ବୟସ୍କ କଳାକାରଙ୍କ ପାଇଁ ଖୁସିଖବର

ମୁମ୍ବାଇ,୭।୮: ଦେଶରେ କରୋନା ଆତଙ୍କ ଜାରି ରହିଛି। କରୋନାକୁ ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି। ଅଗଷ୍ଟ ୧ରୁ ଦେଶରେ ଅନ୍‌ଲକ୍‌-୩ ଜାରି ରହିଥିବା ବେଳେ କେତେକ କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ ହେବା ପରେ ଏବେ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ଆରମ୍ଭ ହୋଇଛି। ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ଓ ସିରିୟଲ୍‌ର ଶୁଟିଂରେ ବୟସ୍କ କଳାକାର ଓ ଶିଶୁ କଳାକାରଙ୍କୁ ବାରଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ୬୫ରୁ ଉର୍ଦ୍ଧ୍ୱ ବୟସର ଅଭିନେତା, ଅଭିନେତ୍ରୀ ଓ କ୍ରିୟୁ ମେମ୍ବର ଫିଲ୍ମ ଓ ଟେଲିଭିଜନର ଶୁଟିଂରେ ସାମିଲ ହୋଇପାରିବେ। ଏହି ମାମଲାରେ ଶୁକ୍ରବାର ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ଯୋଗୁ ଦେଶରେ ମାର୍ଚ୍ଚ ଶେଷ ସପ୍ତାହରୁ ଲକ୍‌ଡାଉନ ଲାଗୁ ହୋଇଥିଲା। ତେବେ ଲକ୍‌ଡାଉନରେ ଲାଗୁହୋଇଥିବା କଟକଣା କୋହଳ ହେବା ପରେ ଏବେ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସର କଳାକାରଙ୍କୁ ଶୁଟିଂ କରିବାକୁ ଅନୁମତି ଦିଆଯାଇ ନ ଥିଲା। ମହାରାଷ୍ଟ୍ର ସରକାର ଏନେଇ ଏକ ଆଦେଶ ଜାରି କରିଥିଲେ। ଯାହାକୁ ବରିଷ୍ଠ କଳାକାରମାନେ ବିରୋଧ କରି ହାଇକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ଶୁକ୍ରବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କ ଏହି ଆଦେଶକୁ ଖାରଜ କରିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ରାଜଧାନୀ …

ନୂଆଦିଲ୍ଲୀ,୨୦।୬: ରାଜଧାନୀ ଦିଲ୍ଲୀରେ ରବିବାର ମଧ୍ୟାହ୍ନ ୧୨ଟା ୨ରେ ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୨.୧ ଥିଲା ବୋଲି ଜାତୀୟ ଭୂ ଗବେଷଣା...

ନିର୍ଭୟା ମାମଲା: ୧୭ ମାର୍ଚ୍ଚରେ ତିହାର ଜେଲ ପହଞ୍ଚିବେ ଜହ୍ଲାଦ ପବନ

ନୂଆଦିଲ୍ଲୀ,୧୬।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏଥିପାଇଁ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଘାଟିରେ ଖୋଲିଲା ସମସ୍ତ ସ୍କୁଲ

ଶ୍ରୀନଗର,୨୧।୧୧: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ୧୦୮ ଦିନ ପରେ ଏବେ ଘାଟିର ସମସ୍ତ ସ୍କୁଲ ଖୋଲି ଯାଇଥିବା ଖବର ମିଳିଛି। ଏବେ କିନ୍ତୁ ପିଲାମାନେ...

ଏକ ଚାପୁଡ଼ା ବଦଳାଇ ଦେଇଥିଲା ଏହି ଅଭିନେତ୍ରୀଙ୍କ ଜୀବନ: ମାଡ଼ ଖାଇ…

କୁହାଯାଏ ଯେ, ପ୍ରତ୍ୟେକ ଭଲ ସମୟ ପରେ ଏକ ଖରାପ ସମୟ ଆସିଥାଏ। ଅଭିନେତ୍ରୀ ଲଲିତା ପାୱାରଙ୍କ ସହ ସମାନ ଘଟଣା ଘଟିଥିଲା । ଏକ...

ହରିୟାଣାରେ ମୃଦୁ ଭୂକମ୍ପ

ସୋନିପତ,୨୦।୭: ହରିୟାଣାର ସୋନିପତରେ ଶନିବାର ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୪୫ରେ ଭୂକମ୍ପ ହୋଇଥିବା ବେଳେ ସେଠାକାର ଲୋକେ ଭୟଭୀତ ହୋଇ...

ଟିଭି ଶୋ’ରେ ପ୍ରଥମ ଥର ହେଲା ଏପରି ବିବାହ: ବିଶ୍ୱାସ କରିପାରୁ ନାହାନ୍ତି ଦର୍ଶକ…

ଭାରତୀୟ ସିରିଏଲ୍‌ଗୁଡିକ ବହୁତ ମଜାଳିଆ। ଏଥିରେ ଡ୍ରାମା ଭରି ରହିଥାଏ। ସିରିଏଲ୍‌ରେ କେତେବେଳେ କ’ଣ ଘଟିବ, ତାହା କେହି କଳ୍ପନା ମଧ୍ୟ କରି ନ ଥାନ୍ତି।...

ଏହି ଲୋକପ୍ରିୟ ଅଭିନେତାଙ୍କ ସମେତ ୨୩ ଗିରଫ

ବଲିଉଡ୍‌ ଫିଲ୍ମ ‘ଦିଲ୍‌ ପରଦେଶୀ ହୋ ଗୟା’ ଏବଂ ‘ଇସ୍କ ଭିସ୍କ’ରେ ଅଭିନୟ କରିଥିବା ଅଭିନେତା କପିଲ ଜାଭେରୀଙ୍କୁ ପୋଲିସ ଗିରଫ କରିଛି। ଗୋଆର ଭାଗେଟର...

ପୁଣି ବଢ଼ିଲା କରୋନା ସଂକ୍ରମଣ: ଆଜି ରାଜ୍ୟରେ ୩୨୭ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

Advertisement
Archives

Model This Week