ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଫିନ୍ଟେକ୍ କମ୍ପାନୀ ତଥା ଭାରତପେ ଗ୍ରୁପ୍ର ସର୍ବବୃହତ୍ ମଲ୍ଟି ବ୍ରାଣ୍ଡ୍ ବିଶ୍ୱସ୍ତତା କାର୍ଯ୍ୟକ୍ରମ ‘ପେବ୍ୟାକ୍ ଇଣ୍ଡିଆ’ ଖୁବ୍ଶୀଘ୍ର ନୂଆ ଅବତାରରେ ଆସିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ସାରା ଦେଶରେ ବିଶ୍ୱସ୍ତତା ଏବଂ ପୁରସ୍କାର ପାଇଁ କମ୍ପାନୀ ଜିଲିୟନ୍କୁ ସର୍ବବ୍ୟାପୀ ବ୍ୟବହାର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏ ସମ୍ପର୍କରେ ଜିଲିୟନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିଜିଶ ରାଘବନ୍ କହିଛନ୍ତି, ଭାରତର ସର୍ବବୃହତ୍ ବିଶ୍ୱସ୍ତତା କାର୍ଯ୍ୟକ୍ରମ ଭାବେ ପେବ୍ୟାକ୍ ନିର୍ମାଣ କରିଥିଲୁ। ଏପରିକି ଏହା ଆମ ପାଇଁ ଏକ ଦୀର୍ଘ ଏବଂ ସନ୍ତୋଷଜନକ ଯାତ୍ରା ଥିଲା। ଆଜି ଆମେ ଜିଲିୟନ୍ ଭାବେ ଏକ ନୂତନ ଯୁଗ ଆରମ୍ଭ କରିଛୁ। ବିଶେଷକରି ନୂତନ ବ୍ରାଣ୍ଡ୍ ପରିଚୟ ଆମ ରଣନୀତିରେ ଏକ ପରିବର୍ତ୍ତନଶୀଳକୁ ଚିହ୍ନିତ କରିଥାଏ। ନୂତନ ନାମ ଏବଂ ପରିଚୟ ଆମକୁ ଏକ ବ୍ୟାପକ ଗ୍ରାହକଙ୍କ ସହିତ ଉନ୍ନତ ସଂଯୋଗ କରିବାରେ ସାହାଯ୍ୟ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ଭାରତପେର ମୁଖ୍ୟ ମାର୍କେଟିଂ ଅଫିସର ପାର୍ଥ ଜୋଷୀ କହିଛନ୍ତି, ଆଜିର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଜିଲିୟନ୍ର ସୃଷ୍ଟି କରାଯାଇଛି। ବିଶେଷକରି ଏହା ୟଙ୍ଗ୍, ବୋଲ୍ଡ ଏବଂ ଶକ୍ତିଶାଳୀ ଗ୍ରାହକଙ୍କ ଜୀବନରେ ପ୍ରତ୍ୟେକ ଦିନ ଖୁସି ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଆମେ ନିଶ୍ଚିତ ଯେ ବ୍ରାଣ୍ଡ୍ର ଏହି ନୂତନ ସଂସ୍କରଣ ଏକ ବ୍ୟାପକ ଗ୍ରାହକ ଆଧାରକୁ ଆକର୍ଷିତ କରିବ ଏବଂ ଅଧିକରୁ ଅଧିକ ବିତରଣ କରିବାରେ ସକ୍ଷମ ହେବ। ଏପରିକି ଜିଲିୟନ୍ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଗ୍ରାହକଙ୍କ ଯୋଗଦାନକୁ ଆଗେଇନେବା ପାଇଁ ଆମେ ଆସନ୍ତା ମାସରେ ମାର୍କେଟିଂ ଅଭିଯାନ ଆରମ୍ଭ କରିବୁ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

