ଆସନ୍ତା ମାସରେ ଆସୁଛି ଟେସ୍‌ଲା ଟିମ୍, ଭାରତରେ କାରଖାନା ବସାଇବାକୁ ଖୋଜିବେ ସ୍ଥାନ

ଭୁବନେଶ୍ୱର, ୪।୪: କିଛି ଦିନ ପୂର୍ବରୁ ଭାରତ ସରକାର ନୂତନ ବୈଦ୍ୟୁତିକ ଯାନ ନୀତି (ଇଭି ପଲିସି) ଘୋଷଣା କରିଥିଲେ। ସେବେଠାରୁ ଅଗ୍ରଣୀ ଇଭି କମ୍ପାନୀ ଟେସ୍‌ଲା ଭାରତ ଆସିବାର ସମ୍ଭାବନା ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଭାରତରେ ଟେସଲାର ପ୍ରବେଶ ନିଶ୍ଚିତ ହୋଇଛି। ଟେସଲାର ଏକ ଟିମ୍ ଏପ୍ରିଲ ଶେଷରେ ଭାରତ ଆସିବାକୁ ଯାଉଛନ୍ତି। ଏହି ଦଳର କାର୍ଯ୍ୟ ଭାରତରେ ଏକ କାରଖାନା ସ୍ଥାପନ ପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ଖୋଜିବା। ମହାରାଷ୍ଟ୍ର, ଗୁଜୁରାଟ ଏବଂ ତାମିଲନାଡୁ ଉପରେ ଏହି ଟିମର ଅଧିକ ନଜର ରହିଛି।

ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ ଏଲୋନ୍ ମସ୍କଙ୍କ ନେତୃତ୍ୱାଧୀନ ଟେସଲା ଭାରତରେ ପ୍ରାୟ ୨ ରୁ ୩ ବିଲିୟନ ଲାର ମୂଲ୍ୟର କାରଖାନା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଏକ ଦଳ ଏପ୍ରିଲରେ ଭାରତ ଆସିବାକୁ ଯାଉଛି। ଅଗ୍ରଣୀ ବୈଦ୍ୟୁତିକ ଯାନ ନିର୍ମାତା ଟେସଲାର ଏହି ଟିମ୍ ଅନେକ ରାଜ୍ୟ ପରିଦର୍ଶନ କରିବେ ଏବଂ କାରଖାନା ପାଇଁ ସବୁଠାରୁ ଉପଯୁକ୍ତ ଜମି ଖୋଜିବେ। ଟେସଲା ସେହି ରାଜ୍ୟକୁ ଅଧିକ ପ୍ରାଥମିକତା ଦେଇପାରେ ଯେଉଁଠାରେ ଅଟୋମୋବାଇଲ ଶିଳ୍ପ ପୂର୍ବରୁ ବିଦ୍ୟମାନ ରହିଛି।

ତେବେ ନିକଟରେ ଓଡ଼ିଶାରେ ବୈଦ୍ୟୁତିକ ଯାନ ନିର୍ମାଣ ପାଇଁ ଯେଏସ ଡବ୍ଲୁ ବିଶାଳ ପ୍ରୋଜେକ୍ଟ ଘୋଷଣା କରିଥିବା ବେଳେ ଟେସ୍‌ଲା ଟିମ୍ ଓଡ଼ିଶା ମଧ୍ୟ ଆସିବାର ସମ୍ଭାବନା ରହିଛି। ଯଦି ଏପରି କିଛି ହୁଏ ଏବଂ ଓଡ଼ିଶାରେ ଟେସ୍‌ଲା କାରଖାନା ପାଇଁ ଜାଗା ଚିହ୍ନଟ କରେ ଏହା ରାଜ୍ୟରେ ଶିଳ୍ପକୁ ଆଉ ଏକ ନୂଆ ସ୍ତରକୁ ନେଇଯିବ।

ଭାରତ ଆସିବାର ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ମାର୍ଚ୍ଚ ତ୍ରୈମାସରେ ଟେସଲାର ବିକ୍ରି ହ୍ରାସ ପାଇଛି। ଟେସଲା କହିଛି ଯେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହା ୩୮୬,୮୧୦ ଯାନ ବିକ୍ରି କରିଛି। ଗତ ବର୍ଷର ତ୍ରୈମାସରେ ବିକ୍ରି ସଂଖ୍ୟା ୪୨୩,୦୦୦ ଗାଡି ତୁଳନାରେ ଏହା ୯ ପ୍ରତିଶତ କମ୍ ଥିଲା। ଟେସଲା ବିପକ୍ଷରେ ଶକ୍ତିଶାଳୀ ପ୍ରତିଯୋଗିତା ଯୋଗୁଁ ବିକ୍ରିରେ ଏହି ହ୍ରାସ ଘଟିଛି। ଏହା ବ୍ୟତୀତ ନୂତନ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଟେସଲା ର ମଡେଲ ୩ ଏବଂ ୱାୟୀର ବିକ୍ରି ବାର୍ଷିକ ୧୦.୩ ପ୍ରତିଶତ ହ୍ରାସ ପାଇ ୩୬୯,୭୮୩ ରେ ପହଞ୍ଚିଛି। ଏଥି ସହିତ ଟେସଲା ଏକ୍ସ, ଏସ ଏବଂ ସାଇବରଟ୍ରକର ବିକ୍ରି ୬୦ ପ୍ରତିଶତ ବୃଦ୍ଧି ହୋଇ ୧୭,୦୨୭ ୟୁନିଟରେ ପହଞ୍ଚିଛି।

ଚଳିତ ବର୍ଷ ମାର୍ଚ୍ଚରେ ନୂତନ ଇଭି ନୀତି ଘୋଷଣା କରିବାବେଳେ ଭାରତ ସରକାର କହିଥିଲେ ଯେ ଯଦି କୌଣସି କମ୍ପାନୀ ଦେଶରେ ୫୦୦ ନିୟୁତ ଡଲାର ବିନିଯୋଗ କରନ୍ତି ଏବଂ ତିନି ବର୍ଷ ମଧ୍ୟରେ ଭାରତରେ ଉତ୍ପାଦନ ଆରମ୍ଭ କରନ୍ତି, ତା’ହେଲେ ଆମଦାନୀ ଟ୍ୟାକ୍ସରେ ରିହାତି ଦିଆଯିବ। ଗତ ବର୍ଷ ଜୁଲାଇରେ ଟେସଲା କହିଥିଲା ​​ଯେ ଏହା ଭାରତରେ ପ୍ରାୟ ୨୪ ହଜାର ଡଲାର ମୂଲ୍ୟର ଏକ ଇଭି କାର ତିଆରି କରିବାକୁ ଚାହୁଁଛି। ଗତ ବର୍ଷ ଜୁନ୍ ମାସରେ ଟେସଲା ସିଇଓ ଏଲନ୍ ମସ୍କ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ: ଯୁଦ୍ଧଜାହାଜକୁ…

ତେହରାନ,୭।୩: ତେହରାନର ଅନୁରୋଧରେ ଭାରତ ଏକ ଇରାନୀ ଯୁଦ୍ଧଜାହାଜକୁ ଦକ୍ଷିଣ କୋଚି ବନ୍ଦରରେ ଡକିଂ କରିବାକୁ ଅନୁମତି ଦେଇଛି ଏବଂ ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri