ମନ୍ଦିରମାଳିନୀ ଜିଲା ସୁବର୍ଣ୍ଣପୁର ପର୍ଯ୍ୟଟନ ବିକାଶରେ ଶୂନ

ସୋନପୁର,୨୧ା୩(ମୃତ୍ୟୁଞ୍ଜୟ ଶତପଥୀ)ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସୁବର୍ଣ୍ଣପୁର ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି। ଜିଲାରେ ୧୦୮ଟି ମନ୍ଦିର ସହ ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ସୁବର୍ଣ୍ଣପୁର ସହରରେ ରହିଛନ୍ତି ଅଷ୍ଟଚଣ୍ଡୀ, ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁ। ପର୍ଯ୍ୟଟନ ମାନଚିତ୍ରରେ ଜିଲା ସ୍ବତନ୍ତ୍ର ପରିଚୟ ରଖିଥିଲେ ହେଁ ପ୍ରାୟ ୫ ବର୍ଷ ହେଲା ଜିଲା ପର୍ଯ୍ୟଟନ ଅଧିକାରୀ ପଦ ଖାଲି ପଡିଛି। ବଲାଙ୍ଗୀର ଜିଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର ଦଳାଇ ସୁବର୍ଣ୍ଣପୁର ଜିଲାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ସ୍ଥାୟୀ ଜିଲା ପର୍ଯ୍ୟଟନ ଅଧିକାରୀ ନ ଥିବାରୁ ଜିଲାର ପର୍ଯ୍ୟଟନ କ୍ଷେତ୍ରଗୁଡିକ ଅବହେଳିତ ଅବସ୍ଥାରେ ପଡିରହିଛି। ଓଡିଶାର ମଧ୍ୟଯୁଗୀୟ ସ୍ଥାପତ୍ୟ କଳା ମଣ୍ଡିତ ମନ୍ଦିରମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲାର ବୈଦ୍ୟନାଥସ୍ଥିତ କୋଶଳେଶ୍ୱର ଶୈବ ମନ୍ଦିର ପ୍ରାଚୀନତମ। ଏହି ମନ୍ଦିରର ସୁରକ୍ଷା ପାଇଁ ଯେତିକି ଉଦ୍ୟମ ହେବା କଥା ତାହା ହୋଇ ପାରୁନାହିଁ। ସେହିପରି କୋଟସମଲେଇସ୍ଥିତ ପାତାଳି କ୍ଷେତ୍ରର ମଧ୍ୟ ଯେପରି ବିକାଶ ହେବା କଥା ହୋଇନାହିଁ। ଶ୍ରୀମନ୍ଦିର ଉପରେ ବାହ୍ୟ ଶତ୍ରୁମାନଙ୍କ ଆକ୍ରମଣ ବେଳେ ଏଠାକାର ଏକ ଗୁମ୍ଫାରେ ଶ୍ରୀ ଜଗନ୍ନାଥ ୧୪୪ ବର୍ଷ ଧରି ପାତାଳି ହୋଇଥିଲେ। ପାତାଳି କ୍ଷେତ୍ରରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଦୀର୍ଘ ବର୍ଷ ପୂର୍ବରୁ ଅନୁମୋଦନ କରିଛି। ତେବେ ସରକାର ଅନୁଦାନ ନ ଦେବାରୁ ମନ୍ଦିର ନିର୍ମାଣ ହୋଇପାରିନି। ସେହିପରି ପାତାଳି କ୍ଷେତ୍ରରେ ପ୍ରସ୍ତାବିତ ରୋପଓ୍ବେ ନିର୍ମାଣ ମଧ୍ୟ ହୋଇପାରିନାହିଁ। ଏହି ରୋପଓ୍ବେ ନିର୍ମାଣ ଦାୟିତ୍ୱ ପଶ୍ଚିମ ଓଡିଶା ବିକାଶ ପରିଷଦ ହାତକୁ ନେଇଥିଲା। ତା୩୧ା୧୦ା୨୦୧୮ରିଖରେ ଏହା ପ୍ରଶାସନିକ ଅନୁମୋଦନ ବି ଲାଭ କରିଥିଲା। ଏଥିପାଇଁ ୧୦ କୋଟି ୭୫ଲକ୍ଷ ୪୩ ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଥିଲା। ତା୧୧ା୨ା୨୦୧୯ରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହେଲାନି। ଅନ୍ୟପକ୍ଷେ କାମ ବିଳମ୍ବ ହେବାରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଠିକାସଂସ୍ଥା ସହିତ କରିଥିବା ଚୁକ୍ତିନାମାକୁ ବାତିଲ କରିଛି। ଯଦ୍ୱାରା ରୋପଓ୍ବେ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ସେହିପରି ସୁବର୍ଣ୍ଣପୁର ସହରରେ ଥିବା ପ୍ରାଚୀନ କୀର୍ତ୍ତିରାଜି ରାମେଶ୍ୱର ଶୈବ ପୀଠ, ସୁବର୍ଣ୍ଣମେରୁ ଶୈବ ପୀଠ, ପଶ୍ଚିମ ସୋମନାଥ ମନ୍ଦିର ଓ ମା’ ସୁରେଶ୍ୱରୀଙ୍କ ପୀଠ ଅସୁରକ୍ଷିତ ଅବସ୍ଥାରେ ରହିଛି। ତ୍ରିବେଣୀ ସଙ୍ଗମ ସ୍ଥଳରେ ରହିଥିବା ରାମେଶ୍ୱର ମନ୍ଦିରର ଚନ୍ଦନ ମଣ୍ଡପରେ ଫାଟ ସୃଷ୍ଟି ହେବା ସହ ବୃଷଭ ମଣ୍ଡପରୁ ବର୍ଷା ଦିନେ ପାଣି ଗଳୁଛି। ସୋନପୁର ବ୍ଲକ ଖଲିଆପାଲି ଭୀମଭୋଇଙ୍କ ସିଦ୍ଧି ଓ ସମାଧି ପୀଠରେ ମଧ୍ୟ ଆଶାନୁରୂପ ବିକାଶ ହୋଇପାରିନାହିଁ। ତରଭା ବ୍ଲକର ମେଣ୍ଡା ନିକଟରେ ଥିବା ବାରପାହାଡକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପାଇଁ ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ମାନ୍ୟତା ନ ମିଳିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ସେହିଭଳି ବିନିକା ପାପକ୍ଷୟ ଘାଟର ଯେଭଳି ବିକାଶ ହେବା କଥା ହୋଇପାରିନି। ଓଡିଶାର ଦ୍ୱିତୀୟ ମନ୍ଦିରମାଳିନୀ ଜିଲା କୁହା ଯାଉଥିବା ସୁବର୍ଣ୍ଣପୁରର ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିର ସୁରକ୍ଷା ଏବଂ ବିକାଶ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉ ନ ଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଏହି ସ୍ଥାନଗୁଡିକର ବିକାଶ ହେଲେ ନିଶ୍ଚୟ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ଏହାଦ୍ୱାରା ରାଜ୍ୟ ତଥା ଜିଲାକୁ ଭଲ ରାଜସ୍ବ ମିଳିପାରନ୍ତା। ତେବେ ପର୍ଯ୍ୟଟନ କ୍ଷେତ୍ରରେ ଭରପୁର ଏହି ଜିଲାରେ କେଉଁ ଉଦ୍ଦେଶ୍ୟରେ ସରକାର ୫ ବର୍ଷ ହେଲା ପର୍ଯ୍ୟଟନ ଅଧିକାରୀ ନିଯୁକ୍ତି ଦେଉନାହାନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ରାଜ୍ୟ ସରକାର ନିର୍ବାଚନ ପରେ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ୍‌ ଲାଇନ୍‌ ପୋତାରୁ ରାସ୍ତା ଶୋଚନୀୟ

କୋକସରା,୨୭ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ ପଞ୍ଚାୟତକୁ ମେଗା ପାନୀୟ ଜଳ ପ୍ରକଳ୍ପରୁ ଜଳ ଯୋଗାଣ ପାଇଁ ଠିକାସଂସ୍ଥା ପକ୍ଷରୁ କାର୍ଯ୍ୟ...

ଅଚାନକ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ପହଞ୍ଚିଲେ ମନ୍ତ୍ରୀ, ଆସିଥିଲା ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୨୭।୭: ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ନିମାପଡା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଗୋପସ୍ଥିତ ‘ମିଲ୍‌କି...

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୧୨୫ ଘର

କୋରାପୁଟ,୨୭/୭(ଅମିତାଭ ବେହେରା ):   କୋରାପୁଟ ଜିଲାରେ ଶନିବାର ୯୪୯.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲାର ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୬୩ ମିମି ବର୍ଷା ହୋଇଥିବା...

ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆକ୍ରାନ୍ତ

ରାୟଗଡ଼ା,୨୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକକୁ ବିଭିନ୍ନ ରୋଗ ପିଛା ଛାଡୁନି। ତେବେ ଖଣି କ୍ଷେତ୍ରରେ ବିଶ୍ୱରେ ପରିଚୟ ସୃଷ୍ଟି କରିଥିବା ଏହି...

ପୋଲାଭରମ ପାଇଁ ସରକାର କ’ଣ କରୁଛି: ତାରା ବାହିନୀପତି

ଭୁବନେଶ୍ୱର,୨୭।୭: ନୀତି ଆୟୋଗ ବୈଠକକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡିଶାରୁ ୨୦ ଏମ୍‌ପି ଯାଇଛନ୍ତି।...

ରାଜ୍ୟ ସରକାରଙ୍କ ଉପରେ ରାଗିଗଲେ ପ୍ରମିଳା: କହିଲେ କିଛି ଜାଣି ନାହାନ୍ତି…

ଭୁବନେଶ୍ୱର,୨୭।୭: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ରାଜ୍ୟ ସରକାର କୌଣସି ବିଷୟ ଜାଣି ନାହାନ୍ତି...

ଟେନ୍‌ସନ୍‌ ବଢ଼ାଉଛି ଆଳୁ, ଗ୍ରାହକ ହଟହଟା

ଝରିଗାଁ,୨୭ା୭(କିଶୋର ଚନ୍ଦ୍ର ମଣ୍ଡଳ): ଧନୀ ହେଉକି ଗରିବ। ଘରର ନିତ୍ୟ ବ୍ୟବହାର୍ଯ୍ୟ ଆଳୁର ଦର ବୃଦ୍ଧି ଗ୍ରାହକଙ୍କୁ ଟେନ୍‌ସନ୍‌ ଦେଉଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ...

ଠିକାଦାର ଓ ଯନ୍ତ୍ରୀ ମଧୁଚଦ୍ରିକା: ବେଲଘର ଠାରେ ପୂର୍ତ୍ତ ବିଭାଗର ନିମ୍ନ ମାନର ଗାର୍ଡୱାଲ ନିର୍ମାଣ

ବାଲିଗୁଡ଼ା,୨୭ା୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ମାତୃଗାଁ ଠାରୁ ବେଲଘର ୨୭ କିଲୋମିଟର ଓ ବେଲଘର ଠାରୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri