ବୈତରଣୀ କୂଳବର୍ତ୍ତୀ ଗାଁରେ ଆତଙ୍କ

ଯାଜପୁର/ଝୁମ୍ପୁରି/ପ୍ରୀତିପୁର/ଯାଜପୁର ସଦର,୪ା୮(ହର୍ଷବର୍ଦ୍ଧନ ବେହେରା/ସରୋଜ ନାୟକ/ସୁଶାନ୍ତ ବେହୁରା/ସମର ବିଜୟ ଶରଣ) : ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତା ଏବଂ ବୈତରଣୀ ଓ ଏହାର ଶାଖା କାଣୀ ନଦୀ କୂଳବର୍ତ୍ତି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଜିଲାର ବିଞ୍ଝାରପୁର, ଦଶରଥପୁର, ଯାଜପୁର ଓ କୋରେଇ ବ୍ଲକ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଗାଁ ଜଳଘେରରେ ରହିଛି। ବିଞ୍ଝାରପୁର ବ୍ଲକ ଓଳେଇ ଚନ୍ଦନପୁର ନିକଟ ଖରସ୍ରୋତା ନଦୀବନ୍ଧରେ ଏକ ଘାଈ ସୃଷ୍ଟି ହେବା ଆଶଙ୍କା ଉପୁଜିଛି। ନଦୀବନ୍ଧ ରାସ୍ତା ତଳେ ଥିବା ସ୍ଲୁଇସ ଗେଟ୍‌ ଦବି ଯାଇଥିବାରୁ ବନ୍ଧର ଅର୍ଦ୍ଧାଧିକ ଭାଗ ଭୁଶୁଡି ପଡିଛି। ଏହି ଘଳିଆକୁ ପୋତିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା ପକାଇ ଅଟକାଇବାକୁ ଉଦ୍ୟମ କରାଯାଇଛି। ଏହି ଖବରପାଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ଅନୁରୋଧ କରିଛି। ଅନ୍ୟପକ୍ଷେ ବୈତରଣୀର ଶାଖା ବୁଢ଼ା ନଦୀର ବନ୍ୟାଜଳ ରାସ୍ତାରେ ଚାଲିଛି। ସେହି ରାସ୍ତା ଅତିକ୍ରମ କରୁଥିଲା ବେଳେ ଯାଜପୁର ବ୍ଲକ ସମିଳିଆ ପଞ୍ଚାୟତ ଓଲେଇପଡ଼ା ଗ୍ରାମର ଅକ୍ଷୟ କୁମାର ନାୟକ(୪୮)ଙ୍କ ବନ୍ୟାସ୍ରୋତରେ ଭାସିଯାଇ ମୃତ୍ୟୁ ଘଟିଛି।
ଏହା ଚଳିତ ବର୍ଷ ବୈତରଣୀରେ ପ୍ରଥମ ବନ୍ୟା। ଜଳସେଚନ ବିଭାଗ ଯଦିଓ ଏହାଏକ ମଧ୍ୟମ ଧରଣର ବନ୍ୟା ବୋଲି ଆକଳନ କରିଛି, ତଥାପି ପରିସ୍ଥିତି ଉପରେ ଜିଲା ପ୍ରଶାସନ କଡ଼ା ନଜର ରଖିଛି। ଗୁରୁବାର ଅପରାହ୍ନ ୫ଟା ସୁଦ୍ଧା ଆନନ୍ଦପୁରଠାରେ ଜଳପତ୍ତନ ବିପଦ ସଙ୍କେତ (୩୮.୩୬ ମିଟର) ତଳେ (୩୭.୯୫ ମିଟର) ରହିଛି। ଆଖୁଆପଦାଠାରେ ବିପଦ ସଙ୍କେତ (୧୭.୮୩ ମିଟର) ଉପରେ(୧୯.୪୪ ମିଟର) ବନ୍ୟା ଜଳ ବୋହୁଛି। ଏହାବାଦ୍‌ ବଲ୍ଲଭିଘାଟରେ ବିପଦ ସଙ୍କେତ(୧୩.୩୪ ମିଟର) ଉପରେ (୧୪.୨୭ ମିଟର) ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଦଶରଥପୁରଠାରେ ବିପଦସଙ୍କେତ (୯.୫୨ ମିଟର ) ଉପରେ(୧୨.୦୫ ମିଟର) ବନ୍ୟା ପାଣି ପ୍ରବାହିତ ହେଉଛି। ଗୁରୁବାର ଦିନ ସାରା ବର୍ଷା ହୋଇ ନ ଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବନ୍ୟାଜଳ ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି। ଦଶରଥପୁରଠାରେ ବନ୍ୟା ପାଣି ବିପଦସଙ୍କେତଠାରୁ ପାଖାପାଖି ୩ ମିଟର ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ବନ୍ୟାଜଳ ବଢ଼ିବାର ଆଶଙ୍କା କରାଯାଉଛି। କାଣୀ ନଦୀର ବିଭିନ୍ନ ସ୍ଥାନରେ ବନ୍ୟାଜଳ ବନ୍ଧ ଉପରେ ଚାଲିଛି। ପୂର୍ବରୁ ମୁକୁଳା କଣ୍ଟପଡ଼ା ଘାଇରେ ପ୍ରବଳ ବନ୍ୟାଜଳ ପ୍ରବେଶ କରିଛି। ଯାହାଫଳରେ ମଲ୍ଲିକାପୁର ପଞ୍ଚାୟତର ବୈଷପାନ ଗ୍ରାମ ସମ୍ପୂର୍ଣ୍ଣ ଜଳବନ୍ଦୀରେ ରହିଛି। ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀରେ ଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଘରେ ପାଣି ପଶିଯାଇଛି। ବନ୍ୟା ପ୍ରଭାବିତ ଲୋକମାନେ ରୋଷେଇ କରିପାରୁ ନ ଥିବାରୁ ଭୋକ ଉପାସରେ ପଡ଼ି ରହିଛନ୍ତି। ଏବେ ଗାଁ ଦାଣ୍ଡରେ ୩ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ଲହଡ଼ି ଭାଙ୍ଗୁଛି। କାଣୀ ନଦୀ ବନ୍ୟାଜଳରେ ମଲ୍ଲିକାପୁର-ପଲ୍ଲାସାହି ରାସ୍ତା ଓ ମଲ୍ଲିକାପୁର ପୋଲ ବୁଡ଼ିବା ସହ ୪ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଦଶରଥପୁର-ଧୁଷୁରୀ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଦଶରଥପୁର ବ୍ଲକ୍‌ର ମଲ୍ଲିକାପୁରଠାରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟ କାଣୀ ନଦୀ ବନ୍ୟାରେ ବୁଡ଼ିରହିଛି। ବିଦ୍ୟାଳୟ ପରିସରରେ ଆଣ୍ଠୁଏ ଉଚ୍ଚରେ ବନ୍ୟାଜଳ ପ୍ରବେଶ କରିଛି। ବ୍ଲକ୍‌ର କସପା, ମଲ୍ଲିକାପୁର, ଦୁଦୁରାଅଣ୍ଟା, ଦତ୍ତପୁର, କୟାଁ, କମାରଡିହ, ଖାନନଗର, ସୁସୁଆ, ନିଜାମପୁର, ମଙ୍ଗଳପୁର, କନିକାପଡ଼ା, ଜୟନ୍ତରା ଓ କଟିକଟା ଆଦି ପଞ୍ଚାୟତରେ ୫୦ରୁ ଉର୍ଦ୍ଧ୍ୱ ଗାଁରେ ପାଣି ମାଡ଼ି ଯାଇଛି। ପ୍ରାୟ ୫ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ବନ୍ୟା ପାଣି ବୁଡ଼ିରହିଛି। ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି। ବ୍ଲକର ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଉପରେ ବନ୍ୟାପାଣି ଚାଲିଛି।
ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଗୁରୁବାର ପୂର୍ବାହ୍ନରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଜିଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ, ବରିଷ୍ଠ ନେତା ମୁକ୍ତିକାନ୍ତ ପଣ୍ଡା ପ୍ରମୁଖ ପ୍ରଭାବିତ କସପା, ମଲ୍ଲିକାପୁର ପଞ୍ଚାୟତର କାଣୀ ନଦୀର ଦୁର୍ବଳ ବନ୍ଧକୁ ବୁଲି ଦେଖିଥିଲେ। ପରେ କସପା ପଞ୍ଚାୟତ ଅଫିସ୍‌ଠାରେ ବିଧାୟକ ଓ ଜିଲାପାଳ ଏକ ସମୀକ୍ଷା ବୈଠକ କରି ଆବଶ୍ୟକ ବ୍ୟବସ୍ଥା କରାଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ ଦଶରଥପୁର ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହ ଯେ କୌଣସି ପ୍ରକାର ପରିସ୍ଥିତିକୁ ବିଭାଗ ପକ୍ଷରୁ ମୁକାବିଲା କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?