Posted inଖେଳ

ବୁମରାହ, କ୍ୟୁମିନ୍ସ କିମ୍ବା ଷ୍ଟାର୍କ ନୁହନ୍ତି; ଆଫଗାନିସ୍ତାନର ଏହି ବୋଲରଙ୍କ ସାମ୍ନା କରିବାକୁ ଚାହାନ୍ତି ସଚିନ

ନୂଆଦିଲ୍ଲୀ,୧୨।୧୨: କ୍ରିକେଟର ଭଗବାନ କୁହାଯାଉଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ନିଜ କ୍ୟାରିୟରରେ ଅନେକ ବୋଲରଙ୍କ ବଲ୍‌କୁ ଖେଳିଛନ୍ତି। ସେନ ଓ୍ବାର୍ନ, ମୁଥୟା ମୁରଲୀଧରନ୍‌, ଗ୍ଲୋନ୍‌ ମୈକ୍ସୋ, ଓ୍ବକାର ୟୁନିସ, ଓ୍ବାସିମ୍‌ ଅକ୍ରମ ଏବଂ ଏଲନ୍‌ ଡୋନାଲ୍ଡଙ୍କ ଭଳି ଦିଗ୍ଗଜଙ୍କ ବଲ୍‌ରେ ଚଉକା-ଛକା ମାରିଛନ୍ତି। ଏବେ ଯଦି ସଚିନ କ୍ରିକେଟ ଖେଳୁଥାନ୍ତେ ତେବେ କେଉଁଭଳି ବୋଲରଙ୍କ ସମ୍ମୁଖୀନ ହୋଇଥାନ୍ତେ, କାହାର ବଲ୍‌କୁ ଖେଳିବା ପସନ୍ଦ କରିଥାନ୍ତେ ବୋଲି ଅନେକ ପ୍ରଶ୍ନ କରିଥାନ୍ତି। ସଚିନ ନିଜେ ଏହାର ଉତ୍ତର ଦେଇଛନ୍ତି।

ସଚିନ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ଆଜିକାଲିର ସମୟରେ ସେ ଖେଳୁଥିଲେ ପୈଟ୍‌ କ୍ୟୁମିନ୍ସ, ଜୋଫ୍ରା ଆର୍ଚର, ଜସପ୍ରିତ ବୁମରାହ, ନାଥନ ଲିୟୋନ, ମିସେଲ ଷ୍ଟାର୍କ, କଗିସୋଙ୍କ ବଲ୍‌କୁ ଖେଳିବାକୁ ଚାହିଁଥାନ୍ତେ। ତେବେ ବିଶେଷକରି ଆଫଗାନିସ୍ତାନର ଲେଗ୍‌ ସ୍ପିନର ରଶିଦ ଖାନଙ୍କ ବଲ୍‌ ଖେଳିବାକୁ ଚାହଁନ୍ତି ବୋଲି କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। କାରଣ ରଶିଦଙ୍କ ବୋଲିଂ ବହୁତ ଭୟଙ୍କର ବୋଲି ସେ କହିଛନ୍ତି।

ଆଇପିଏଲ୍‌ ୨୦୧୩ରେ ସେ ଶେଷଥର ପାଇଁ ଆଇପିଏଲ୍‌ରେ ଖେଳିଥିଲେ। ଏହାପରେ ସେ କ୍ରିକେଟରୁ ସନ୍ୟାସ ନେଇଥିଲେ। ହେଲେ ରଶିଦ ୨୦୧୫ରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୭ରେ ସେ ପ୍ରଥମ ଆଇପିଏଲ୍‌ ଖେଳିଥିଲେ। ଏଥିଯୋଗୁ ଉଭୟ ପରସ୍ପରକୁ ଭେଟି ପାରିନାହାନ୍ତି। ଏଣୁ ଯଦି ଏବେ ପୀଢ଼ିର କୌଣସି ବୋଲରଙ୍କ ସାମ୍ନା କରିବାକୁ ଚାହାନ୍ତି ତେବେ ସେ ରଶିଦ ବୋଲି ସଚିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

‘ଏନ୍‌ଇଇଟି’ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ, ପୋଲିସ ବଳପ୍ରୟୋଗର ତଦନ୍ତ କରିବ ୫ ଜଣିଆ କମିଟି

ନୂଆଦିଲ୍ଲୀ,୨୧।୮(ପି.ଟି.): ଚଳିତବର୍ଷ ଜୁଲାଇ ୨୦ରେ ହୋଇଥିବା ପାର୍ଲାମେଣ୍ଟ ଘେରାଉ ଆନ୍ଦୋଳନ ବେଳେ ଛାତ୍ରୀଛାତ୍ର ଏବଂ ଯୁବବର୍ଗଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ…

ମେଘାନ ଓ ପିଲାଙ୍କ ସହ ବ୍ରିଟେନ ଫେରିବେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୮: ପ୍ରିନ୍ସ ହ୍ୟାରୀ ଏବଂ ତାଙ୍କ ପତ୍ନୀ ମେଘାନ ମାର୍କେଲ ଚଳିତ ମାସ ଶେଷ ଆଡ଼କୁ ସେମାନଙ୍କ ଦୁଇ ସନ୍ତାନଙ୍କ ସହ ବ୍ରିଟେନକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।…

କିମ୍ସ ଡାକ୍ତରଙ୍କୁ ବଡ଼ ସଫଳତା: ୧୦ ମାସ ଶିଶୁର ଖାଦ୍ୟ ନଳୀରୁ ବାହାରିଲା ପିନ୍‌

ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍‌ବଶତଃ ଏକ ଧାତବ ପିନ୍‌ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍‌ଭାନ୍ସ…

ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ସପ୍ତାହେ ଯାଏ ବର୍ଷା

ଭୁବନେଶ୍ୱର, ୨୧ା୮:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri