ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି ଦେବିପ୍ରସାଦ ମିଶ୍ର ଅନୁମୋଦନ କରିଛନ୍ତି । ପାଟଣା ବ୍ଲକ ବିଜେଡି ସଭାପତି ଭାବେ ମାଧବାନନ୍ଦ ପୃଷ୍ଟିଙ୍କୁ ପୁନର୍ବାର ଦାୟିତ୍ୱ ଦିଆଯାଇଛି । ଉପସଭାପତି ଭାବେ ଡମ୍ବରୁଧର ମହାନ୍ତ, ଅଯୋଧ୍ୟା ବେହେରା ଓ ସୁଶୀଲ କୁମାର ସାହୁ ଏବଂ ସାଧାରଣ ସମ୍ପାଦକ ଭାବେ ନବକିଶୋର ପୃଷ୍ଟି, ସୁରେଶ ଚନ୍ଦ୍ର ସାହୁ, ଭୋଳାନାଥ ସେଠୀ, ରାମଚନ୍ଦ୍ର ସାହୁ ଓ ଲୋକନାଥ ନାୟକଙ୍କୁ ଦାୟିତ୍ୱ ମିଳିଛି ।

ସମ୍ପାଦକ ଭାବେ ଶ୍ରୀହରି ନାଏକ, ମଙ୍ଗୁଳୁଚରଣ ନାଏକ, ଚନ୍ଦ୍ରମୋହନ ମହାକୁଡ଼, ହରିହର ରଣା, ସନ୍ତୋଷ କୁମାର କର ଓ ଦୀପକ କୁମାର ଭଞ୍ଜଦେଓ ଏବଂ କୋଷାଧ୍ୟକ୍ଷ ଭାବେ ସଞ୍ଜିତ ଚକ୍ରଙ୍କୁ ନିଯୁକ୍ତ କରାଯାଇଛି ।
ସେହିପରି ସାହାରପଡ଼ା ବ୍ଲକ ବିଜେଡି ସଭାପତି ପଦରେ ଦିଲ୍ଲୀପ କୁମାର ସାହୁ ବଜାୟ ରହିଛନ୍ତି । କାର୍ଯ୍ୟକାରୀ ସଭାପତି ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର, ଉପସଭାପତି ଭାବେ ଭରତ ଚନ୍ଦ୍ର ମହାନ୍ତ, ମୋହନ ଚରଣ ନାଏକ ଓ ଭୋଳାନାଥ ମହାନ୍ତଙ୍କୁ ଦାୟିତ୍ୱ ମିଳିଛି । ସାଧାରଣ ସମ୍ପାଦକ ଭାବେ କାମପାଳ ସେଠୀ, ରାଜବଲ୍ଲଭ ଦେହୁରୀ, ସୁରେନ୍ଦ୍ରନାଥ ମାଝୀ, ମନୋରଞ୍ଜନ ଦିଘାର ଓ ଦୁଷ୍ମନ୍ତ ତରାଇ ଏବଂ ସମ୍ପାଦକ ଭାବେ ମନ୍ମଥ ମହାନ୍ତ, ଅକ୍ଷୟ ରାଉତ, ରଙ୍ଗାଧର ମହାନ୍ତ, ଜତିନ୍ଦ୍ର ପାତ୍ର, ରାମଭଜନ ମହାନ୍ତ, ତୁଳସୀ ମହାନ୍ତ ଓ ଈଶ୍ୱର ଚନ୍ଦ୍ର ପଲେଇଙ୍କୁ ଦାୟିତ୍ୱ ଦିଆଯାଇଛି। ଜଗଦୀଶ ସିଂହଙ୍କୁ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ନବନିଯୁକ୍ତ କର୍ମକର୍ତ୍ତାମାନେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, କେନ୍ଦୁଝର ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ଓ ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାଏକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?