି ସେଠାରେ ପଢ଼ିବା ଶସ୍ତା ହେଉଛି । ଅନ୍ୟ ଏକ କାରଣ ହେଉଛି ସେମାନେ ସବୁଠୁ କଠିନ କୁହାଯାଉଥିବା ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‌(ନିଟ୍‌)ରେ ର଼୍ୟାଙ୍କ୍‌ ନ ମିଳିବା ଯୋଗୁ ବିଦେଶରେ ପଢ଼ିବାକୁ ମନ ବଳାଉଛନ୍ତି। ପଢ଼ିବାକୁ ଯାଉଛନ୍ତି ସତ କିନ୍ତୁ ସେଠାରେ ଡାକ୍ତରୀ ଶିକ୍ଷା ଶେଷ କରିବା ପରେ ଆମ ଦେଶରେ ସେମାନଙ୍କୁ ସିଧା ଡାକ୍ତର ହେବାର ଅନୁମତି ମିଳୁନାହିଁ। ସେମାନଙ୍କୁ ଫରେନ ମେଡିକାଲ ଗ୍ରାଜୁଏଟ୍ସ ଏକ୍‌ଜାମିନେଶନ( ଏଫ୍‌ଏମ୍‌ଜିଇ)ରେ ସଫଳ ହେବାକୁ ପଡ଼େ। ଏଥିରେ ଅନୂ୍ୟନ ୫୦% ନମ୍ବର ରଖିବା ପରେ ମେଡିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ( ଏମ୍‌ସିଆଇ) ଦ୍ୱାରା ସେମାନଙ୍କୁ ସ୍ଥାୟୀ ପଞ୍ଜୀକରଣ କରାଯାଇଥାଏ। ଭାରତରେ ପାଖାପାଖି ୬୦୦ ମେଡିକାଲ କଲେଜରେ ୧.୫ ଲକ୍ଷ ଛାତ୍ରୀଛାତ୍ର ପଢ଼ିବାର ବ୍ୟବସ୍ଥା ରହିଛି। ଏଥିପାଇଁ ପ୍ରତିବର୍ଷ ନିଟ୍‌ ପରୀକ୍ଷା କରାଯାଏ ଓ ୨୦୨୧ରେ ୧୬ ଲକ୍ଷ ଛାତ୍ରୀଛାତ୍ର ନିଟ୍‌ ପରୀକ୍ଷା ଦେଇଥିଲେ। ନିଟ୍‌ ର଼୍ୟାଙ୍କରେ ରହିଥିବା ଛାତ୍ରୀଛାତ୍ରଙ୍କୁ ଦେଶରେ ସରକାରୀ ମେଡିକାଲ କଲେଜରେ କମ୍‌ ଅର୍ଥ ଦେଇ ପଢ଼ିବାର ସୁଯୋଗ ମିଳେ। ଏଥିରେ ଯେଉଁମାନେ ର଼୍ୟାଙ୍କ ହାସଲ କରିବାରେ ବିଫଳ ହୁଅନ୍ତି ସେମାନେ ଭାରତରେ ବିପୁଳ ଅର୍ଥ ଖର୍ଚ୍ଚ କରି ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ିଥାନ୍ତି। ଏହି ଗୋଷ୍ଠୀ ମଧ୍ୟରୁ ଯେଉଁଁ ପରିବାରରେ ଅତ୍ୟଧିକ ଅର୍ଥ ଖର୍ଚ୍ଚ କରିବାର ସମ୍ବଳ ନ ଥାଏ ସେହି ଭଳି ଛାତ୍ରୀଛାତ୍ର ଅନ୍ୟ ଦେଶକୁ ଯାଇ ସ୍ବଳ୍ପ ଖର୍ଚ୍ଚରେ ଡାକ୍ତରୀ ପାଠ ପଢ଼ିଥାଆନ୍ତି। ଏବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,କ୍ଷୁଦ୍ର ଦେଶକୁ ପାଠ ପଢ଼ିବାକୁ ଯିବା ପରିବର୍ତ୍ତେ ଭାରତୀୟ ଛାତ୍ରୀଛାତ୍ର ଦେଶ ଭିତରେ ସେହି ଶିକ୍ଷା ଲାଭ କରିବା ଦରକାର। ପ୍ରଧାନମନ୍ତ୍ରୀଙ୍କର ଏହି ଚିନ୍ତାଧାରା ନିିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିିନ୍ତୁ ପ୍ରଚଳିତ ବ୍ୟବସ୍ଥାରେ ଯେଉଁମାନେ ନିଟ୍‌ରେ ର଼୍ୟାଙ୍କ୍‌ ପାଇବାରେ ଅସଫଳ ହୁଅନ୍ତିି ସେମାନଙ୍କ ପାଇଁ ସ୍ବଳ୍ପ ଖର୍ଚ୍ଚରେ ମେଡିକାଲ ପଢ଼ିବାର ଅନ୍ୟ କୌଣସି ବ୍ୟବସ୍ଥା ସୃଷ୍ଟି କରାଯାଇନାହଁି। ଘରୋଇ ମେଡିକାଲ କଲେଜଗୁଡ଼ିକରେ ଅଧିକ ଅର୍ଥ ନିଆଯାଉଥିବା ସତ୍ତ୍ୱେ ଯେଉଁ ଡାକ୍ତର ଉତ୍ତୀର୍ଣ୍ଣ ହୁଅନ୍ତି ସେମାନଙ୍କର ଦକ୍ଷତା ସମ୍ପର୍କରେ କୌଣସି ମାପକାଠି ସରକାରୀ ସ୍ତରରେ ସୃଷ୍ଟି କରାଯାଉନାହଁି। ଅର୍ଥାତ୍‌ ବିପୁଳ ଅର୍ଥ ନେଇ ସାର୍ଟିଫିକେଟ ମିଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଉଛି। ବିଶେଷକରି ଡିମ୍‌ଡ୍‌ ୟୁନିଭର୍ସିଟିଗୁଡ଼ିକରେ ପରୀକ୍ଷାର ସବୁ ଅଙ୍ଗ ଯଥା ପ୍ରାକ୍ଟିକାଲ ଏବଂ ଥିଓରି ଉଭୟେ ଆଭ୍ୟନ୍ତରୀଣ ମାର୍କିଂରେ କରାଯାଇଥାଏ। ଏଠାରେ ମନେରଖିବା ଯେ, ଏମ୍‌ସିଆଇ ଏବଂ ଡେଣ୍ଟାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ କଲେଜର ନିୟାମକ ହୋଇଥାଇ ପାରନ୍ତି, କିନ୍ତୁ ଛାତ୍ରୀଛାତ୍ରଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଦାୟିତ୍ୱ ଘରୋଇ ମେଡିକାଲ କଲେଜର ମାଲିକମାନେ ନେଇଥାଆନ୍ତି। ଛାତ୍ରୀଛାତ୍ରଙ୍କର ପାଠ ଉପରେ ଦକ୍ଷତାର ଗୁରୁତ୍ୱ ଘରୋଇ ମେଡିକାଲ କଲେଜରେ ହ୍ରାସ ପାଇଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତାକୁ ଗୁରୁତ୍ୱ ଦିଆଯିବା ଦରକାର।
ସ୍ବାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେଉଁ ଦେଶର ସରକାର ତାହାର ନାଗରିକଙ୍କର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଉଚ୍ଚକୋଟୀର କରିବାରେ ବିଫଳ ହୁଅନ୍ତି ସେହି ଦେଶର ଅର୍ଥନୈତିକ ଉନ୍ନତି ସମ୍ଭବପର ହୁଏ ନାହଁି। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ,ନାଗରିକଙ୍କ ସୁସ୍ଥତା ମୋଟ୍‌ ଘରୋଇ ଉପତ୍ାଦ (ଜିଡିପି) ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ସମୟ ଆସିଛି ଭାରତରେ ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାର। ଆମ ଦେଶରେ ଘରୋଇ ମେଡିିକାଲ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ରଙ୍କୁ ମଧ୍ୟ ଏଫ୍‌ଏମ୍‌ଜିଆଇ ଭଳି ପରୀକ୍ଷା ଦେବାକୁ ବାଧ୍ୟତାମୂଳକ କରାଯିବା ଦରକାର। ଏଠାରେ ବୁଝିବାକୁ ହେବ ଯେ, ଧନୀ ପରିବାରର ପିଲା ଭାରତରେ ରହି ଘରୋଇ ଶିକ୍ଷାନୁଷ୍ଠାନରେ ସହଜରେ ପାଠପଢି ଡାକ୍ତର ହୋଇଯାଉଛନ୍ତି। ସେମାନେ ଘରୋଇ ଅନୁଷ୍ଠାନରେ ପଢୁଛନ୍ତି, କାରଣ ନିଟ୍‌ରେ ର଼୍ୟାଙ୍କ ପାଇବାରେ ଅସଫଳ ହେଉଛନ୍ତି। ଅନ୍ୟପଟେ ସେହି ଅସଫଳ ହୋଇଥିବା ପ୍ରାର୍ଥୀ ଯଦି ତୁଳନାମତ୍କ ଭାବେ ଗରିବ, ତେବେ ସେମାନେ ୟୁକ୍ରେନ୍‌ ଭଳି ଦେଶକୁ ଯାଇ ଡାକ୍ତରୀ ପଢୁଛନ୍ତି। ସେଥିପାଇଁ ବିଦେଶରୁ ପଢ଼ିଥାଆନ୍ତୁ କିମ୍ବା ଘରୋଇ କଲେଜରୁ ପାସ ହୋଇଥାଆନ୍ତୁ, ଏହି ଛାତ୍ରୀଛାତ୍ରଙ୍କ ପାଇଁ ଏଫ୍‌ଏମ୍‌ଜିଇ ଭଳି ଏକ ସମାନ୍ତରାଳ ପରୀକ୍ଷାର ବ୍ୟବସ୍ଥା ସରକାର ତୁରନ୍ତ କରିବା ଦରକାର। ତାହା କରାଗଲେ ସାଧାରଣ ନାଗରିକ ଉଚିତ ମାନର ମୌଳିକ ସ୍ବାସ୍ଥ୍ୟସେବା ପାଇବା ସମ୍ଭବପର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri