ପୁରୁଣା ଭର୍ସନ କମ୍ପ୍ୟୁଟର କିଣିବାକୁ ଟେଣ୍ଡର

ଯାଜପୁର ଅଫିସ,୨ା୩: ଶିକ୍ଷାର ଗୁଣାମତ୍କ ମାନ ବୃଦ୍ଧି କରିବା ସହିତ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ସରକାର କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ପଦ୍ଧତି ପ୍ରଣୟନ କରିଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପ୍‌ମେଣ୍ଟ କାର୍ପୋରେଶନ (ଓଏମ୍‌ବିଏଡିସି) ପାଣ୍ଠିରୁ ବିପୁଳ ଅର୍ଥ ବ୍ୟୟ କରାଯାଉଛି। ହେଲେ କେତେକ ଅଧିକାରୀ ନିଜର ପକେଟ୍‌ ଗରମ କରିବା ଉଦ୍ଦେଶ୍ୟରେ ନୂତନ ଭର୍ସନ ବଦଳରେ ୪ରୁ ୫ ବର୍ଷ ପୁରୁଣା ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀର କମ୍ପ୍ୟୁଟର କିଣିବାକୁ ଯୋଜନା ହୋଇଛି। ଅନ୍ୟପକ୍ଷେ ଅଧିକାଂଶ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନ ଥିବାବେଳେ ବିପୁଳ ଅର୍ଥ ଶ୍ରାଦ୍ଧ କରି କମ୍ପ୍ୟୁଟର କିଣା କାହା ସ୍ବାର୍ଥେରେ ବୋଲି ପ୍ରଶ୍ନ ଉଠିଛି। ଏହା ଲୋକଲୋଚନକୁ ଆସିବା ପରେ ଆଇନଜୀବୀ ଉଦୟନାଥ ସାହୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ଜିଲାର ସ୍ମାର୍ଟ ସ୍କୁଲଗୁଡ଼ିକୁ କମ୍ପ୍ୟୁଟର ଯୋଗାଣ ନିମନ୍ତେ ଆରମ୍ଭରୁ ପ୍ରତି ବ୍ଳକର ବିଡ଼ିଓମାନେ ଜିଇଏମ୍‌(ଗଭର୍ନମେଣ୍ଟ ଇ-ମାର୍କେଟପ୍ଲେସ) ବିଡିଂ ମାଧ୍ୟମରେ କ୍ରୟ କରିବାକୁ ଉଦ୍ୟମ କରିଥିଲେ। ଅଧିକାଂଶ ବ୍ଲକରେ ସେହି ଜିଇଏମ୍‌ ବିଡ଼ିଂରେ ଚଞ୍ଚକତା, ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ଆସିବା ପରେ ଜିଲାପାଳ ତାହାର ତଦନ୍ତ କରିଥିଲେ। ଏହାର ପ୍ରମାଣ ମିଳିବାରୁ ବଡ଼ଚଣା ଓ ରସୁଲପୁର ବିଡ଼ିଓଙ୍କ ଦ୍ୱାରା ଆହୂତ ବିଡ଼ିଂକୁ ରଦ୍ଦ କରି ଦେଇଥିଲେ। କିନ୍ତୁ ଏହାପରେ ବିଡ଼ିଓଙ୍କ ମାଧ୍ୟମରେ ଆଉ କମ୍ପ୍ୟୁଟର କ୍ରୟ ନ କରି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସମଗ୍ର ଶିକ୍ଷା ସ୍କିମ୍‌ରେ ସାରା ଜିଲାର ସ୍ମାର୍ଟ ସ୍କୁଲଗୁଡିକୁ କମ୍ପ୍ୟୁଟର ଯୋଗାଇବା ପାଇଁ ମୋଟ ୪କୋଟି ଟଙ୍କା ବ୍ୟୟରେ ଏକକାଳୀନ ୧୦୦୦ ଡେସ୍କଟପ୍‌ କମ୍ପ୍ୟୁଟର ସହିତ ଆଣ୍ଟି ଭାଇରସ ସଫ୍ଟୱେର ଓ ୟୁପିଏସ୍‌ କ୍ରୟ କରିବାକୁ ଜିଲାପାଳ ନିଷ୍ପତ୍ତି ନେଇଥିଲେ। ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ କାର୍ଯ୍ୟାଳୟର ପ୍ରୋଗ୍ରାମରଙ୍କ ଦ୍ୱାରା ଚଳିତ ମାସ ୪ତାରିଖରେ ଏଥିପାଇଁ ଏକ ଜିଇଏମ୍‌ ବିଡ଼ିଂ (ଜିଇଏମ୍‌/୨୦୨୩/ବି/୩୦୮୨୯୮୫) ଆହ୍ବାନ କରାଯାଇଥିଲା। ବିଡ଼ିଂରେ ଥିବା ମାର୍ଗଦର୍ଶିକା ଆଧାରରେ ଯୋଗ୍ୟ ବିବେଚିତ ବିଡ଼ରମାନଙ୍କୁ ଆବେଦନ କରିବାର ଅନ୍ତିମ ଦିବସ ଫେବୃୟାରୀ ୧୪ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସେହି ଆହୂତ ବିଡିଂରେ ସମ୍ପ୍ରତି ପ୍ରଚଳିତ ସର୍ବାଧୁନିକ ଭର୍ସନର ଡେସ୍କଟପ୍‌ କମ୍ପ୍ୟୁଟର ବଦଳରେ ୪ରୁ ୫ ବର୍ଷ ପୁରୁଣା ଭର୍ସନର କମ୍ପ୍ୟୁଟର ସେଟ କିଣିବାକୁ ନିର୍ଦ୍ଦେଶ ହୋଇଥିଲା। ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀର ୟୁପିଏସ୍‌ ସହିତ ଆଣ୍ଟିଭାଇରସ ସଫ୍ଟୱେର କିଣିବା ପାଇଁ ସେହି ବିଡ଼ିଂରେ କାହିଁକି ଆଗ୍ରହ ପ୍ରକାଶ କରାଯାଇଛି ତାହା ଏବେ ସ୍ବାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାବାଦ୍‌ ଅତି ପୁରୁଣା ଭର୍ସନର ଅନାମଧ୍ୟେୟ ବ୍ରାଣ୍ଡର ୟୁପିଏସ୍‌ ଅଧିକ ଦିନ ବ୍ୟବହାର ଉପଯୋଗୀ ହୋଇପାରିବ ନାହିଁ ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ କମ୍ପ୍ୟୁଟର ଶିକ୍ଷା ଦେବାକୁ ଜିଲାର କୌଣସି ବି ସରକାରୀ ସ୍କୁଲରେ ଶିକ୍ଷକ ନାହାଁନ୍ତି। ତେଣୁ ଯେଉଁ ସ୍ମାର୍ଟ ସ୍କୁଲଗୁଡ଼ିକୁ ପୁରୁଣା ଭର୍ସନର କମ୍ପ୍ୟୁଟର ସେଟ୍‌ ଯୋଗାଇ ଦିଆଯିବ ତାହା କେବଳ ସେଠାରେ ପଡ଼ିରହି କିଛିଦିନ ଧରି ଶୋଭା ବର୍ଦ୍ଧନ କରିବା ପରେ ଅକାମୀ ହୋଇଯିବ ଏବଂ ସରକାରଙ୍କ କୌଣସି ଲକ୍ଷ୍ୟ ସାଧିତ କରି ପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହାକୁ ଅନୁଧ୍ୟାନ କଲେ ଉଦ୍ଦେଶ୍ୟମୂଳକ ଭାବେ ସରକାରଙ୍କ ବିପୁଳ ଅର୍ଥ ପାଣିରେ ପଡିବ ବୋଲି କୁହାଯାଉଛି। ପ୍ରାୟ ୨୮ହଜାର ଟଙ୍କାର କମ୍ପ୍ୟୁଟର ସେଟ୍‌କୁ ଅଯଥା ବୃଦ୍ଧି କରାଯାଇ ୩୯ହଜାର ଟଙ୍କା ମୂଲ୍ୟରେ କିଣିବା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲା ପରିଷଦ ଅଧ୍ୟକ୍ଷା, ଜିଲା ଶିକ୍ଷାଧିକାରୀ, ଜିଲା ସମଗ୍ର ଶିକ୍ଷାର ବରିଷ୍ଠ ବୈଷୟିକ କନସଲ୍ଟଟାଣ୍ଟ୍‌, ଏନଆଇସିର ଜିଲା ସୂଚନା ଅଧିକାରୀ, ଜିଲଶ ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଏବଂ ଜିଲା ପ୍ରକଳ୍ପ କାର୍ଯ୍ୟାଳୟର ଏମଆଇଏସ୍‌ ପ୍ରୋଗ୍ରାମର ପ୍ରମୁଖଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି କିଭଳି ଓ କାହିଁକି ମଞ୍ଜୁରୀ ପ୍ରଦାନ କରିଥାନ୍ତା ତାହା ବି ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଜିଇଏମ୍‌ ବିଡ଼ିଂରେ ସାଧାରଣ ନିୟମ ଅନୁଯାୟୀ ବିଡ଼ରମାନଙ୍କୁ ଯୋଗାଣ ସାମଗ୍ରୀର କୌଣସି ନମୁନା ମଗାଯାଇ ନାହିଁ କି ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀଠାରୁ ଆବଶ୍ୟକ ପରିମାଣର ସାମଗ୍ରୀ ଯୋଗାଣ ନେଇ ମଧ୍ୟ ସ୍ବୀକୃତି ପତ୍ର ଆହ୍ବାନ କରାଯାଇ ନାହିଁ। ଯାହା ଶୁଣିବାକୁ ମିଳୁଛି ଶାସକ ଦଳର ଛତ୍ରଛାୟା ତଳେ ରହିଥିବା ଜଣେ ବ୍ୟକ୍ତିଙ୍କ ସଂସ୍ଥାଠାରୁ ସାମଗ୍ରୀ କିଣିବା ପାଇଁ ମସୁଧା ଚାଲିଛି। ପ୍ରତି ସେଟ ଡେସ୍କଟପ୍‌ରେ ହାରାହାରି ୧୦ହଜାର ଟଙ୍କା ହିସାବରେ ପ୍ରାୟ କୋଟିଏ ଟଙ୍କାର ହେରାଫେରି ପାଇଁ ଏକ ଖସଡ଼ା ପ୍ରସ୍ତୁତ କରି ଏଭଳି ଏକ ସନ୍ଦେହପୂର୍ଣ୍ଣ ବିଡ଼ିଂ ଆହୁତ କରାଯାଇଛି ବୋଲି (ଡ଼ବ୍ଲୁପି(ସି)(ପିଆଇଏଲ୍‌) ନଂ. ୫୬୩୯/୨୦୨୩) ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏହି ମାମଲାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ସମେତ ଯାଜପୁର ଜିଲାପାଳ ଏବଂ ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ମତାମତ ନେବାକୁ ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମୋବାଇଲକୁ ବୁଧବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?