ଗ୍ରାମରେ ଚଢ଼ାଉ ବେଳେ ପୋଲିସ ହଟହଟା: ୨ ଅଫିସରଙ୍କ ସହ ୧୦ ପୋଲିସ ୫ଘଣ୍ଟା ଅଟକ

ଗୋପ,୭ା୮(ଡି.ଏନ୍‌.ଏ.)- ଗୋପ ଥାନା ପୋଲିସ ଗଁା ବିବାଦକୁ ନେଇ ବୀରତୁଙ୍ଗ ପଞ୍ଚାୟତ ଅଧୀନ ରେଢୁଆ ଗ୍ରାମକୁ ଚଢ଼ାଉ କରିବାକୁ ଯାଇ ହଟହଟା ହୋଇଛି। ବିନା ମାମଲାରେ ଚଢ଼ାଉ କରିଥିବା ଗ୍ରାମବାସୀ ଅଭିଯୋଗ କରି ୨ ଅଫିସରଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ୫ଘଣ୍ଟା ଧରି ଅଟକ ରଖିଥିବା ଜଣାପଡ଼ିଛି। ଖବରପାଇ ନିମାପଡ଼ା ଡିଏସ୍‌ପି ପି.କେ. ଦଳାଇ, କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ, ଗୋପ ଥାନାଧିକାରୀ ସୁଧୀର ସାହୁ, ରାମଚଣ୍ଡୀ ଥାନାଧିକାରୀଙ୍କ ସହ ଗୋଟିଏ ପୋଲିସ ଫୋର୍ସ ଶୁକ୍ରବାର ସକାଳ ୬ଟାରେ ପହଞ୍ଚିବାରେ ଗ୍ରାମର ମହିଳାମାନେ ପୋଲିସ ଗାଡ଼ି ଆଗରେ ବସିଯାଇଥିଲେ। ପରେ ଡିଏସପି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅଟକ ପୋଲିସ ଗାଁରୁ ମୁକୁଳି ଥିଲେ।
ରେଢୁଆ ଗ୍ରାମରେ କିଛି ବର୍ଷ ହେବ ହନୁମାନ ମନ୍ଦିର ଜାଗା ସହ ପ୍ରାୟ ସମୟ ଗଁା ବିବାଦ ଲାଗି ରହିଥିଲା। ଫଳରେ ୨ ପରିବାର ଅଲଗା ରହୁଥିବା ବେଳେ ୧୦୦ ରୁ ଊଦ୍ଧର୍‌ବ ପରିବାର ଗୋଟିଏ ପଟେ ରହୁଛନ୍ତି। ୩ଦିନ ତଳେ ଏକ ଷଣ୍ଢ ଅଲଗା ରହୁଥିବା ବ୍ୟକ୍ତିଙ୍କ କୁଣ୍ତା ଖାଇ ଯିବାରେ ସାମାନ୍ୟ ପାଟିତୁଣ୍ଡ ହେବାରୁ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ଗୁରୁବାର ଗାଁରେ ପହଞ୍ଚି ତଦନ୍ତ କରି ୨ ପକ୍ଷକୁ ଥାନାକୁ ଡାକିଥିଲୋ। ମାତ୍ର ଗୋଟିଏ ପକ୍ଷର ୫୦ରୁ ଊଦ୍ଧର୍‌ବ ବ୍ୟକ୍ତି ଥାନାକୁ ଆସିଥିବାବେଳେ ଅନ୍ୟ ପକ୍ଷ ଆସି ନ ଥିଲେ। ପରେ ବିଳମ୍ବିତ ରାତ୍ରରେ ଗ୍ରାମବାସୀ ଗାଁକୁ ଫେରିଥିଲେ। ଏ ସମ୍ପର୍କରେ କୌଣସି ସମାଧାନ ବା କାହାରି ନାମରେ ମାମଲା ନ କରି ହଠାତ୍‌ ରାତ୍ର ପ୍ରାୟ ୧ ଟାରେ ପୋଲିସ ଏକ ଟିମ୍‌ ସହ ସଦଳବଳେ ଗ୍ରାମରେ ଚଢ଼ାଉ କରିଥିଲେ। ଜଣଙ୍କ ଘରେ ପଶିବାରୁ ମହିଳାମାନେ ପାଟି କରିବାରୁ ଗ୍ରାମବାସୀ ଉଠି ପଡ଼ିଥିଲେ। ଏଭଳି ଅଚାନକ ଘରେ ପଶିବାକୁ ଗ୍ରାମବାସୀ ସହଜରେ ଗ୍ରହଣ ନ କରି ପୋଲିସ ସହ ଯୁକ୍ତିତର୍କ କରିଥିଲେ। ପୋଲିସ ୨ଜଣ ଯୁବକଙ୍କୁ ଧରି ଗାଡିରେ ବସାଇବା ବେଳେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପୋଲିସ ଓ ଗାଡ଼ିକୁ ଅଟକ ରଖିଥିଲେ। ରାତ୍ର ୧ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ପୋଲିସ ଅଟକ ଥିବା ଖବର ପାଇ ଅନ୍ୟ ପୋଲିସ ଅଧକାରୀ ପହଞ୍ଚତ୍ଥିଲେ। ପୋଲିସ କେତେକ ଲୋକଙ୍କ ଘରେ ପଶି ମାରପିଟ କରିବା, ଭଙ୍ଗାରୁଜା କରିବା ସହ ମହିଳାମାନଙ୍କୁ ଅସଦାଚରଣ କରିଥିବା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ପରେ ଲୋକଙ୍କୁ ବୁଝାଶୁଝା କରିବାରୁ ପୋଲିସଙ୍କୁ ଛାଡ଼ିଥିଲେ। ତେବେ ବିନା ମାମଲାରେ ପୋଲିସର ଏଭଳି ରାତିଅଧିଆ ଚଢ଼ାଉକୁ ନେଇ ନାନା ପ୍ରଶ୍ନ ସୃଷ୍ଟି କରୁଛି। ଏ ନେଇ ଗୋପ ଥାନାଧିକାରୀ ସାହୁଙ୍କ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri