ଯୁଦ୍ଧ ପ୍ରଚ୍ଛଦରେ ମନ୍ଦିର

କାମ୍ବୋଡ଼ିଆ ଓ ଥାଇଲାଣ୍ଡ ଦୁଇଟି ବୌଦ୍ଧ ଧର୍ମାବଲମ୍ବୀ ଦେଶ। ନିକଟରେ ଏହି ଦୁଇ ଦେଶର ସୀମା ପାଖରେ ଥିବା ଏକ ହିନ୍ଦୁ ମନ୍ଦିରକୁ କେନ୍ଦ୍ର କରି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ମନ୍ଦିର ପ୍ରିହ ବିହିୟର ଭାବେ ଜଣାଶୁଣା। ଏଠାରେ ନବମ ଏବଂ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଦାନଗ୍ରେକ୍‌ ପର୍ବତର ଶିଖରରେ ଏକ ବିଶାଳ ଶିବ ମନ୍ଦିର ନିର୍ମାଣ କରାଯାଇଥିଲ। ୧୯୬୨ରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌୍‌ ଜଷ୍ଟିସ୍‌ ବା ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ରାୟ ଦେଇଥିଲେ ଯେ, ସୀମା ପାଖରେ ଥିବା ହିନ୍ଦୁ ମନ୍ଦିର କାମ୍ବୋଡ଼ିଆର। କିନ୍ତୁ ଏହି ମନ୍ଦିର ଚାରିପାଖରେ ଥିବା ଅଞ୍ଚଳକୁ ନେଇ ଥାଇଲାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ବାରମ୍ବାର ସଂଘର୍ଷ ଘଟିଛି। ତେବେ ପୁରୁଣା ରୀତିନୀତି ବା କର୍ମକାଣ୍ଡ କୈନ୍ଦ୍ରିକ କେନ୍ଦ୍ରଗୁଡ଼ିକ କିଭଳି ଆଧୁନିକ ରାଜନୀତି ଓ ଜାତୀୟ ଗର୍ବର ଅଂଶ ପାଲଟିଛି, ତାହା ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ଦର୍ଶାଉଛି। କିନ୍ତୁ କାହିଁକି ଏଠାରେ ଏକ ହିନ୍ଦୁ ମନ୍ଦିର ରହିଛି, ଏହାର ଉତ୍ତର ପାଇବାକୁ ହେଲେ ଆମକୁ ଭାରତ ମହାସାଗରରେ ମୌସୁମୀବାହିତ ଜାହାଜଗୁଡ଼ିକର ପଥକୁ ଅନୁସରଣ କରିବାକୁ ପଡ଼ିବ।
ଦୁଇ ହଜାରରୁ ଊର୍ଦ୍ଧ୍ୱ ବର୍ଷ ଧରି ମୌସୁମୀ ପବନ ବାଣିଜ୍ୟ ଧାରା ବା ଚକ୍ରକୁ ନୂଆ ରୂପ ଦେଇଆସିଛି। ବର୍ଷାଦିନ ପୂର୍ବରୁ ଆରବ ଓ ଆଫ୍ରିକାରୁ ଜାହାଜଗୁଡ଼ିକ ଭାରତର ପଶ୍ଚିମ ଉପକୂଳକୁ ଆସୁଥିଲା ଏବଂ ମୌସୁମୀ ଚାଲିଗଲା ପରେ ଫେରୁଥିଲା। ମୌସୁମୀ ପୂର୍ବରୁ ପୂର୍ବ ଉପକୂଳରୁ ଜାହାଜଗୁଡ଼ିକ ସମୁଦ୍ର ପଥରେ ଏବେ କୁହାଯାଉଥିବା ମ୍ୟାନ୍‌ମାର, ଥାଇଲାଣ୍ଡ, କାମ୍ବୋଡ଼ିଆ, ଭିଏତ୍‌ନାମ ଏବଂ ଇଣ୍ଡୋନେସିଆ ଭଳି ଦେଶଗୁଡ଼ିକ ଅଭିମୁଖେ ଯାତ୍ରା କରୁଥିଲା ଏବଂ ପବନର ଗତିପଥ ବିପରୀତ ହେବା ପରେ ଫେରିଆସୁଥିଲା। ଉଲ୍ଲେଖନୀୟ, ଭାରତର ସୂତା ପୋଷାକ ନେଇ ଜାହାଜସବୁ ପୂର୍ବ ଆଡ଼କୁ ଯାତ୍ରା କରୁଥିଲା ଏବଂ ସେଠାରୁ ଫେରିବାବେଳେ ସୁନା, ସୁଗନ୍ଧିତ କାଠ, ମସଲା, ନୀଳା, ମାଣିକ ଆାଦି ସାଙ୍ଗରେ ନେଇ ଆସୁଥିଲା। ତୃତୀୟ ଶତାବ୍ଦୀ ପ୍ରାରମ୍ଭରେ ଚାଇନାର ରେକର୍ଡଗୁଡ଼ିକରେ ମେକଙ୍ଗ ନଦୀ ଅବବାହିକାରେ ଭାରତୀୟ ବଣିକ, ନୃତ୍ୟଶିଳ୍ପୀ ଏବଂ ଲେଖକଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ପରବର୍ତ୍ତୀ ସମୟରେ ମେକଙ୍ଗ ଅବବାହିକା ଫୁନାନ ଭାବେ ପରିଚିତ। ଅନେକ କାହାଣୀର ବର୍ଣ୍ଣନା ଅନୁଯାୟୀ, କୌନ୍ୟା ନାମ୍ନୀ ଜଣେ କନ୍ୟା ଜଣେ ନାଗା ରାଜକୁମାରଙ୍କୁ ବିବାହ କରିଥିଲେ ଏବଂ ପରେ ସେ ଭାରତୀୟ ଜୀବନଶୈଳୀକୁ ଆପଣାଇଥିଲେ। କେବଳ ଏତିକି ନୁହେଁ, ସେ ମଧ୍ୟ ଭାରତୀୟ ପରମ୍ପରା, ଲେଖା ଏବଂ ବ୍ରହ୍ମାଣ୍ଡ (ମହାକାଶ) ବିଜ୍ଞାନର ସିଦ୍ଧାନ୍ତକୁ ଗ୍ରହଣ କରିଥିଲେ। ତେବେ ମେକଙ୍ଗ ଅବବାହିକାର ସ୍ଥଳପଥ ବାଣିଜ୍ୟ ସମୟକ୍ରମେ ସମୁଦ୍ରପଥରେ ଚାଲିଥିଲା ଏବଂ ଏହା ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ହୋଇଯାଇଥିଲା। ସମୁଦ୍ର ସହ ଯେଉଁଠି ନଦୀଗୁଡ଼ିକ ମିଳିତ ହୋଇଥିଲେ, ବିଶେଷକରି କଳିଙ୍ଗର ମହାନଦୀ ତ୍ରିକୋଣଭୂମି ଅଞ୍ଚଳ, ଆନ୍ଧ୍ରପ୍ରଦେଶର ଗୋଦାବରୀ ଓ କୃଷ୍ଣାନଦୀ ଧୋୟାଞ୍ଚଳ, ତାମିଲନାଡ଼ୁର କାବେରୀ ଓ ବୈଗାୟି ଏବଂ ଶ୍ରୀଲଙ୍କା, ବର୍ମା, ଥାଇଲାଣ୍ଡ ଓ ଜାଭାର ନଦୀମୁହାଣ ନିକଟରେ ବାଣିଜ୍ୟ କେନ୍ଦ୍ର ଗଢ଼ି ଉଠିଥିଲା। ସମୟକ୍ରମେ ନଦୀମୁହାଣଗୁଡ଼ିକ ସାମଗ୍ରୀ, ବିଭିନ୍ନ କାହାଣୀ ଓ ଦେବତାଙ୍କ ଭାବନାର ବିନିମୟ ଘଟିଲା ଏବଂ ସାଂସ୍କୃତିକ ଆଦାନପ୍ରଦାନର ସ୍ଥଳୀ ପାଲଟିଗଲା।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ସପ୍ତମ ଶତାବ୍ଦୀ ପରେ ଶୈବସଂସ୍କୃତିର ସିଦ୍ଧାନ୍ତ ପୂର୍ବଦିଗକୁ ବ୍ୟାପିଥିଲା। ସପ୍ତମ ଓ ଦ୍ୱାଦଶ ଶତାବ୍ଦୀ ମଧ୍ୟର ସମୟ ଥିଲା ଏକ ମହାନ୍‌ ଶୈବଯୁଗ। ସେହି ସମୟରେ ଶିବଗୁରୁମାନେ ରାଜାମାନଙ୍କୁ ଶିକ୍ଷା ଦେଇଥିଲେ ଯେ, ଶିବଙ୍କ ଶକ୍ତି ସେମାନଙ୍କ ଶରୀରରେ ସଂଚାର କରାଯାଇପାରିବ। ଶିବତତ୍ତ୍ୱରେ ସଞ୍ଚରିତ ଜଣେ ରାଜା ବର୍ଷାକୁ ନିର୍ଦ୍ଦେଶ ଦେବା, ଲୋକଙ୍କୁ ମୋହିତ କରିବା, ରାଜ ଦରବାରକୁ ଜ୍ଞାନୀଙ୍କୁ ଆକର୍ଷିତ କରିବା ସହ ଶତ୍ରୁମାନଙ୍କ ମନରେ ଭୟ ସୃଷ୍ଟି କରିପାରୁଥିବା କୁହାଯାଉଥିଲା। ସେମାନଙ୍କୁ ନେଇ ମଣ୍ଡଳ ସାମ୍ରାଜ୍ୟ ଗଢ଼ିଉଠୁଥିଲା; ଯାହା ଥିଲା ସମୃଦ୍ଧି, ସଙ୍ଗୀତ, ନୃତ୍ୟ ଏବଂ ପ୍ରାଚୁର୍ଯ୍ୟର କେନ୍ଦ୍ର। ତେବେ ଶିବ ଉପାସକ ବା ମତାବଲମ୍ବୀଙ୍କ ଦ୍ୱାରା ରଚିତ ଗ୍ରନ୍ଥଗୁଡ଼ିକରେ ବର୍ଣ୍ଣନା ରହିଛି ଯେ, ଏସବୁ ଘଟିବା ପାଇଁ ବ୍ୟାପକ ରୀତିନୀତି ଆପଣାଇବାକୁ ପଡ଼ୁଥିଲା। ଏପରିକି ସେହି ସମୟରେ ବୈଦିକ ବ୍ରାହ୍ମଣମାନେ ଅଲୋଡ଼ା ହୋଇଯାଇଥିଲେ ବୋଲି ଏଥିରେ ଉଲ୍ଲେଖ ରହିଛି। ଏହିସବୁ କର୍ମକାଣ୍ଡ ପାଇଁ ପବିତ୍ର ସ୍ଥାନର ଆବଶ୍ୟକତା ପଡ଼ିଲା ଏବଂ ଭାରତ ଓ ଦକ୍ଷିଣ ଏସିଆରେ ବିରାଟକାୟ ଶିବ ମନ୍ଦିରସବୁ ଗଢ଼ିଉଠିଲା। ଆମେ ଜାଭାରେ ପ୍ରମ୍ବନନ୍‌, ଭିଏତ୍‌ନାମରେ ମାଇଁ ସନ୍‌ ଏବଂ କାମ୍ବୋଡ଼ିଆରେ ବିଶାଳ ଅଙ୍ଗକୋର ସ୍ଥଳୀ ନିର୍ମାଣ କରାଯାଇଥିଲା। କେତେକ ମନ୍ଦିରରେ ଶିବଙ୍କ ବଦଳରେ ବିଷ୍ଣୁ ମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଥିଲା, ଦୁଇ ଦେବତାଙ୍କ ବିପରୀତ ଶକ୍ତି ଭାବେ ଦେଖାଯାଉଥିଲା। ଅଧା ବିଷ୍ଣୁ ଓ ଅଧା ଶିବ (ହରିହର) ମୂର୍ତ୍ତିଗୁଡ଼ିକ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଲୋକପ୍ରିୟ ହୋଇଯାଇଥିଲା।
କାମ୍ବୋଡ଼ିଆ ଓ ଥାଇଲାଣ୍ଡ ସୀମାରେ ଥିବା ମନ୍ଦିର ଏହି ପରମ୍ପରାର ଏକ ଅଂଶ। ସାଧାରଣ ଲୋକେ ଦର୍ଶନ ପାଇଁ ଯାଉଥିବା ତଥା ପାହାଡ଼ ଉପରେ ଥିବା ଏହି ମନ୍ଦିର ଏକ ଭକ୍ତି ମନ୍ଦିର ନ ଥିଲା। ଏହା ଥିଲା ଏକ ରାଜକୀୟ କର୍ମକାଣ୍ଡ କ୍ଷେତ୍ର, ଯେଉଁଠି ରାଜାମାନେ ଦିବ୍ୟ ଆଭା ପ୍ରାପ୍ତ ସକାଶେ ଏବଂ ସେମାନଙ୍କ ସାମ୍ରାଜ୍ୟକୁ ଏକ ଅଲୌକିକ ସ୍ବର୍ଗରେ ପରିଣତ କରିବା ଲାଗି ବିଭିନ୍ନ ଉତ୍ସବ ଆୟୋଜନ କରୁଥିଲେ। ଏହା ଥିଲା କଳାର ରାଜ୍ୟ, ଯେଉଁଠି ରାଜତ୍ୱ ଜନକଲ୍ୟାଣ କିମ୍ବା ଯୁଦ୍ଧ ଉପରେ କମ୍‌ ନିର୍ଭରଶୀଳ ଥିଲା ଏବଂ ଅଧିକ ଉତ୍ପାଦନ କୈନ୍ଦ୍ରିକ ଥିଲା। ମୌସୁମୀ ସମୟ ଅନୁଯାୟୀ ବିହନ ବୁଣିବା ଓ ଅମଳ କରିବାରେ ସଫଳତା ସମୃଦ୍ଧିକୁ ନିଶ୍ଚିତ କରୁଥିଲା। ଏହି ରୀତିନୀତିକୁ ଆଧାର କରି ରାଜାମାନେ ନିଜକୁ ମର୍ତ୍ତ୍ୟ-ସ୍ବର୍ଗର ଇନ୍ଦ୍ର ବୋଲି ମଣୁଥିଲେ। ଏହା ଏକଚ୍ଛତ୍ରବାଦ ନ ଥିଲା। ରାଜା କେବଳ ଜଣେ ଜମିଦାର ନ ଥିଲେ, ବରଂ ଥିଲେ ଜଣେ ଉତ୍ତମ ରାଜା କିମ୍ବା ଦେବରାଜ, ଯେଉଁମାନେ ପ୍ରକୃତି ଓ ସଂସ୍କୃତିକୁ ଧରି ରଖୁଥିଲେ। ଏପରିକି ଏହି ବିଚାରଧାରା ବୌଦ୍ଧଧର୍ମକୁ ବ୍ୟାପିଥିଲା ଏବଂ ଏହା ବୌଦ୍ଧଧର୍ମର ତାନ୍ତ୍ରିକ ପରମ୍ପରାକୁ ଜନ୍ମ ଦେଇଥିଲା। ଏହି ତାନ୍ତ୍ରିକ ରୀତିନୀତି କାମ୍ବୋଡ଼ିଆ, ଜାଭା ଓ ତିବ୍ବତକୁ ବ୍ୟାପିଥିଲା।
କାମ୍ବୋଡ଼ିଆ ଓ ଥାଇଲାଣ୍ଡ ଯେଉଁ ମନ୍ଦିରକୁ ନେଇ ଲଢ଼େଇ କରୁଛନ୍ତି ତାହା ହେଉଛି ସମୟର ଏକ ଜୀବାଶ୍ମ। ସେତେବେଳେ ରାଜାମାନେ କ୍ଷମତା ସହ ଅଲୌକିକତା ଚାହଁୁଥିଲେ। ସେହି ସମୟରେ ମୌସୁମୀ ଉପରେ ନିର୍ଭରଶୀଳ ବାଣିଜ୍ୟ ମାଧ୍ୟମରେ ଭାରତୀୟ ଦେବତାଙ୍କୁ ସୁଦୂର ଦେଶଗୁଡ଼ିକୁ ନେଇଥିଲା ଏବଂ ରାଜାମାନେ ସେମାନଙ୍କ ସାମ୍ରାଜ୍ୟକୁ ଧନୀ ଓ ଉଜ୍ଜ୍ୱଳ ତଥା ଏକ ମର୍ତ୍ତ୍ୟର ସ୍ବର୍ଗ ରୂପେ ଗଢ଼ିବାର ସ୍ବପ୍ନ ଦେଖୁଥିଲେ। ଏହିସବୁ ମନ୍ଦିର ନିର୍ମାଣ କରାଯାଇଥିବା ସମୟରେ ସେମାନଙ୍କ ଶାସିତ ଅଞ୍ଚଳର କୌଣସି ସୀମା ନ ଥିଲା। ସେତେବେଳେ କାମ୍ବୋଡ଼ିଆ ନ ଥିଲା କି ଥାଇଲାଣ୍ଡ। ତେବେ ଏବେ ପୁରୁଣା ଦେବତାଙ୍କ ସ୍ଥଳୀ ଏବଂ ସେଗୁଡ଼ିକର ରାଜକୀୟ ସଂରକ୍ଷଣ ହେଉଛି ଗର୍ବର ବିଷୟ ଏବଂ ଏଗୁଡ଼ିକ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି। ଏଥିରୁ ଉପୁଜିଥିବା ଆର୍ଥିକ ଓ ରାଜନୈତିକ ଉତ୍ତେଜନାରୁ ଯୁଦ୍ଧ ସୃଷ୍ଟି ହେଉଛି। ଏହାର ଲୋକଙ୍କ ବିଶ୍ୱାସ ସହିତ କୌଣସି ସମ୍ପର୍କ ନାହିଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଏଣ୍ଟ୍ରିକୁ ନେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୫।୮: କକ୍‌ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ…

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri