ମନ୍ଦିରମାଳିନୀ ଜିଲା ସୁବର୍ଣ୍ଣପୁର ପର୍ଯ୍ୟଟନ ବିକାଶରେ ଶୂନ

ସୋନପୁର,୨୧ା୩(ମୃତ୍ୟୁଞ୍ଜୟ ଶତପଥୀ)ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସୁବର୍ଣ୍ଣପୁର ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି। ଜିଲାରେ ୧୦୮ଟି ମନ୍ଦିର ସହ ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ସୁବର୍ଣ୍ଣପୁର ସହରରେ ରହିଛନ୍ତି ଅଷ୍ଟଚଣ୍ଡୀ, ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁ। ପର୍ଯ୍ୟଟନ ମାନଚିତ୍ରରେ ଜିଲା ସ୍ବତନ୍ତ୍ର ପରିଚୟ ରଖିଥିଲେ ହେଁ ପ୍ରାୟ ୫ ବର୍ଷ ହେଲା ଜିଲା ପର୍ଯ୍ୟଟନ ଅଧିକାରୀ ପଦ ଖାଲି ପଡିଛି। ବଲାଙ୍ଗୀର ଜିଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର ଦଳାଇ ସୁବର୍ଣ୍ଣପୁର ଜିଲାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ସ୍ଥାୟୀ ଜିଲା ପର୍ଯ୍ୟଟନ ଅଧିକାରୀ ନ ଥିବାରୁ ଜିଲାର ପର୍ଯ୍ୟଟନ କ୍ଷେତ୍ରଗୁଡିକ ଅବହେଳିତ ଅବସ୍ଥାରେ ପଡିରହିଛି। ଓଡିଶାର ମଧ୍ୟଯୁଗୀୟ ସ୍ଥାପତ୍ୟ କଳା ମଣ୍ଡିତ ମନ୍ଦିରମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲାର ବୈଦ୍ୟନାଥସ୍ଥିତ କୋଶଳେଶ୍ୱର ଶୈବ ମନ୍ଦିର ପ୍ରାଚୀନତମ। ଏହି ମନ୍ଦିରର ସୁରକ୍ଷା ପାଇଁ ଯେତିକି ଉଦ୍ୟମ ହେବା କଥା ତାହା ହୋଇ ପାରୁନାହିଁ। ସେହିପରି କୋଟସମଲେଇସ୍ଥିତ ପାତାଳି କ୍ଷେତ୍ରର ମଧ୍ୟ ଯେପରି ବିକାଶ ହେବା କଥା ହୋଇନାହିଁ। ଶ୍ରୀମନ୍ଦିର ଉପରେ ବାହ୍ୟ ଶତ୍ରୁମାନଙ୍କ ଆକ୍ରମଣ ବେଳେ ଏଠାକାର ଏକ ଗୁମ୍ଫାରେ ଶ୍ରୀ ଜଗନ୍ନାଥ ୧୪୪ ବର୍ଷ ଧରି ପାତାଳି ହୋଇଥିଲେ। ପାତାଳି କ୍ଷେତ୍ରରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଦୀର୍ଘ ବର୍ଷ ପୂର୍ବରୁ ଅନୁମୋଦନ କରିଛି। ତେବେ ସରକାର ଅନୁଦାନ ନ ଦେବାରୁ ମନ୍ଦିର ନିର୍ମାଣ ହୋଇପାରିନି। ସେହିପରି ପାତାଳି କ୍ଷେତ୍ରରେ ପ୍ରସ୍ତାବିତ ରୋପଓ୍ବେ ନିର୍ମାଣ ମଧ୍ୟ ହୋଇପାରିନାହିଁ। ଏହି ରୋପଓ୍ବେ ନିର୍ମାଣ ଦାୟିତ୍ୱ ପଶ୍ଚିମ ଓଡିଶା ବିକାଶ ପରିଷଦ ହାତକୁ ନେଇଥିଲା। ତା୩୧ା୧୦ା୨୦୧୮ରିଖରେ ଏହା ପ୍ରଶାସନିକ ଅନୁମୋଦନ ବି ଲାଭ କରିଥିଲା। ଏଥିପାଇଁ ୧୦ କୋଟି ୭୫ଲକ୍ଷ ୪୩ ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଥିଲା। ତା୧୧ା୨ା୨୦୧୯ରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହେଲାନି। ଅନ୍ୟପକ୍ଷେ କାମ ବିଳମ୍ବ ହେବାରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଠିକାସଂସ୍ଥା ସହିତ କରିଥିବା ଚୁକ୍ତିନାମାକୁ ବାତିଲ କରିଛି। ଯଦ୍ୱାରା ରୋପଓ୍ବେ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ସେହିପରି ସୁବର୍ଣ୍ଣପୁର ସହରରେ ଥିବା ପ୍ରାଚୀନ କୀର୍ତ୍ତିରାଜି ରାମେଶ୍ୱର ଶୈବ ପୀଠ, ସୁବର୍ଣ୍ଣମେରୁ ଶୈବ ପୀଠ, ପଶ୍ଚିମ ସୋମନାଥ ମନ୍ଦିର ଓ ମା’ ସୁରେଶ୍ୱରୀଙ୍କ ପୀଠ ଅସୁରକ୍ଷିତ ଅବସ୍ଥାରେ ରହିଛି। ତ୍ରିବେଣୀ ସଙ୍ଗମ ସ୍ଥଳରେ ରହିଥିବା ରାମେଶ୍ୱର ମନ୍ଦିରର ଚନ୍ଦନ ମଣ୍ଡପରେ ଫାଟ ସୃଷ୍ଟି ହେବା ସହ ବୃଷଭ ମଣ୍ଡପରୁ ବର୍ଷା ଦିନେ ପାଣି ଗଳୁଛି। ସୋନପୁର ବ୍ଲକ ଖଲିଆପାଲି ଭୀମଭୋଇଙ୍କ ସିଦ୍ଧି ଓ ସମାଧି ପୀଠରେ ମଧ୍ୟ ଆଶାନୁରୂପ ବିକାଶ ହୋଇପାରିନାହିଁ। ତରଭା ବ୍ଲକର ମେଣ୍ଡା ନିକଟରେ ଥିବା ବାରପାହାଡକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପାଇଁ ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ମାନ୍ୟତା ନ ମିଳିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ସେହିଭଳି ବିନିକା ପାପକ୍ଷୟ ଘାଟର ଯେଭଳି ବିକାଶ ହେବା କଥା ହୋଇପାରିନି। ଓଡିଶାର ଦ୍ୱିତୀୟ ମନ୍ଦିରମାଳିନୀ ଜିଲା କୁହା ଯାଉଥିବା ସୁବର୍ଣ୍ଣପୁରର ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିର ସୁରକ୍ଷା ଏବଂ ବିକାଶ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉ ନ ଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଏହି ସ୍ଥାନଗୁଡିକର ବିକାଶ ହେଲେ ନିଶ୍ଚୟ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ଏହାଦ୍ୱାରା ରାଜ୍ୟ ତଥା ଜିଲାକୁ ଭଲ ରାଜସ୍ବ ମିଳିପାରନ୍ତା। ତେବେ ପର୍ଯ୍ୟଟନ କ୍ଷେତ୍ରରେ ଭରପୁର ଏହି ଜିଲାରେ କେଉଁ ଉଦ୍ଦେଶ୍ୟରେ ସରକାର ୫ ବର୍ଷ ହେଲା ପର୍ଯ୍ୟଟନ ଅଧିକାରୀ ନିଯୁକ୍ତି ଦେଉନାହାନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ରାଜ୍ୟ ସରକାର ନିର୍ବାଚନ ପରେ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri