Posted inଖେଳ

ବୁମରାହ, କ୍ୟୁମିନ୍ସ କିମ୍ବା ଷ୍ଟାର୍କ ନୁହନ୍ତି; ଆଫଗାନିସ୍ତାନର ଏହି ବୋଲରଙ୍କ ସାମ୍ନା କରିବାକୁ ଚାହାନ୍ତି ସଚିନ

ନୂଆଦିଲ୍ଲୀ,୧୨।୧୨: କ୍ରିକେଟର ଭଗବାନ କୁହାଯାଉଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ନିଜ କ୍ୟାରିୟରରେ ଅନେକ ବୋଲରଙ୍କ ବଲ୍‌କୁ ଖେଳିଛନ୍ତି। ସେନ ଓ୍ବାର୍ନ, ମୁଥୟା ମୁରଲୀଧରନ୍‌, ଗ୍ଲୋନ୍‌ ମୈକ୍ସୋ, ଓ୍ବକାର ୟୁନିସ, ଓ୍ବାସିମ୍‌ ଅକ୍ରମ ଏବଂ ଏଲନ୍‌ ଡୋନାଲ୍ଡଙ୍କ ଭଳି ଦିଗ୍ଗଜଙ୍କ ବଲ୍‌ରେ ଚଉକା-ଛକା ମାରିଛନ୍ତି। ଏବେ ଯଦି ସଚିନ କ୍ରିକେଟ ଖେଳୁଥାନ୍ତେ ତେବେ କେଉଁଭଳି ବୋଲରଙ୍କ ସମ୍ମୁଖୀନ ହୋଇଥାନ୍ତେ, କାହାର ବଲ୍‌କୁ ଖେଳିବା ପସନ୍ଦ କରିଥାନ୍ତେ ବୋଲି ଅନେକ ପ୍ରଶ୍ନ କରିଥାନ୍ତି। ସଚିନ ନିଜେ ଏହାର ଉତ୍ତର ଦେଇଛନ୍ତି।

ସଚିନ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ଆଜିକାଲିର ସମୟରେ ସେ ଖେଳୁଥିଲେ ପୈଟ୍‌ କ୍ୟୁମିନ୍ସ, ଜୋଫ୍ରା ଆର୍ଚର, ଜସପ୍ରିତ ବୁମରାହ, ନାଥନ ଲିୟୋନ, ମିସେଲ ଷ୍ଟାର୍କ, କଗିସୋଙ୍କ ବଲ୍‌କୁ ଖେଳିବାକୁ ଚାହିଁଥାନ୍ତେ। ତେବେ ବିଶେଷକରି ଆଫଗାନିସ୍ତାନର ଲେଗ୍‌ ସ୍ପିନର ରଶିଦ ଖାନଙ୍କ ବଲ୍‌ ଖେଳିବାକୁ ଚାହଁନ୍ତି ବୋଲି କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। କାରଣ ରଶିଦଙ୍କ ବୋଲିଂ ବହୁତ ଭୟଙ୍କର ବୋଲି ସେ କହିଛନ୍ତି।

ଆଇପିଏଲ୍‌ ୨୦୧୩ରେ ସେ ଶେଷଥର ପାଇଁ ଆଇପିଏଲ୍‌ରେ ଖେଳିଥିଲେ। ଏହାପରେ ସେ କ୍ରିକେଟରୁ ସନ୍ୟାସ ନେଇଥିଲେ। ହେଲେ ରଶିଦ ୨୦୧୫ରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୭ରେ ସେ ପ୍ରଥମ ଆଇପିଏଲ୍‌ ଖେଳିଥିଲେ। ଏଥିଯୋଗୁ ଉଭୟ ପରସ୍ପରକୁ ଭେଟି ପାରିନାହାନ୍ତି। ଏଣୁ ଯଦି ଏବେ ପୀଢ଼ିର କୌଣସି ବୋଲରଙ୍କ ସାମ୍ନା କରିବାକୁ ଚାହାନ୍ତି ତେବେ ସେ ରଶିଦ ବୋଲି ସଚିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri