ଆସନ୍ତା ମାସରେ ଆସୁଛି ଟେସ୍‌ଲା ଟିମ୍, ଭାରତରେ କାରଖାନା ବସାଇବାକୁ ଖୋଜିବେ ସ୍ଥାନ

ଭୁବନେଶ୍ୱର, ୪।୪: କିଛି ଦିନ ପୂର୍ବରୁ ଭାରତ ସରକାର ନୂତନ ବୈଦ୍ୟୁତିକ ଯାନ ନୀତି (ଇଭି ପଲିସି) ଘୋଷଣା କରିଥିଲେ। ସେବେଠାରୁ ଅଗ୍ରଣୀ ଇଭି କମ୍ପାନୀ ଟେସ୍‌ଲା ଭାରତ ଆସିବାର ସମ୍ଭାବନା ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଭାରତରେ ଟେସଲାର ପ୍ରବେଶ ନିଶ୍ଚିତ ହୋଇଛି। ଟେସଲାର ଏକ ଟିମ୍ ଏପ୍ରିଲ ଶେଷରେ ଭାରତ ଆସିବାକୁ ଯାଉଛନ୍ତି। ଏହି ଦଳର କାର୍ଯ୍ୟ ଭାରତରେ ଏକ କାରଖାନା ସ୍ଥାପନ ପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ଖୋଜିବା। ମହାରାଷ୍ଟ୍ର, ଗୁଜୁରାଟ ଏବଂ ତାମିଲନାଡୁ ଉପରେ ଏହି ଟିମର ଅଧିକ ନଜର ରହିଛି।

ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ ଏଲୋନ୍ ମସ୍କଙ୍କ ନେତୃତ୍ୱାଧୀନ ଟେସଲା ଭାରତରେ ପ୍ରାୟ ୨ ରୁ ୩ ବିଲିୟନ ଲାର ମୂଲ୍ୟର କାରଖାନା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଏକ ଦଳ ଏପ୍ରିଲରେ ଭାରତ ଆସିବାକୁ ଯାଉଛି। ଅଗ୍ରଣୀ ବୈଦ୍ୟୁତିକ ଯାନ ନିର୍ମାତା ଟେସଲାର ଏହି ଟିମ୍ ଅନେକ ରାଜ୍ୟ ପରିଦର୍ଶନ କରିବେ ଏବଂ କାରଖାନା ପାଇଁ ସବୁଠାରୁ ଉପଯୁକ୍ତ ଜମି ଖୋଜିବେ। ଟେସଲା ସେହି ରାଜ୍ୟକୁ ଅଧିକ ପ୍ରାଥମିକତା ଦେଇପାରେ ଯେଉଁଠାରେ ଅଟୋମୋବାଇଲ ଶିଳ୍ପ ପୂର୍ବରୁ ବିଦ୍ୟମାନ ରହିଛି।

ତେବେ ନିକଟରେ ଓଡ଼ିଶାରେ ବୈଦ୍ୟୁତିକ ଯାନ ନିର୍ମାଣ ପାଇଁ ଯେଏସ ଡବ୍ଲୁ ବିଶାଳ ପ୍ରୋଜେକ୍ଟ ଘୋଷଣା କରିଥିବା ବେଳେ ଟେସ୍‌ଲା ଟିମ୍ ଓଡ଼ିଶା ମଧ୍ୟ ଆସିବାର ସମ୍ଭାବନା ରହିଛି। ଯଦି ଏପରି କିଛି ହୁଏ ଏବଂ ଓଡ଼ିଶାରେ ଟେସ୍‌ଲା କାରଖାନା ପାଇଁ ଜାଗା ଚିହ୍ନଟ କରେ ଏହା ରାଜ୍ୟରେ ଶିଳ୍ପକୁ ଆଉ ଏକ ନୂଆ ସ୍ତରକୁ ନେଇଯିବ।

ଭାରତ ଆସିବାର ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ମାର୍ଚ୍ଚ ତ୍ରୈମାସରେ ଟେସଲାର ବିକ୍ରି ହ୍ରାସ ପାଇଛି। ଟେସଲା କହିଛି ଯେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହା ୩୮୬,୮୧୦ ଯାନ ବିକ୍ରି କରିଛି। ଗତ ବର୍ଷର ତ୍ରୈମାସରେ ବିକ୍ରି ସଂଖ୍ୟା ୪୨୩,୦୦୦ ଗାଡି ତୁଳନାରେ ଏହା ୯ ପ୍ରତିଶତ କମ୍ ଥିଲା। ଟେସଲା ବିପକ୍ଷରେ ଶକ୍ତିଶାଳୀ ପ୍ରତିଯୋଗିତା ଯୋଗୁଁ ବିକ୍ରିରେ ଏହି ହ୍ରାସ ଘଟିଛି। ଏହା ବ୍ୟତୀତ ନୂତନ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଟେସଲା ର ମଡେଲ ୩ ଏବଂ ୱାୟୀର ବିକ୍ରି ବାର୍ଷିକ ୧୦.୩ ପ୍ରତିଶତ ହ୍ରାସ ପାଇ ୩୬୯,୭୮୩ ରେ ପହଞ୍ଚିଛି। ଏଥି ସହିତ ଟେସଲା ଏକ୍ସ, ଏସ ଏବଂ ସାଇବରଟ୍ରକର ବିକ୍ରି ୬୦ ପ୍ରତିଶତ ବୃଦ୍ଧି ହୋଇ ୧୭,୦୨୭ ୟୁନିଟରେ ପହଞ୍ଚିଛି।

ଚଳିତ ବର୍ଷ ମାର୍ଚ୍ଚରେ ନୂତନ ଇଭି ନୀତି ଘୋଷଣା କରିବାବେଳେ ଭାରତ ସରକାର କହିଥିଲେ ଯେ ଯଦି କୌଣସି କମ୍ପାନୀ ଦେଶରେ ୫୦୦ ନିୟୁତ ଡଲାର ବିନିଯୋଗ କରନ୍ତି ଏବଂ ତିନି ବର୍ଷ ମଧ୍ୟରେ ଭାରତରେ ଉତ୍ପାଦନ ଆରମ୍ଭ କରନ୍ତି, ତା’ହେଲେ ଆମଦାନୀ ଟ୍ୟାକ୍ସରେ ରିହାତି ଦିଆଯିବ। ଗତ ବର୍ଷ ଜୁଲାଇରେ ଟେସଲା କହିଥିଲା ​​ଯେ ଏହା ଭାରତରେ ପ୍ରାୟ ୨୪ ହଜାର ଡଲାର ମୂଲ୍ୟର ଏକ ଇଭି କାର ତିଆରି କରିବାକୁ ଚାହୁଁଛି। ଗତ ବର୍ଷ ଜୁନ୍ ମାସରେ ଟେସଲା ସିଇଓ ଏଲନ୍ ମସ୍କ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri