ଆସନ୍ତା ମାସରେ ଆସୁଛି ଟେସ୍‌ଲା ଟିମ୍, ଭାରତରେ କାରଖାନା ବସାଇବାକୁ ଖୋଜିବେ ସ୍ଥାନ

ଭୁବନେଶ୍ୱର, ୪।୪: କିଛି ଦିନ ପୂର୍ବରୁ ଭାରତ ସରକାର ନୂତନ ବୈଦ୍ୟୁତିକ ଯାନ ନୀତି (ଇଭି ପଲିସି) ଘୋଷଣା କରିଥିଲେ। ସେବେଠାରୁ ଅଗ୍ରଣୀ ଇଭି କମ୍ପାନୀ ଟେସ୍‌ଲା ଭାରତ ଆସିବାର ସମ୍ଭାବନା ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଭାରତରେ ଟେସଲାର ପ୍ରବେଶ ନିଶ୍ଚିତ ହୋଇଛି। ଟେସଲାର ଏକ ଟିମ୍ ଏପ୍ରିଲ ଶେଷରେ ଭାରତ ଆସିବାକୁ ଯାଉଛନ୍ତି। ଏହି ଦଳର କାର୍ଯ୍ୟ ଭାରତରେ ଏକ କାରଖାନା ସ୍ଥାପନ ପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ଖୋଜିବା। ମହାରାଷ୍ଟ୍ର, ଗୁଜୁରାଟ ଏବଂ ତାମିଲନାଡୁ ଉପରେ ଏହି ଟିମର ଅଧିକ ନଜର ରହିଛି।

ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ ଏଲୋନ୍ ମସ୍କଙ୍କ ନେତୃତ୍ୱାଧୀନ ଟେସଲା ଭାରତରେ ପ୍ରାୟ ୨ ରୁ ୩ ବିଲିୟନ ଲାର ମୂଲ୍ୟର କାରଖାନା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଏକ ଦଳ ଏପ୍ରିଲରେ ଭାରତ ଆସିବାକୁ ଯାଉଛି। ଅଗ୍ରଣୀ ବୈଦ୍ୟୁତିକ ଯାନ ନିର୍ମାତା ଟେସଲାର ଏହି ଟିମ୍ ଅନେକ ରାଜ୍ୟ ପରିଦର୍ଶନ କରିବେ ଏବଂ କାରଖାନା ପାଇଁ ସବୁଠାରୁ ଉପଯୁକ୍ତ ଜମି ଖୋଜିବେ। ଟେସଲା ସେହି ରାଜ୍ୟକୁ ଅଧିକ ପ୍ରାଥମିକତା ଦେଇପାରେ ଯେଉଁଠାରେ ଅଟୋମୋବାଇଲ ଶିଳ୍ପ ପୂର୍ବରୁ ବିଦ୍ୟମାନ ରହିଛି।

ତେବେ ନିକଟରେ ଓଡ଼ିଶାରେ ବୈଦ୍ୟୁତିକ ଯାନ ନିର୍ମାଣ ପାଇଁ ଯେଏସ ଡବ୍ଲୁ ବିଶାଳ ପ୍ରୋଜେକ୍ଟ ଘୋଷଣା କରିଥିବା ବେଳେ ଟେସ୍‌ଲା ଟିମ୍ ଓଡ଼ିଶା ମଧ୍ୟ ଆସିବାର ସମ୍ଭାବନା ରହିଛି। ଯଦି ଏପରି କିଛି ହୁଏ ଏବଂ ଓଡ଼ିଶାରେ ଟେସ୍‌ଲା କାରଖାନା ପାଇଁ ଜାଗା ଚିହ୍ନଟ କରେ ଏହା ରାଜ୍ୟରେ ଶିଳ୍ପକୁ ଆଉ ଏକ ନୂଆ ସ୍ତରକୁ ନେଇଯିବ।

ଭାରତ ଆସିବାର ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ମାର୍ଚ୍ଚ ତ୍ରୈମାସରେ ଟେସଲାର ବିକ୍ରି ହ୍ରାସ ପାଇଛି। ଟେସଲା କହିଛି ଯେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହା ୩୮୬,୮୧୦ ଯାନ ବିକ୍ରି କରିଛି। ଗତ ବର୍ଷର ତ୍ରୈମାସରେ ବିକ୍ରି ସଂଖ୍ୟା ୪୨୩,୦୦୦ ଗାଡି ତୁଳନାରେ ଏହା ୯ ପ୍ରତିଶତ କମ୍ ଥିଲା। ଟେସଲା ବିପକ୍ଷରେ ଶକ୍ତିଶାଳୀ ପ୍ରତିଯୋଗିତା ଯୋଗୁଁ ବିକ୍ରିରେ ଏହି ହ୍ରାସ ଘଟିଛି। ଏହା ବ୍ୟତୀତ ନୂତନ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଟେସଲା ର ମଡେଲ ୩ ଏବଂ ୱାୟୀର ବିକ୍ରି ବାର୍ଷିକ ୧୦.୩ ପ୍ରତିଶତ ହ୍ରାସ ପାଇ ୩୬୯,୭୮୩ ରେ ପହଞ୍ଚିଛି। ଏଥି ସହିତ ଟେସଲା ଏକ୍ସ, ଏସ ଏବଂ ସାଇବରଟ୍ରକର ବିକ୍ରି ୬୦ ପ୍ରତିଶତ ବୃଦ୍ଧି ହୋଇ ୧୭,୦୨୭ ୟୁନିଟରେ ପହଞ୍ଚିଛି।

ଚଳିତ ବର୍ଷ ମାର୍ଚ୍ଚରେ ନୂତନ ଇଭି ନୀତି ଘୋଷଣା କରିବାବେଳେ ଭାରତ ସରକାର କହିଥିଲେ ଯେ ଯଦି କୌଣସି କମ୍ପାନୀ ଦେଶରେ ୫୦୦ ନିୟୁତ ଡଲାର ବିନିଯୋଗ କରନ୍ତି ଏବଂ ତିନି ବର୍ଷ ମଧ୍ୟରେ ଭାରତରେ ଉତ୍ପାଦନ ଆରମ୍ଭ କରନ୍ତି, ତା’ହେଲେ ଆମଦାନୀ ଟ୍ୟାକ୍ସରେ ରିହାତି ଦିଆଯିବ। ଗତ ବର୍ଷ ଜୁଲାଇରେ ଟେସଲା କହିଥିଲା ​​ଯେ ଏହା ଭାରତରେ ପ୍ରାୟ ୨୪ ହଜାର ଡଲାର ମୂଲ୍ୟର ଏକ ଇଭି କାର ତିଆରି କରିବାକୁ ଚାହୁଁଛି। ଗତ ବର୍ଷ ଜୁନ୍ ମାସରେ ଟେସଲା ସିଇଓ ଏଲନ୍ ମସ୍କ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ପିଛା ଛାଡୁନି ସମସ୍ୟା: ଜନ୍ତରମନ୍ତର ଛାଡି ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ହଙ୍ଗାମା, ମୋଦିଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୨୧।୭: ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ସୋମବାର କକ୍ରୋଚ ଜନତା ପାର୍ଟି (CJP)ର ସଂସଦ ମାର୍ଚ୍ଚ ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ କରାଯିବା…

ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ ପ୍ରତିବାଦରେ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ପଦଯାତ୍ରା, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପହଞ୍ଚି…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିନିଧୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ମଧ୍ୟରେ ସୋମବାର ଏକ ସାକ୍ଷାତ ହୋଇଛି। ସୂତ୍ରରୁ ଜଣାପଡିଛି ଯେ…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri