ମନ୍ଦିର ଆଉ ପ୍ରାର୍ଥନା

ଜଗନ୍ନାଥ ଚାହିଁଲେ ବୋଲି ଆପଣ ଆସିଲେ – ନ ଚାହିଁଥିଲେ କ’ଣ ଆପଣ ଆସିଥାନ୍ତେ? ଶ୍ରୀମନ୍ଦିରରେ ପଣ୍ଡାମାନେ ଏମିତି କହୁଥିବାର ମୁଁ ଶୁଣିଛି, ଆପଣମାନେ ବି ଶୁଣିଥିବେ। କିଏ କାହାକୁ ଡାକୁଛି? ଯଦି ଠାକୁରେ ଡାକୁଛନ୍ତି ତେବେ କେତେଜଣ ଶ୍ରଦ୍ଧାଳୁ ବାଟଘାଟରେ ବା ଭିଡ଼ତୋଡ଼ରେ ମୃତ୍ୟୁ ଲଭୁଛନ୍ତି କାହିଁକି? ଠାକୁରଙ୍କୁ ଆମେ ଡାକିଲେ ପ୍ରାର୍ଥନା, ଠାକୁରେ ଆମକୁ ଡାକିଲେ ପୂଜା। ଆମେ ଠାକୁରଙ୍କ୍‌ୁ ଡାକିଲେ ବଞ୍ଚତ୍ୟିବା ନିଶ୍ଚିତ, କିନ୍ତୁ ଠାକୁରେ ଆମକୁ ଡାକିଲେ ଆମ ଭିତରୁ କେତେକେ ମରିବା ନିଶ୍ଚିତ। ଏ କଥା ସର୍ବବିଦିତ, ତଥାପି ଲୋକେ ମନ୍ଦିର, ମସ୍‌ଜିଦ, ଗୁରୁଦ୍ୱାର, ଗିର୍ଜାକୁ ଯାଆନ୍ତି। ତଥାପି ମଣିଷ ଭୁଲିଯାଏ ଯେ ପ୍ରାର୍ଥନା ପ୍ରଥମେ, ଠାକୁର ପରେ। ସ୍କୁଲ ଆରମ୍ଭରେ ଛାତ୍ରୀଛାତ୍ରମାନଙ୍କ ମୁହଁରେ, ପଲିଟିକାଲ ସ୍ପିଚ୍‌ ପରେ ନେତା ଓ ଦେଖଣାହାରୀମାନଙ୍କ ମୁହଁରେ, ଅପରେଶନ ଥିଏଟର ସାମ୍ନାରେ ଠିଆହୋଇଥିବା ଲୋକଙ୍କ ମୁହଁରେ ତ ୱାର୍ଲଡ କପ୍‌ ଫାଇନାଲରେ ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ ପ୍ରାର୍ଥନା। ମିଟିଂରେ ପହଞ୍ଚତ୍ବାକୁ ଡେରି ହେଉଛି ସେତିକି ବେଳେ ଟ୍ରାଫିକ୍‌ ଲାଇଟ୍‌ ଲାଲ ଦିଶିଲା ତ ପ୍ରାର୍ଥନା। ପରୀକ୍ଷା ହଲ୍‌କୁ ଯିବା ରାସ୍ତାରେ, ବିମାନ ଉଡ଼ାଣ ଆରମ୍ଭ ହେଲା କ୍ଷଣି, ପରୀକ୍ଷାଫଳ ଖାତା ଖୋଲିବା ବେଳେ ପ୍ରାର୍ଥନା। ସବୁଠି ପ୍ରାର୍ଥନା। ସବୁ ଧର୍ମରେ। ଠାକୁର ତ ଅସଂଖ୍ୟ। ତା’ଛଡ଼ା ଗୁରୁ, ଯୋଗୀ, ଫକିର, ସନ୍ଥମାନେ ପ୍ରାର୍ଥନାରୁ ଆରମ୍ଭ ଓ ପ୍ରାର୍ଥନାରେ ଶେଷ। ପ୍ରାର୍ଥନା ଧର୍ମ ଭିତରେ ଲୁଚି ରହିଛି ବୋଲି ଆମେ ଭାବୁ, କିନ୍ତୁ ଜଣେ ଧର୍ମାଳୁ ନ ହୋଇ ବି ପ୍ରାର୍ଥନା କରେ। ଏ ଗୋଟିଏ ରୀତି ହୋଇଗଲାଣି।
ରାଜନୀତିରେ ଅଧର୍ମ କାମ କରୁଥିବା ଲୋକ ବି ପ୍ରାର୍ଥନା କରେ – ଧର୍ମାଳୁ ନ ହୋଇ ବି ପ୍ରାର୍ଥନା। ଆମେ ପ୍ରାର୍ଥନା କରିବା ଆବଶ୍ୟକ ବୋଲି ଠାକୁର ରହିବା ଦରକାର। କେହି ତ ଆମ ପ୍ରାର୍ଥନା ଶୁଣିବା ଦରକାର। ପ୍ରାର୍ଥନା କରୁଛୁ ବୋଲି ଆସ୍ଥା ଅଛି, ଆସ୍ଥା ଅଛି ବୋଲି ପ୍ରାର୍ଥନା ନୁହେଁ। ଠାକୁର ଅଛନ୍ତି ବୋଲି ଆମେ ପ୍ରାର୍ଥନା କରୁନା, ପ୍ରାର୍ଥନା କରୁଛୁ ବୋଲି ଠାକୁର ରହିବା ଦରକାର। ଆମ ଶବ୍ଦଗୁଡ଼ାକ କେଉଁଠି ତ ପହଞ୍ଚତ୍ବା ଦରକାର! ବିଶ୍ୱାସ (ଭକ୍ତି)ରୁ ପ୍ରାର୍ଥନା ଜନ୍ମେ ନାହିଁ, ପ୍ରାର୍ଥନାରୁ ବିଶ୍ୱାସ/ଆସ୍ଥା/ଧର୍ମ ଆସେ।
ଟିକେ ଭିତରେଇ ଦେଖିଲେ ଜାଣିବା ଯେ ପ୍ରାର୍ଥନା କାହାକୁ କହୁଛୁ ତା’ ବିଷୟରେ ଯେତେ ନୁହେଁ ତା’ଠାରୁ ବେଶି ପ୍ରାର୍ଥନାକାରୀର ପରିସ୍ଥିତି ସମ୍ପର୍କରେ, ଯେଉଁ ପରିସ୍ଥିତିରୁ ଆମେ ଦୁଃଖରେ ଅଛୁ ବା ଅସଫଳ ହେବାର ଆଶଙ୍କା ଅଛି ତହିଁରୁ ଉଦ୍ଧାର ପାଇଁ। କ୍ଷୁଦ୍ର ବା ନଗଣ୍ୟ ଅନୁଭବ କରୁଥିବାରୁ ପ୍ରାର୍ଥନା ଆସେ, ଆମେ କ’ଣ ଚାହୁଁଛୁ ସେହି ଭାବନାରୁ ଆସେ। ଏ ଯେପରି ଏକ ମୂଲଚାଲ କାରବାର। ମୁଁ ମୋର ନିମ୍ନ ଭାବ ପ୍ରକାଶ କରୁଛି, ଶରଣ ପଶୁଛି, ତା’ ବଦଳରେ କିଛି ଚାହୁଁଛି। ନିଜର ଅକ୍ଷମତା ପ୍ରକାଶକରି ବିଶ୍ୱରୁ କିଛି ସୁବିଧା ବା ଅନୁଗ୍ରହ (କନ୍‌ସେସନ୍‌) ଚାହୁଁଛି। ଆମେ କ’ଣ ଚାହୁଁଛୁ ଓ କେତେଦୂର ତାହା ପାଇପାରିବୁ – ଏ ଦୁଇଟା ଭିତରେ ଥିବା ବ୍ୟବଧାନକୁ ପୂରଣ କରିବାର ଇଚ୍ଛାକୁ ପୂରଣ ପାଇଁ ଆମେ ପ୍ରାର୍ଥନା କରୁ। ଆମେ ସମର୍ପଣ ଭାବ ଦେଖାଉ, ସମର୍ପଣ ଭାବ ଭିତରେ ଅଛି ଆମର ଉଚ୍ଚାକାଙ୍‌କ୍ଷା। ପ୍ରାର୍ଥନାରେ ଆମେ ନିଜକୁ କ୍ଷୁଦ୍ର ମନେକରୁ ଏବଂ ଏମିତି ମନେକରିବା ହେତୁ ନିଜକୁ ମହାନ୍‌ ଭାବୁ। ପ୍ରାର୍ଥନା ଆମର ତୁଚ୍ଛ ଶରୀରକୁ ବିଶ୍ୱସ୍ତରୀୟ କରିଦିଏ। ପ୍ରାର୍ଥନା ଆମକୁ ଅଭାବୀ ଦର୍ଶାଏ ଏବଂ ଏ ପ୍ରକାର ଅନୁଭବ ଭିତରେ ଆମର ବଡ଼ପଣିଆ, ଅଧିକ ପାଇବାର ଯୋଗ୍ୟତା ଅନୁଭବ କରାଏ। ପ୍ରାର୍ଥନା କାନ୍ଦଣା ନୁହେଁ, ପ୍ରାର୍ଥନା କାନ୍ଦଣାକୁ ତାଳ ଦିଏ, ଦିଗ ଦିଏ, ମର୍ଯ୍ୟାଦା ଦିଏ। ଭିନ୍ନ ଭିନ୍ନ ରୀତିର ପ୍ରାର୍ଥନା ସେଇ ଗୋଟିଏ ପ୍ରବୃତ୍ତିକୁ ପ୍ରମାଣକରେ। ଶବ୍ଦଗୁଡ଼ାକ ବର୍ଣ୍ଣନା ନୁହେଁ, ସେଗୁଡ଼ିକ ଆକାଙ୍‌କ୍ଷାର ଟେକ୍ନୋଲୋଜି।
ନୂଆ ନୂଆ ଧର୍ମ ଆସୁଛି, ପୁରୁଣା ଉଭେଇଯାଉଛି, ସେମିତି ନୂଆ ନୂଆ ଠାକୁର ଆସୁଛନ୍ତି ପୁରୁଣା ଠାକୁର ଉଭେଇଯାଉଛନ୍ତି। କିନ୍ତୁ ପ୍ରାର୍ଥନା ରହିଛି। କାରଣ ଏ ଆସ୍ଥାର ଉତ୍ତର ନୁହେଁ, ପରିସ୍ଥିତିର ଉତ୍ତର। ଆଣ୍ଠେଇ ପଡ଼ି ପ୍ରାର୍ଥନାକରି ମଣିଷ ନିଜକୁ ଯେତିକି ଛୋଟ କରିଦିଏ ପ୍ରାର୍ଥନା ଶେଷରେ ସେତିକି ବଡ଼ ଅନୁଭବକରେ। ତେଣୁ ପ୍ରାର୍ଥନା ଆଗେ, ଠାକୁର ପରେ।
ମଣିଷର ଭଲପଣିଆ ହରାଇ ଆମେ ଧାର୍ମିକ ବୋଲାଉଛୁ। ଚାଶିସ୍‌ ଉପରେ ଗାଡ଼ି ରହିଲା ପରି ଧର୍ମ ଉପରେ ନୈତିକତା ଯୋଖିହୋଇ ରହିଗଲାଣି; ତାହା ଦରକାର ନାହିଁ। ସମାଜରେ ନୈତିକତା ଥିଲା ଓ ଅଛି – ସାଧୁ ସନ୍ଥ ବା ଧର୍ମପ୍ରଚାରକମାନେ ଧର୍ମର ରଥ (ଚାଶିସ୍‌) ଉପରେ ନୈତିକତାକୁ ରଖିଦେଉଛନ୍ତି। ପଡ଼ୋଶୀକୁ ଆହତ କରନାହିଁ, ଯାହା ଖାଦ୍ୟ ପାଉଛ ତାକୁ ବାଣ୍ଟିବୁଣ୍ଟି ଖାଅ, ଝଣ୍ଟି ପଡୁଥିବା ଲୋକକୁ ଉଠାଇ ନିଅ -ଏମିତି ନୈତିକତାକୁ ଆପଣାଅ- ମନ୍ଦ ବା ଖରାପ କରିବାରୁ ଦୂରରେ ରୁହ – ଏସବୁ ଗୁଣର ନାମକରଣ (ବ୍ରାଣ୍ଡିଂ) ଦରକାର ହେଲା। ତାହା ହିଁ ଧର୍ମ। ସବୁ ଧର୍ମର ଜନ୍ମ ତାରିଖ ଅଛି, ନାମକରଣ ହୋଇଛି। ଯେକୌଣସି ଧର୍ମକୁ ଦେଖ, ତାହା ଆଗରୁ ନ ଥିଲା କି ସବୁଆଡ଼େ ନ ଥିଲା, ମଝିରେ କେବେ କେବେ ବଦଳିଛି, କେତେକ ଅଂଶ ହଜିଯାଇଛି। ନୂଆ ଧର୍ମ ବା ପନ୍ଥା ବାହାରିପାରେ – ଏସବୁର ନାମ ଦିଆ ଉତ୍ସବ ପିଲାଟିଏର ନାମକରଣ ହୁଏ, ନାମକରଣ ଉତ୍ସବ ଲାଗି ସରକାରଙ୍କ ପିଆର୍‌ ବିଭାଗ ଭଳି ଜଣେ ଜନସମ୍ପର୍କ ଅଧିକାରୀ ଦରକାର, ସେ ହେଲେ ଧର୍ମ ପ୍ରବର୍ତ୍ତକ। କେତେଟା ମୌଳିକ ଭଦ୍ରାମି ବା ସତ୍‌ ଚରିତ୍ରର ନାମକରଣ ଦରକାର ହେଲା ତା’ ନାଁ ହେଲା ଧର୍ମ। ଏକ ପ୍ରକାର ଜିନିଷକୁ ଭିନ୍ନ ଭିନ୍ନ କମ୍ପାନୀ ନୂଆ ନୂଆ ନାଁ ଦେଇ ପ୍ୟାକିଂ କଲା ଭଳି। କୁହାହେଲା ଧର୍ମ ହେଉଛି ସ୍ବର୍ଗକୁ ଯିବାର ଟିକେଟ। ଆଉ ଥରେ ମଣିଷ ଜନ୍ମ ନ ହେବା ପାଇଁ ଆଚରଣ। ନର୍କର ନିଆଁରେ ଜଳିପୋଡ଼ି ହେବାରୁ ରକ୍ଷାପାଇବା ପାଇଁ ଏ ଭୂଇଁରେ ଆଚରଣ। ଏ ସବୁ ନୈତିକତା – ଧର୍ମ ନୈତିକତାର ଜନକ ହୋଇଗଲା। ସହାନୁଭୂତି ବା ବନ୍ଧୁପଣିଆ ସ୍ବର୍ଗକୁ ଯିବାର ଟିକେଟ ହୋଇଗଲା। ସବୁ ଭଲ ଗୁଣର ବାଃ ବାଃ ନେଇଗଲା ଧର୍ମ। ସମାଜରେ ଭଲ ଭାବେ ଚଳିବାର ଗୁଣର ଜନନୀ ହୋଇଗଲା ଧର୍ମ, ଏକ ଜିପିଏସ୍‌ (ଜିଓଗ୍ରାଫିକାଲ୍‌ ପୋଜିସନିଂ ସିଷ୍ଟମ୍‌ – ବାଟ କଢ଼ାଳି ବ୍ୟବସ୍ଥା) ହୋଇଗଲା ଧର୍ମ। ଧର୍ମ ସଭା ବା ମନ୍ଦିରକୁ ରାସ୍ତା ଦେଖାଇଲା, ଅମୁକ ମନ୍ଦିର, ମସ୍‌ଜିଦ, ଗୁରୁଦ୍ୱାର ବା ଚର୍ଚ୍ଚକୁ ଗଲେ ସ୍ବର୍ଗକୁ ବାଟ ମିଳିଯିବ? ଧର୍ମଗ୍ରନ୍ଥକାରକମାନେ କଥା/ଲେଖାଚୋର – ପ୍ଲାଗିଆରିଷ୍ଟ – ପୂର୍ବ ଧର୍ମର ନୈତିକ ବଚନକୁ ନିଜର ବୋଲି କହୁଥିବା ଲୋକ। ତେଣୁ ନିଜକୁ ସାଧୁ ବା ଋଷି ବୋଲାଉଥିବା ଲୋକ ପ୍ରତି ସାବଧାନ ହେବା ଉଚିତ। ଭଲ ମଣିଷ ହେବା ପାଇଁ ତାଙ୍କ ଉପରେ ନିର୍ଭର କରିବାକୁ ସେମାନେ କହନ୍ତି, ତାଙ୍କର ଅଧୀନ ହେବାକୁ କହନ୍ତି। ସେମାନେ ଆମର ସ୍ବାଧୀନତା ହରଣ କରନ୍ତି, ଆମର ଧନ ଜନ ଅପହରଣ କରନ୍ତି। ଆମ ଜୀବନରୁ ବାଳୁଙ୍ଗା ଅନାବନା ଗୁଣ ଉପାଡ଼ିଦେବା ଆଳରେ ସେମାନେ ନୂଆ ବାଳୁଙ୍ଗା ନୂଆ ଅନାବନା ଗୁଣ ଦିଅନ୍ତି। କାହାକୁ ଗୁରୁ କଲେ ତୁମ ଧର୍ମ ବଢ଼ିବ, ମିଛ କଥା। ନିଜେ ଭଲ ନ ହେଲେ ଆଉ ଜଣେ ତୁମକୁ ଭଲ କରିପାରିବ ନାହିଁ। ଗୋଟିଏ ବିଶ୍ୱାସ ପ୍ରତି ବନ୍ଧାହୋଇଗଲେ ସତ୍ୟର ଅନୁସନ୍ଧାନ ବନ୍ଦ ହୋଇଯାଏ, ସତ୍ୟ ଓ ନୈତିକ ମାର୍ଗରେ ବାଡ଼ ପକାଇଦିଏ। ମନ୍ଦିରକୁ ଯାଇ ପୂଜକ ଜରିଆରେ ଠାକୁରଙ୍କୁ ଦରାଣ୍ଡିଲେ ସେ ମିଳିବେ ନାହିଁ, ସେ ତ ତୁମ ଅନ୍ତରରେ ଅଛନ୍ତି। ନିଜ ବାସସ୍ଥାନ ହିଁ ଦେବାଳୟ।

ସହଦେବ ସାହୁ
-sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?