୨୦୩୦ ସୁଦ୍ଧା ୧୦ଲକ୍ଷ ଇଭି ବିକ୍ରି ଲକ୍ଷ୍ୟ

ନୂଆଦିଲ୍ଲୀ,୨୧।୩ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌’ ଏବଂ ଅନ୍ତଃ ରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ‘ଏମ୍‌ଜି ମୋଟର୍ସ ଇଣ୍ଡିଆ’ର ମିଳିତ ସହଯୋଗ (ଜଏଣ୍ଟ ଭେଞ୍ଚର ବା ଜେଭି)ରେ ଏକ ସର୍ବବୃହତ୍‌ ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ ବା ଇଭି) ନିର୍ମାତା ବା ଅଟୋମୋବାଇଲ କମ୍ପାନୀ ‘ଜେଏସଡବ୍ଲ୍ୟୁ ଏମ୍‌ଜି ମୋଟର୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ କମ୍ପାନୀର ଜେଭି ବ୍ରାଣ୍ଡ୍‌ ‘ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଇଭି ସ୍ପୋର୍ଟସ କାର୍‌ ଏମ୍‌ଜି ‘ସାଇବରଷ୍ଟର’ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ, ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟର ଏମ୍‌ଡି ପାର୍ଥ ଜିନ୍ଦଲ ଏବଂ ଏମ୍‌ଜି ମୋଟର୍ସ ଇଣ୍ଡିଆର ପ୍ରେସିଡେଣ୍ଟ ତଥା ଏମ୍‌ଡି ରାଜୀବ ଛାବା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୩୦ ସୁଦ୍ଧା ପ୍ରାୟ ୧୦ ଲକ୍ଷ ( ୧ ମିଲିୟନ) ଇଭି କାର୍‌ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ପ୍ରାଥମିକ ପର୍ଯ୍ୟାୟରେ ଉଭୟ କମ୍ପାନୀ ଜେଭିରେ ୫୦୦୦ କୋଟି ନିବେଶ ସହ ବାର୍ଷିକ ୧ରୁ ୩ ଲକ୍ଷ ପର୍ଯ୍ୟନ୍ତ ଗାଡ଼ି ଉତ୍ପାଦନ କରିବା ସହ ବଜାର ପ୍ରବେଶ ମଧ୍ୟ କରାଇବ। ସେହିପରି ପ୍ରତି ୩ରୁ ୬ ମାସ ଅବଧି ମଧ୍ୟରେ ଏକ ନୂଆ ମଡେଲ ଉନ୍ମୋଚନ ସହ ବଜାର ପ୍ରବେଶ କରାଇବାକୁ ଜେଭି ଲକ୍ଷ୍ୟ ରଖିଛି। ଅପରପକ୍ଷରେ କମ୍ପାନୀ (ଜେଭି)ରେ ୪୯% ଅଂଶଧନ ଏମ୍‌ଜି ମୋଟର୍ସ ପାଖରେ ରହିଥିଲାବେଳେ ୩୫% ଅଂଶଧନ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ନିକଟରେ ରହିଛି। ଅବଶିଷ୍ଟ ୧୬% ବିଭିନ୍ନ ବର୍ଗଙ୍କ ନିକଟରେ ରହିବ ବୋଲି ଜେଭି ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ କହିଛନ୍ତି, ମୋ ଜୀବନ ଲକ୍ଷ୍ୟକୁ ମୁଁ ଏମ୍‌ଜି ମୋଟର୍ସ ସହଭାଗିତାରେ ପୂରଣ କରିବାକୁ ଯାଉଛି। ଏହି ନୂଆ ଅଟୋ ୟୁନିଟ୍‌ ଭାରତୀୟ ଇଭି ଶିଳ୍ପରେ ମାରୁତି ମୁଭମେଣ୍ଟ ଭଳି ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଜିନ୍ଦଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?