ଟିଙ୍କ ପାଇଁ ଟେନ୍‌ସନ୍‌

ଢେଙ୍କାନାଳ ଅଫିସ, ୧୨।୨: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଟିଙ୍କକୁ ନେଇ ଦୁଇଦିନ ହେଲା ଟେନ୍‌ସନ୍‌ ବଢ଼ିଛି। ପାଠ ପଢ଼ିବାକୁ ଆସୁଥିବା ଛାତ୍ରୀଛାତ୍ର, କଲେଜରେ କାର୍ଯ୍ୟରତ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀଙ୍କ ଶରୀରରେ ଟିଙ୍କ ଲାଗିଯାଉଛି। ଏହି କ୍ଷୁଦ୍ର କୀଟ କାନ ସମେତ ଆଭ୍ୟନ୍ତରୀଣ ଅଙ୍ଗରେ ପଶି ରକ୍ତ ଶୋଷୁଛି। ପ୍ରଥମେ ସାମାନ୍ୟ ଯନ୍ତ୍ରଣା ହେଉଥିବାବେଳେ ଦିନକ ପରେ ଏହା ବଢୁଛି। କଲେଜର ଜଣେ ଅଧ୍ୟାପିକାଙ୍କ କାନରେ ଟିଙ୍କ ପଶିଯାଇଥିବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିବା କହିଛନ୍ତି। କ୍ୟାମ୍ପସ ପରିସରରେ ଟିଙ୍କ ପ୍ରାଦୁର୍ଭାବ ବଢୁଥିବାବେଳେ ଏହାର ପ୍ରତିକାର କରିବା ଲାଗି ପୌର କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ଛାତ୍ରୀଛାତ୍ର ଦାବି କରିଛନ୍ତି।
ଅଞ୍ଚଳବାସୀଙ୍କ କହିବା କଥା, ଢେଙ୍କାନାଳ କଲେଜ ପାଣିଓହଳା ଓ ଚାରଖୋଲା ପାହାଡ଼ ପାଦଦେଶରେ ଅବସ୍ଥିତ। ସମ୍ଭବତଃ ଗୃହପାଳିତ ପ୍ରାଣୀଙ୍କ ମାଧ୍ୟମରେ ଉକ୍ତ ଟିଙ୍କ କଲେଜ କ୍ୟାମ୍ପସରେ ପ୍ରବେଶ କରିଥାଇପାରନ୍ତି। ଛୋଟ ଟିଙ୍କଗୁଡ଼ିକ ଖାଲି ଆଖିକୁ ସହଜରେ ଦୃଶ୍ୟମାନ ହେଉ ନ ଥିବାରୁ ମଣିଷ ଦେହରେ ଲାଗି ରକ୍ତ ଶୋଷୁଛନ୍ତି। ଏହାକୁ କାଢ଼ିବା କଷ୍ଟକର। ଯଦିଓ ଏହାକୁ ବାହାର କରିଦିଆଯାଏ ତଥାପି ଉକ୍ତ ସ୍ଥାନ ଘୋଳାବିନ୍ଧା ହୁଏ। ବେଳେବେଳେ ଜ୍ୱର ଆସିଥାଏ। ତେଣୁ କଲେଜରେ କୀଟନାଶକ ସିଞ୍ଚନ କରିବାକୁ ସାଧାରଣରେ ଦାବି ହୋଇଛି।
ଏ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ପ୍ରଧାନ କୁହନ୍ତି, ଟିଙ୍କ ସହଜରେ ଦୃଶ୍ୟମାନ ହେଉନାହିଁ। ଜଙ୍ଗଲ ପରିବେଶକୁ ଲାଗି କଲେଜ ଥିବାରୁ ବଣବୁଦାରୁ ଏହା ଅନୁଷ୍ଠାନକୁ ଆସୁଥିବା ସନ୍ଦେହ କରାଯାଉଛି। ବଣବୁଦା ସଫା କରିବା ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri