ଫେରିଛି ‘ତେଲିଙ୍ଗି ବାଜା’ଚମକ

ଢେଙ୍କାନାଳ ଅଫିସ, ୧।୧୧: ଏବେ ଡିଜିଟାଲ ଯୁଗ। ବଦଳିଛି ଜୀବନଶୈଳୀ। ପୋଷାକ ପରିଚ୍ଛଦ, ଖାଦ୍ୟପେୟ, ନୃତ୍ୟଗୀତ ସବୁକିଛିରେ ବାରି ହୋଇପଡୁଛି ଆଧୁନିକତାର ଛୁଙ୍କ୍‌। ଜୀବନକୁ ଭିନ୍ନ ଢଙ୍ଗରେ ଜିଇବା ଆରମ୍ଭ କରିଛନ୍ତି ଯୁବପିଢ଼ି। ବଡ଼ ବଡ଼ ରେଷ୍ଟୁରାଣ୍ଟ, ତାରକା ହୋଟେଲରେ ହଲିଉଡ୍‌ ରିମିକ୍ସ ଗୀତରେ ମତୁଆଲା ହେଉଛନ୍ତି ସେମାନେ। ଏସବୁ ଭିତରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଲୋକନୃତ୍ୟ, ଲୋକସଙ୍ଗୀତ, ଲୋକବାଦ୍ୟ ଊଣା ଅଧିକେ ପ୍ରଭାବିତ ହେଉଛି। ହେଲେ ପୃଷ୍ଠପୋଷକତା ମିଳିଲେ ଓଡ଼ିଶାର ପ୍ରାଚୀନ ଲୋକସଂସ୍କୃତି ପୁନର୍ଜୀବିତ ହୋଇପାରିବ, ଯାହା ଦେଖିବାକୁ ମିଳିଛି ‘ତେଲିଙ୍ଗି ବାଜା’ରୁ।
ଢେଙ୍କାନାଳର ଗଣପର୍ବ ସମୟରେ ଗଣେଶ ବଜାର ପୂଜା ପ୍ରତିଷ୍ଠାନ କମ୍ପି ଉଠିଥିଲା ‘ତେଲିଙ୍ଗି ବାଜା’ର ମନମତାଣିଆ ସ୍ବରରେ। ଯାଜପୁର ଜିଲା ତେନ୍ତୁଳିମାଳ ଅଞ୍ଚଳର ମୂଳନିବାସୀ ତଥା କଟକ କାଠଗଡ଼ା ସାହିରେ ରହୁଥିବା ବିରଜା କ୍ଷେତ୍ର ତେଲିଙ୍ଗି ବାଦ୍ୟର କଳାକାର ମାଷ୍ଟର ଭୀମସେନ ନାୟକ ଏବଂ ସାଥୀ ଚମତ୍କାର ଢଙ୍ଗରେ ବଜାଇଥିଲେ ତେଲିଙ୍ଗି ବାଜା। ତୂରୀ, ମୃଦଙ୍ଗ, ଝାଞ୍ଜର ଯୁଗଳବନ୍ଦୀ ସାଙ୍ଗକୁ ନୂଆ ପୁରୁଣା ଗୀତ ସୃଷ୍ଟି କରିଥିଲା ଆଧ୍ୟାତ୍ମିକ ପରିବେଶ। କେବଳ ବୟସ୍କ ନୁହନ୍ତି, ପୂଜା ବୁଲିବା ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ମଧ୍ୟ କଳାକାରଙ୍କ ବାଦ୍ୟ ପରିବେଷଣକୁ ଭୂରିଭୂରି ପ୍ରଶଂସା କରିଥିଲେ।
ଏ ସଂକ୍ରାନ୍ତରେ ମାଷ୍ଟର ଭୀମସେନ କୁହନ୍ତି, ଏହା ତାଙ୍କର କୌଳିକ ବୃତ୍ତି। ତାଙ୍କ ପୂର୍ବଜମାନେ ଏହାକୁ ବଜାଉଥିଲେ। ମାଙ୍ଗଳିକ କାର୍ଯ୍ୟ, ଶକ୍ତି ଆରାଧନା, ଶୋଭାଯାତ୍ରା, ଯଜ୍ଞାନୁଷ୍ଠାନରେ ତେଲିଙ୍ଗି ବାଦ୍ୟକୁ ପ୍ରାଥମିକତା ଦିଆଯାଉଥିଲା। ଏବେ ବି ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରରେ ତେଲିଙ୍ଗି ବାଦ୍ୟର ଆଦର ରହିଛି। ପ୍ରତିବର୍ଷ ଲକ୍ଷ୍ମୀପୂଜାରେ ଗଣେଶ ବଜାର ପୂଜା ପ୍ରତିଷ୍ଠାନରେ ସକାଳେ ଓ ରାତିରେ ଦୁଇଥର ତେଲିଙ୍ଗି ବାଦ୍ୟ ବାଜିବା ପରମ୍ପରା ରହିଛି। ଏହା କଳାକାରଙ୍କୁ ଉତ୍ସାହିତ କରିବା ସହ ତେଲିଙ୍ଗି ବାଜା ପରମ୍ପରାକୁ ବଞ୍ଚାଇ ରଖିବାରେ ସହାୟତା କରୁଛି। ଏ ସଂକ୍ରାନ୍ତରେ ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା କୁହନ୍ତି, ଓଡ଼ିଆ ସଂସ୍କୃତିରେ ପ୍ରତି ଶୁଭକାମରେ ତେଲିଙ୍ଗି ବାଦ୍ୟ ବାଜିବା ପରମ୍ପରାର ପ୍ରତୀକ ପାଲଟିଛି। ଦୀର୍ଘବର୍ଷ ହେବ ଆମ ପୂଜା ମଣ୍ଡପରେ ଏହି ବାଜା ବାଜିଥାଏ। ଏହାର ଚମତ୍କାର ସ୍ବର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri