କୃଷି କ୍ଷେତ୍ରରେ ଆତଙ୍କବାଦ

ବର୍ତ୍ତମାନର ଦୁନିଆରେ ମଣିଷ ଜାତିର ଅନ୍ୟତମ ପ୍ରଧାନ ଶତ୍ରୁ ହେଲା ଆତଙ୍କବାଦ। ଅଧିକାଂଶସ୍ଥଳେ ଏହା ମୂଳରେ ଥାଏ ଜାତିଧର୍ମ, ରାଜନୈତିକ, ଆଦର୍ଶଗତ ତଥା ଅନ୍ୟାନ୍ୟ ବିଦ୍ୱେଷ। ୨୦୦୧ ସେପ୍ଟେମ୍ବର ୧୧ ତାରିଖ ଦିନ ଇସ୍‌ଲାମୀୟ ଆତଙ୍କବାଦୀମାନେ ଆମେରିକାରେ, ୨୦୦୮ ଏବଂ ୨୦୧୧ରେ ମୁମ୍ବାଇଠାରେ ଏବଂ ନିକଟରେ (ଏପ୍ରିଲ ୨୦୨୫) କଶ୍ମୀରର ପହଲଗାମ୍‌ଠାରେ ଘଟାଇଥିବା ମୃତ୍ୟୁର ଲୀଳା ଏହାର ଗୋଟିଏ ଗୋଟିଏ ଭୟାବହ ଦୃଷ୍ଟାନ୍ତ। ଏହା ବ୍ୟତୀତ ଆମ ଦେଶରେ ମାଓବାଦୀମାନେ ଏବଂ ବିଶେଷକରି ଆଫ୍ରିକୀୟ ଦେଶଗୁଡ଼ିକରେ ବିଭିନ୍ନ ଗୋଷ୍ଠୀ ଏ କାର୍ଯ୍ୟ ନିୟମିତ କରିଚାଲିଛନ୍ତି। ପରିଣାମ ସ୍ବରୂପ, ୨୦୨୩ରେ ଅନୁଷ୍ଠିତ ଏକ ଆକଳନ ଅନୁସାରେ ସେ ବର୍ଷ ପୃଥିବୀର ୩,୩୫୦ଟି ସ୍ଥାନରେ ଏତାଦୃଶ ଛୋଟ ବଡ଼ ଘଟଣା ଘଟିଥିଲା ଏବଂ ସେଥିରେ ମୃତ୍ୟୁବରଣ କରିଥିଲେ ପ୍ରାୟ ୮/୯ ହଜାର ବ୍ୟକ୍ତି। ତଥାପି ଏହି ଅମାନବୀୟ କାର୍ଯ୍ୟକୁ ଅଧିକ ଘାତକ ତଥା ତ୍ରୁଟିଶୂନ୍ୟ କରିବା ଲାଗି ନୂତନ ତଥା ଉନ୍ନତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ହୋଇଚାଲିଛି। ସ୍ଥାନ, କାଳ, ପାତ୍ରକୁ ଦୃଷ୍ଟିରେ ରଖି ଏହାକୁ ବିଭିନ୍ନ ଦିଗରୁ ବିକଶିତ କରାଯାଉଛି। ଆଧୁନିକ ବିଜ୍ଞାନର ଏହି ଦୁରୁପଯୋଗର ଏବଂ ହଜି ହଜି ଚାଲିଥିବା ମାନବିକତାର ଅନ୍ୟତମ ମୂକସାକ୍ଷୀ ରୂପେ ଏବେ ଉଭାହେଲାଣି କୃଷି କ୍ଷେତ୍ରରେ ଆତଙ୍କବାଦ ବା ‘ଆଗ୍ରୋ-ଟେରରିଜମ୍‌’।
ଏହା ଏକ ବିରଳ ତଥା ଉଚ୍ଚକୋଟୀର ପ୍ରଯୁକ୍ତି ବିଦ୍ୟା ଆଧାରିତ ଜୈବିକ ପ୍ରକ୍ରିୟା। ଏଥିରେ ଗୋପନୀୟ ଭାବେ ବିବିଧ ଅନିଷ୍ଟକାରୀ ସୂକ୍ଷ୍ମଜୀବମାନଙ୍କୁ ଫସଲ (ଗୋସମ୍ପଦ ମଧ୍ୟ) ଉପରେ ଜୈବିକ ଅସ୍ତ୍ର ରୂପେ ପ୍ରୟୋଗ କରାଯାଏ। ଆତଙ୍କବାଦୀମାନେ କୌଣସି ଦେଶ, ଗୋଷ୍ଠୀ କିମ୍ବା ସମ୍ପ୍ରଦାୟ ଦ୍ୱାରା ପ୍ରରୋଚିତ ହୋଇ ବିଭିନ୍ନ କବକ ବା ‘ଫୁଞ୍ଜାଇ, ଭୂତାଣୁ, ଜୀବାଣୁ, କୀଟ’ ଆଦି ବ୍ୟବହାର କରି ତଦ୍ଦ୍ବାରା ଶତ୍ରୁଦେଶ ବା ଗୋଷ୍ଠୀର କୃଷି ଉତ୍ପାଦନକୁ ଘୋର କ୍ଷତି ପହଞ୍ଚାଇଥାନ୍ତି। ଏହା ଶସ୍ତା, ବ୍ୟବହାର ପଦ୍ଧତି ସରଳ ଏବଂ ସହଜରେ ଚିହ୍ନଟକ୍ଷମ ନୁହେଁ। ତେବେ ଖାଦ୍ୟ ନିରାପତ୍ତା ସଙ୍ଗେ ସଙ୍ଗେ ଅର୍ଥନୈତିକ, ସାମାଜିକ ତଥା ଜନସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ସୁଦୂରପ୍ରସାରୀ।
କୃଷି କ୍ଷେତ୍ରରେ ଆତଙ୍କବାଦର ଇତିହାସ ନୂଆ ନୁହେଁ। ତେବେ ତାହା ଅଧିକରୁ ଅଧିକ ଉଗ୍ର ରୂପ ନେବାକୁ ଲାଗିଛି ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରୁ। ଉଦାହରଣସ୍ବରୂପ ସେତେବେଳେ (୧୯୪୩ ମସିହା) ନାଜି ଜର୍ମାନୀ ”କଲୋରାଡୋ ପଟାଟୋ ବିଟ୍‌ଲସ୍‌“ ନାମକ କୋଟଳିପୋକ ବ୍ୟବହାର କରି ଇଂଲଣ୍ଡର ଆଳୁ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା ବେଳେ ୧୯୫୦ ଦଶକରେ ଆମେରିକା ତାହା ତଦାନିନ୍ତନ ପୂର୍ବ ଜର୍ମାନୀରେ ପ୍ରୟୋଗ କରିଥିବାର ଅଭିଯୋଗ ହୁଏ। ଅନ୍ୟପକ୍ଷରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ମିତ୍ରଶକ୍ତି ରାଷ୍ଟ୍ରଗୁଡ଼ିକ ଉପରେ ବିବିଧ କବକ ସାହାଯ୍ୟରେ କୃଷି ଓ ପଶୁ ସମ୍ପଦକୁ ଆକ୍ରମଣ କରିଥିବାର ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ଜାପାନର ଧାନ ଫସଲକୁ ନଷ୍ଟ କରିଥିବାର କୁହାଯାଏ। ତେବେ ନୂତନ ଜୈବ ପ୍ରଯୁକ୍ତିର ପ୍ରୟୋଗ ଫଳରେ ଏହି ସୂକ୍ଷ୍ମଜୀବମାନଙ୍କର ନୂତନ ତଥା ଅଧିକ ଘାତକ ନୂଆ ଜାତିମାନ ପ୍ରସ୍ତୁତ ହେବା ଫଳରେ ଏ ଅସ୍ତ୍ର ଅଧିକ ଧ୍ୱଂସାତ୍ମକ ହୋଇପାରିଛି।
ବର୍ତ୍ତମାନ କୃଷି କ୍ଷେତ୍ରରେ ଆତଙ୍କବାଦ ପ୍ରଶ୍ନ ପୁନର୍ବାର ଆଲୋଚନା ହେବାର ମୁଖ୍ୟ କାରଣ ହେଲା ଆମେରିକାରେ ଘଟିଥିବା ଏକ ଘଟଣା। ଏହାର ଗୁପ୍ତଚର ସଂସ୍ଥା ‘ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌’ ବା ‘ଏଫ୍‌ବିଆଇ’ ଚାଇନା ଦ୍ୱାରା କରାଯାଇଥିବା ଏପରି ଏକ ଷଡ଼ଯନ୍ତ୍ରର ସୂଚନା ପାଇଛି ବୋଲି ଦାବି କରୁଛି ଏବଂ ସେହି ଅପରାଧରେ ଆମେରିକାରେ ଥିବା ଚାଇନାର ଦୁଇଜଣ ନାଗରିକ ଜଡ଼ିତ ବୋଲି ଅଭିଯୋଗ କରିଛି। ସେଥି ଅନୁଯାୟୀ ଏମାନେ ଆମେରିକାର କୃଷି କ୍ଷେତ୍ରରେ ଏକ ନୂତନ ଜାତିର ‘ଫ୍ୟୁସାରିୟମ୍‌ ଜର୍ମିନେଆରମ୍‌’ ନାମକ କବକ ପ୍ରୟୋଗ କରି ଏଠାରେ ଫସଲହାନି ଘଟାଇବାର ପ୍ରୟାସରେ ଅଛନ୍ତି। ଏହି କବକଟି ଗହମ, ବାର୍ଲି, ମକା, ଧାନ ଆଦି ଶସ୍ୟଜାତୀୟ ଫସଲକୁ ବ୍ୟାପକ କ୍ଷତି ପହଞ୍ଚାଇବା ସଙ୍ଗେ ସଙ୍ଗେ ‘ଭୋମିଟକ୍‌ସିନ୍‌’ ନାମକ ବିଷଟିଏ ଉତ୍ପନ୍ନ କରି ଖାଦ୍ୟଶସ୍ୟକୁ ମଣିଷ ତଥା ଅନ୍ୟାନ୍ୟ ପଶୁମାନଙ୍କ ପାଇଁ ବିଷାକ୍ତ କରିଦିଏ।
‘ଏଫ୍‌ବିଆଇ’ର ଅଭିଯୋଗ ଅନୁସାରେ ମିଚିଗାନ୍‌ ବିଶ୍ୱବିଦ୍ୟାଳୟର ଏକ ବିଜ୍ଞାନାଗାରରେ ଗବେଷଣାରତ ୩୩ ବର୍ଷୀୟ ୟୁଂଗିଙ୍ଗ ଜିଆନ୍‌ ଏବଂ ୩୪ ବର୍ଷୀୟ ଜୁନିଓଙ୍ଗ ଲିଉ ନାମକ ଦୁଇଜଣ ଚାଇନାର ଅଧିବାସୀ ତାଙ୍କ ଦେଶରୁ ବେଆଇନ ଭାବେ ଏହି କବକର ବିଭିନ୍ନ ନୂଆ ନୂଆ ଜାତିକୁ ଚୋରାଚାଲାଣ କରି ଆଣିଛନ୍ତି ଏବଂ ଏଠାରେ ତାହା ଉପରେ ଗବେଷଣା ଚଳାଇ ତହିଁରୁ ଅଧିକ ମାରାତ୍ମକ ଜାତି ତିଆରି କରିବାକୁ ଉଦ୍ୟମ କରୁଛନ୍ତି। ସମ୍ଭବତଃ ଗୋପନରେ ତାହାକୁ ଆମେରିକାର କୃଷିକ୍ଷେତ୍ରରେ ପ୍ରୟୋଗ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ସେଥିପାଇଁ ଏବେ ଜିଆନ୍‌କୁ ପୋଲିସ ହେପାଜତକୁ ନେଇଛି ଏବଂ ତା’ ପୁରୁଷବନ୍ଧୁ ଲିଉ କେଉଁଠି ଆତ୍ମଗୋପନ କରିଛି।
କୃଷି କ୍ଷେତ୍ରରେ ଆତଙ୍କବାଦ ଲାଗି ବ୍ୟବହୃତ ବିବିଧ ‘ଜୈବିକ ଅସ୍ତ୍ର’ ମଧ୍ୟରେ ‘ଫ୍ୟୁସାରିୟମ୍‌ ଜର୍ମିନେଆରମ୍‌’ ଅନ୍ୟତମ ଶକ୍ତିଶାଳୀ ଏବଂ ଅଧିକ ବିପଜ୍ଜନକ। ଏବେ ମଧ୍ୟ ଏହା ବିଭିନ୍ନ ଦେଶରେ ଫସଲହାନିର କାରଣ ହୋଇ ରହିଛି। ବିଶ୍ୱରେ ଏହା ବାର୍ଷିକ ବିଲିୟନ-ବିଲିୟନ୍‌ ଡଲାର ଏବଂ ଆମେରିକାରେ ପ୍ରାୟ ୧ ବିଲିୟନ ଡଲାର ମୂଲ୍ୟର ଫସଲ କ୍ଷୟ ଘଟାଉଛି। ଅତଏବ ଏହାର ଅଧିକ କ୍ଷତିକାରକ ନୂତନ ଜାତିମାନ ପ୍ରସ୍ତୁତ କରାଗଲେ ସେଗୁଡ଼ିକ କୃଷି କ୍ଷେତ୍ରରେ ବ୍ୟାପକ ବିଧ୍ୱଂସର କାରଣ ହେବାର ସମ୍ଭାବନା ରହିଛି। ସେଥିପାଇଁ ଆମେରିକାର ଆଟର୍ନି ଜେରୋମ୍‌ ଗରଟନ୍‌ ଜୁନିୟର ଏହାକୁ ଜାତୀୟ ନିରାପତ୍ତା ପ୍ରତି ଏକ ବିପଦ ବୋଲି ଘୋଷଣା କରିଛନ୍ତି।
ଏବେ ବି ଆମ ଦେଶର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଏହାର ୪୩% ଲୋକଙ୍କର ଏହା ବୃତ୍ତି ହୋଇଥିବାର ଜଣାପଡ଼ିଛି ୨୦୨୨-୨୦୨୩ ମସିହାର ଏକ ଆକଳନରୁ। ଏପରିସ୍ଥଳେ କୃଷି କ୍ଷେତ୍ରରେ ଆତଙ୍କବାଦ ଏହା ପ୍ରତି ଅତି ବିପଜ୍ଜନକ ମନେହେବା ସ୍ବାଭାବିକ। ପୁନଶ୍ଚ ଆମ ଦେଶର ଶତ୍ରୁ ପାକିସ୍ତାନ ଆତଙ୍କବାଦୀଙ୍କ ଜନ୍ମସ୍ଥଳୀ ଏବଂ ତାକୁ ଏଥିରେ ସବୁମତେ ସାହାଯ୍ୟ କରିବାକୁ ଶକ୍ତିଶାଳୀ ଚାଇନା ସବୁବେଳେ ପ୍ରସ୍ତୁତ। ତେଣୁ ଏଥିପ୍ରତି ଆମେ ସତତ ସଜାଗ ରହିବା ଏକାନ୍ତ ବାଞ୍ଛନୀୟ।

ପ୍ର.ରମେଶ ଚନ୍ଦ୍ର ପରିଡ଼ା
ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?