Posted inଜାତୀୟ

ଭାରତୀୟ ଯବାନଙ୍କ ଅପହରଣ, ହତ୍ୟା ପଛରେ ଆତଙ୍କବାଦୀ

ଶ୍ରୀନଗର,୧୫।୩: ଜଣେ ଯବାନଙ୍କୁ ଅପହରଣ ଏବଂ ହତ୍ୟା ମାମଲା ଉପରୁ ପରଦା ହଟାଇଛି ଜମ୍ମୁ-କଶ୍ମୀର ପୋଲିସ। ଯବାନଙ୍କ ହତ୍ୟାକାରୀମାନେ ଅନ୍ୟ ଦୁଇଟି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ। ସେମାନଙ୍କୁ ଗିରଫ କରାଯାଇଛି ଏବଂ ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ୍‌କୁ ଟ୍ରାକ କରିବା ପାଇଁ ପ୍ରୟାସ ଚାଲିଥିବା ପୋଲିସ ପକ୍ଷରୁ ସୋମବାର କୁହାଯାଇଛି।

ଗତ ଦୁଇ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ୩ ସରପଞ୍ଚ ଏବଂ ଗ୍ରାମ ମୁଖ୍ୟଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା।

ଭାଜପା ନେତା ତଥା କୁଲଗାମ ଜିଲା ସରପଞ୍ଚ ଶାବିର ଅହମ୍ମଦ ମିରଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ମିରଙ୍କୁ ଗତ ଶୁକ୍ରବାର ଅତି ନିକଟରୁ ଗୁଳ କରାଯାଇଥିଲା। ଭାରତୀୟ ଯବାନ ସମୀର ଅହମ୍ମଦ ମାଲାଙ୍କ ଅପହରଣ ଏବଂ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କର-ଇ-ତୋଇବାର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିତ୍ବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ଏକାସାଙ୍ଗରେ ଗଠନ ହେବ ୬ ଗ୍ରହଙ୍କ ବିରଳ ମହାସଂଯୋଗ: ମାଲାମାଲ ହେବେ କର୍କଟ ସମେତ ଏହି ୬ ରାଶି

ଗ୍ରହ ଗୋଚର ଦୃଷ୍ଟିରୁ ସେପ୍ଟେମ୍ବର ମାସର ପ୍ରଥମ ତାରିଖ ଅତ୍ୟନ୍ତ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଦିନ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ…

ଯାହାକୁ ରଖିବେ ଅନନ୍ତ : ତାଳଗଛକୁ ଆଶ୍ରୟ କରି ବନ୍ୟା ପାଣିରେ ୫ ଦିନ ପରେ, ମୁଣ୍ଡ ଦେଖି…

ଧାମନଗର, ୧୮।୮ (ସନ୍ତୋଷ କୁମାର ମହାପାତ୍ର): ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, କଣ୍ଡିଆ,…

ନୂଆ ଡିଜିପି ଚୟନ ଶୁଣାଣି ଘୁଞ୍ଚିଲା: ପକ୍ଷ ରଖିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୮।୮: ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର…

‘ମଦ ପିଇ ସ୍କୁଲ ଆସୁଥିଲେ ପ୍ରଧାନଶିକ୍ଷକ’, ଅଭିଜିତ ଦୀପକେଙ୍କ ଚେତାବନୀ ପରେ…

ନୂଆଦିଲ୍ଲୀ, ୧୮।୮: କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ‘ସ୍କୁଲ ଠିକ କର’ ଅଭିଯାନ ଚଳାଉଛି। ଏହି ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲାର ଏକ ସ୍କୁଲରେ…

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri