ଗୁଳୁଗୁଳି, ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ

ପଟ୍ଟାମୁଣ୍ଡାଇ,୨୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତଥା ଏହାର ଆଖପାଖ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦୈନିକ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଗତ ୪ରୁ୫ ସପ୍ତାହ ଧରି କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଦିନ ୧୦ଟା ପରେ ଘରୁ ପଦାକୁ ଗୋଡ କାଢ଼ି ହେଉନାହିଁ। ଏଥିସହ ଅସହ୍ୟ ଗୁଳୁଗୁଳି ପରିସ୍ଥିତିକୁ ଅଧିକ ସଙ୍ଗିନ କରୁଛି। ଶ୍ରମିକ ଶ୍ରେଣୀର ଲୋକମାନେ କାମଧନ୍ଦା କରିବାକୁ ପଦାକୁ ଯିବା ପାଇଁ ପ୍ରଚଣ୍ଡ ରୌଦ୍ରତାପରେ ସାହସ ଜୁଟାଇ ପାରୁନାହାନ୍ତି। ଗ୍ରୀଷ୍ମଋତୁ ଆରମ୍ଭରୁ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ୍‌ ପରିସ୍ଥିତିକୁ ଗମ୍ଭୀର କରିଛି। ବାରମ୍ବାର ବିଦ୍ୟୁତକାଟର କାରଣକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ନୀରବ ଥିବାବେଳେ ଏହାର ଠିକ୍‌ କାରଣ ସାଧାରଣ ଲୋକେ ଖୋଜି ପାଉନାହାନ୍ତି। ଅପରପକ୍ଷେ ବେଆଇନ ଇଟାଭାଟି ନିଅଁା ତାତିକୁ ଦ୍ୱିଗୁଣିତ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଜାଣି ଚୁପ ବସିଛି। ଅନ୍ୟପକ୍ଷରେ ଅତ୍ୟନ୍ତ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧି ଓ ଟାଣ ଖରା ପାଇଁ ବିଲରେ ପନିପରିବା ଫସଲ ଜଳି ମରି ଯାଇଥିବା ଦେଖିବାକୁ ମିଳୁଛି।
ପଟ୍ଟାମୁଣ୍ଡାଇର କଷଣଅଣ୍ଟା, ତଳବାଲିପଡା, ବାଲିପଡା, ନନ୍ଦିନୀନଗର, ସିଦ୍ଧପାଟଣା, ତନୁପୁର, ବାଛରା, ମଣ୍ଡପଡ଼ା, କାକୁଡ଼ିପଲ୍ଲୀ, ନୂଆଗଁା, ବାଲିପାଟଣା, ଷଣ୍ଢପଲ୍ଲୀ, ନିମପୁର, ଅଳଭା, ଶ୍ରୀରାମପୁର, ପାଳପାଟଣା, କଦମ୍ବଦାଣ୍ଡି, ଡାମରପୁର, ବଳଭଦ୍ରପୁର, ଅଠରବାଟିଆ, ଛେଦରା, ଗୁଣୁପୁର, ହଳଧରପୁର, ଶିମିଳିଆ, ଡିହାପଡ଼ା, ଅଇନିପଡ଼ା, ବଡପଡ଼ା, ବଡ଼ମୋହନପୁର, ଦିହୁଡ଼ିପୁର, ଆମ୍ବେର, ଖଡ଼ଇଣ୍ଟା ଆଦି ଅଞ୍ଚଳରେ ବ୍ୟାପକ ଭାବେ ପନିପରିବା ଫସଲ ଚାଷ ହୋଇଥିବାବେଳେ ସେଗୁଡ଼ିକ ଟାଣ ଖରା ଓ ପାଣି ଅଭାବରୁ ବିଲରେ ମରି ନଷ୍ଟ ହେଇଯାଉଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏଥିରୁ ବାହାରି ଥିବା ଶାଖା କେନାଲଗୁୁଡ଼ିକ ବର୍ଷା ଋତୁ ପରଠାରୁ ଶୁଖିଲା ପଡ଼ିଛି। ଅନ୍ତତଃ ପକ୍ଷେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡ଼ା ଗଲେ ଏଥିରୁ ବାହାରିଥିବା ଶାଖା କେନାଲଗୁଡ଼ିକରେ ପାଣି ଯିବା ଦ୍ୱାରା ପଟ୍ଟାମୁଣ୍ଡାଇର ବ୍ୟାପକ ଅଞ୍ଚଳରେ ଜଳ ସମସ୍ୟା ସମାଧାନ ହେବା ସହ ଉତ୍ତାପ ହ୍ରାସ ଦିଗରେ ଏହା ସହାୟକ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। କେନାଲରେ ପାଣି ଛଡ଼ା ଗଲେ ଉଭୟପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକର ଜନସାଧାରଣ ଆଶ୍ୱସ୍ତି ଅନୁଭବ କରିବେ। ଅନ୍ୟପକ୍ଷରେ ଖରାଦିନ ପାଇଁ ଚାରଣଭୂମିଗୁଡ଼ିକରେ ଘାସ ଅଭାବରୁ ଓ ଗୃହପାଳିତ ପଶୁମାନଙ୍କୁ ପଶୁପାଳକମାନେ ଗୋଠରେ ବାନ୍ଧି ଖାଦ୍ୟ ଖୁଆଇବା ସମ୍ଭବ ହେଉ ନ ଥିବାରୁ ସେମାନଙ୍କୁ ଖୋଲା ଛାଡ଼ି ଦେଉଛନ୍ତି। ଫଳରେ ଶତାଧିକ ଗୃହପାଳିତ ପ୍ରାଣୀ ପକ୍ଷୀମାନେ ବାହାରେ ବୁଲିବା ସମୟରେ ଗାଡ଼ିଆ, ପୋଖରୀ ଶୁଖିଲା ପଡ଼ିଥିବାରୁ ଶୋଷ ମେଣ୍ଟାଇବା ପାଇଁ ପାଣି ନ ପାଇ ଡହଳ ବିକଳ ହେଉଛନ୍ତି। କେନାଲଗଡ଼ିକରେ ପାଣି ଛଡାଗଲେ ଦଣ୍ଡା, ଗୋହିରୀ, ନୟନଜୋରି ଓ ବିଲରେ ବୁଲୁଥିବା ଗୃହପାଳିତ ପଶୁମାନଙ୍କୁ ତୃଷ୍ଣା ମେଣ୍ଟାଇବା ପାଇଁ କେନାଲରୁ ପାଣି ପିଇବା ସମ୍ଭବ ହୋଇପାରନ୍ତା। ତାପମାତ୍ରା ହ୍ରାସ ନ ହେଲେ ଓ କେନାଲରେ ପାଣି ଛଡ଼ା ନ ଗଲେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri