ଗ୍ରାମରେ ଚଢ଼ାଉ ବେଳେ ପୋଲିସ ହଟହଟା: ୨ ଅଫିସରଙ୍କ ସହ ୧୦ ପୋଲିସ ୫ଘଣ୍ଟା ଅଟକ

ଗୋପ,୭ା୮(ଡି.ଏନ୍‌.ଏ.)- ଗୋପ ଥାନା ପୋଲିସ ଗଁା ବିବାଦକୁ ନେଇ ବୀରତୁଙ୍ଗ ପଞ୍ଚାୟତ ଅଧୀନ ରେଢୁଆ ଗ୍ରାମକୁ ଚଢ଼ାଉ କରିବାକୁ ଯାଇ ହଟହଟା ହୋଇଛି। ବିନା ମାମଲାରେ ଚଢ଼ାଉ କରିଥିବା ଗ୍ରାମବାସୀ ଅଭିଯୋଗ କରି ୨ ଅଫିସରଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ୫ଘଣ୍ଟା ଧରି ଅଟକ ରଖିଥିବା ଜଣାପଡ଼ିଛି। ଖବରପାଇ ନିମାପଡ଼ା ଡିଏସ୍‌ପି ପି.କେ. ଦଳାଇ, କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ, ଗୋପ ଥାନାଧିକାରୀ ସୁଧୀର ସାହୁ, ରାମଚଣ୍ଡୀ ଥାନାଧିକାରୀଙ୍କ ସହ ଗୋଟିଏ ପୋଲିସ ଫୋର୍ସ ଶୁକ୍ରବାର ସକାଳ ୬ଟାରେ ପହଞ୍ଚିବାରେ ଗ୍ରାମର ମହିଳାମାନେ ପୋଲିସ ଗାଡ଼ି ଆଗରେ ବସିଯାଇଥିଲେ। ପରେ ଡିଏସପି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅଟକ ପୋଲିସ ଗାଁରୁ ମୁକୁଳି ଥିଲେ।
ରେଢୁଆ ଗ୍ରାମରେ କିଛି ବର୍ଷ ହେବ ହନୁମାନ ମନ୍ଦିର ଜାଗା ସହ ପ୍ରାୟ ସମୟ ଗଁା ବିବାଦ ଲାଗି ରହିଥିଲା। ଫଳରେ ୨ ପରିବାର ଅଲଗା ରହୁଥିବା ବେଳେ ୧୦୦ ରୁ ଊଦ୍ଧର୍‌ବ ପରିବାର ଗୋଟିଏ ପଟେ ରହୁଛନ୍ତି। ୩ଦିନ ତଳେ ଏକ ଷଣ୍ଢ ଅଲଗା ରହୁଥିବା ବ୍ୟକ୍ତିଙ୍କ କୁଣ୍ତା ଖାଇ ଯିବାରେ ସାମାନ୍ୟ ପାଟିତୁଣ୍ଡ ହେବାରୁ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ଗୁରୁବାର ଗାଁରେ ପହଞ୍ଚି ତଦନ୍ତ କରି ୨ ପକ୍ଷକୁ ଥାନାକୁ ଡାକିଥିଲୋ। ମାତ୍ର ଗୋଟିଏ ପକ୍ଷର ୫୦ରୁ ଊଦ୍ଧର୍‌ବ ବ୍ୟକ୍ତି ଥାନାକୁ ଆସିଥିବାବେଳେ ଅନ୍ୟ ପକ୍ଷ ଆସି ନ ଥିଲେ। ପରେ ବିଳମ୍ବିତ ରାତ୍ରରେ ଗ୍ରାମବାସୀ ଗାଁକୁ ଫେରିଥିଲେ। ଏ ସମ୍ପର୍କରେ କୌଣସି ସମାଧାନ ବା କାହାରି ନାମରେ ମାମଲା ନ କରି ହଠାତ୍‌ ରାତ୍ର ପ୍ରାୟ ୧ ଟାରେ ପୋଲିସ ଏକ ଟିମ୍‌ ସହ ସଦଳବଳେ ଗ୍ରାମରେ ଚଢ଼ାଉ କରିଥିଲେ। ଜଣଙ୍କ ଘରେ ପଶିବାରୁ ମହିଳାମାନେ ପାଟି କରିବାରୁ ଗ୍ରାମବାସୀ ଉଠି ପଡ଼ିଥିଲେ। ଏଭଳି ଅଚାନକ ଘରେ ପଶିବାକୁ ଗ୍ରାମବାସୀ ସହଜରେ ଗ୍ରହଣ ନ କରି ପୋଲିସ ସହ ଯୁକ୍ତିତର୍କ କରିଥିଲେ। ପୋଲିସ ୨ଜଣ ଯୁବକଙ୍କୁ ଧରି ଗାଡିରେ ବସାଇବା ବେଳେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପୋଲିସ ଓ ଗାଡ଼ିକୁ ଅଟକ ରଖିଥିଲେ। ରାତ୍ର ୧ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ପୋଲିସ ଅଟକ ଥିବା ଖବର ପାଇ ଅନ୍ୟ ପୋଲିସ ଅଧକାରୀ ପହଞ୍ଚତ୍ଥିଲେ। ପୋଲିସ କେତେକ ଲୋକଙ୍କ ଘରେ ପଶି ମାରପିଟ କରିବା, ଭଙ୍ଗାରୁଜା କରିବା ସହ ମହିଳାମାନଙ୍କୁ ଅସଦାଚରଣ କରିଥିବା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ପରେ ଲୋକଙ୍କୁ ବୁଝାଶୁଝା କରିବାରୁ ପୋଲିସଙ୍କୁ ଛାଡ଼ିଥିଲେ। ତେବେ ବିନା ମାମଲାରେ ପୋଲିସର ଏଭଳି ରାତିଅଧିଆ ଚଢ଼ାଉକୁ ନେଇ ନାନା ପ୍ରଶ୍ନ ସୃଷ୍ଟି କରୁଛି। ଏ ନେଇ ଗୋପ ଥାନାଧିକାରୀ ସାହୁଙ୍କ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri