ଫେରିଛି ‘ତେଲିଙ୍ଗି ବାଜା’ଚମକ

ଢେଙ୍କାନାଳ ଅଫିସ, ୧।୧୧: ଏବେ ଡିଜିଟାଲ ଯୁଗ। ବଦଳିଛି ଜୀବନଶୈଳୀ। ପୋଷାକ ପରିଚ୍ଛଦ, ଖାଦ୍ୟପେୟ, ନୃତ୍ୟଗୀତ ସବୁକିଛିରେ ବାରି ହୋଇପଡୁଛି ଆଧୁନିକତାର ଛୁଙ୍କ୍‌। ଜୀବନକୁ ଭିନ୍ନ ଢଙ୍ଗରେ ଜିଇବା ଆରମ୍ଭ କରିଛନ୍ତି ଯୁବପିଢ଼ି। ବଡ଼ ବଡ଼ ରେଷ୍ଟୁରାଣ୍ଟ, ତାରକା ହୋଟେଲରେ ହଲିଉଡ୍‌ ରିମିକ୍ସ ଗୀତରେ ମତୁଆଲା ହେଉଛନ୍ତି ସେମାନେ। ଏସବୁ ଭିତରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଲୋକନୃତ୍ୟ, ଲୋକସଙ୍ଗୀତ, ଲୋକବାଦ୍ୟ ଊଣା ଅଧିକେ ପ୍ରଭାବିତ ହେଉଛି। ହେଲେ ପୃଷ୍ଠପୋଷକତା ମିଳିଲେ ଓଡ଼ିଶାର ପ୍ରାଚୀନ ଲୋକସଂସ୍କୃତି ପୁନର୍ଜୀବିତ ହୋଇପାରିବ, ଯାହା ଦେଖିବାକୁ ମିଳିଛି ‘ତେଲିଙ୍ଗି ବାଜା’ରୁ।
ଢେଙ୍କାନାଳର ଗଣପର୍ବ ସମୟରେ ଗଣେଶ ବଜାର ପୂଜା ପ୍ରତିଷ୍ଠାନ କମ୍ପି ଉଠିଥିଲା ‘ତେଲିଙ୍ଗି ବାଜା’ର ମନମତାଣିଆ ସ୍ବରରେ। ଯାଜପୁର ଜିଲା ତେନ୍ତୁଳିମାଳ ଅଞ୍ଚଳର ମୂଳନିବାସୀ ତଥା କଟକ କାଠଗଡ଼ା ସାହିରେ ରହୁଥିବା ବିରଜା କ୍ଷେତ୍ର ତେଲିଙ୍ଗି ବାଦ୍ୟର କଳାକାର ମାଷ୍ଟର ଭୀମସେନ ନାୟକ ଏବଂ ସାଥୀ ଚମତ୍କାର ଢଙ୍ଗରେ ବଜାଇଥିଲେ ତେଲିଙ୍ଗି ବାଜା। ତୂରୀ, ମୃଦଙ୍ଗ, ଝାଞ୍ଜର ଯୁଗଳବନ୍ଦୀ ସାଙ୍ଗକୁ ନୂଆ ପୁରୁଣା ଗୀତ ସୃଷ୍ଟି କରିଥିଲା ଆଧ୍ୟାତ୍ମିକ ପରିବେଶ। କେବଳ ବୟସ୍କ ନୁହନ୍ତି, ପୂଜା ବୁଲିବା ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ମଧ୍ୟ କଳାକାରଙ୍କ ବାଦ୍ୟ ପରିବେଷଣକୁ ଭୂରିଭୂରି ପ୍ରଶଂସା କରିଥିଲେ।
ଏ ସଂକ୍ରାନ୍ତରେ ମାଷ୍ଟର ଭୀମସେନ କୁହନ୍ତି, ଏହା ତାଙ୍କର କୌଳିକ ବୃତ୍ତି। ତାଙ୍କ ପୂର୍ବଜମାନେ ଏହାକୁ ବଜାଉଥିଲେ। ମାଙ୍ଗଳିକ କାର୍ଯ୍ୟ, ଶକ୍ତି ଆରାଧନା, ଶୋଭାଯାତ୍ରା, ଯଜ୍ଞାନୁଷ୍ଠାନରେ ତେଲିଙ୍ଗି ବାଦ୍ୟକୁ ପ୍ରାଥମିକତା ଦିଆଯାଉଥିଲା। ଏବେ ବି ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରରେ ତେଲିଙ୍ଗି ବାଦ୍ୟର ଆଦର ରହିଛି। ପ୍ରତିବର୍ଷ ଲକ୍ଷ୍ମୀପୂଜାରେ ଗଣେଶ ବଜାର ପୂଜା ପ୍ରତିଷ୍ଠାନରେ ସକାଳେ ଓ ରାତିରେ ଦୁଇଥର ତେଲିଙ୍ଗି ବାଦ୍ୟ ବାଜିବା ପରମ୍ପରା ରହିଛି। ଏହା କଳାକାରଙ୍କୁ ଉତ୍ସାହିତ କରିବା ସହ ତେଲିଙ୍ଗି ବାଜା ପରମ୍ପରାକୁ ବଞ୍ଚାଇ ରଖିବାରେ ସହାୟତା କରୁଛି। ଏ ସଂକ୍ରାନ୍ତରେ ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା କୁହନ୍ତି, ଓଡ଼ିଆ ସଂସ୍କୃତିରେ ପ୍ରତି ଶୁଭକାମରେ ତେଲିଙ୍ଗି ବାଦ୍ୟ ବାଜିବା ପରମ୍ପରାର ପ୍ରତୀକ ପାଲଟିଛି। ଦୀର୍ଘବର୍ଷ ହେବ ଆମ ପୂଜା ମଣ୍ଡପରେ ଏହି ବାଜା ବାଜିଥାଏ। ଏହାର ଚମତ୍କାର ସ୍ବର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁର ସମବାୟ ସମିତିଲିଃ ପରିବାର ସଦସ୍ଯଙ୍କ ନାମରେ ସମ୍ପାଦକ ରୁଣନେବା ଘଟଣା, ଡିଆରସିସିଙ୍କ ତଦନ୍ତ

ପୁରୁଷୋତ୍ତମପୁର,୧୩।୮(ସବିତା ମିଶ୍ର): ରୁଣଭାର ଯୋଗୁ ଚାଷୀ ଆତ୍ମହତ୍ଯା ଭଳି ଘଟଣା ରାଜ୍ଯକୁ ଦୋହଲାଇ ଦେଉଥିବା ସହ ସରକାରଙ୍କୁ ଚିନ୍ତାରେ ପକାଉଛି । ଏହାକୁ ନେଇ ସରକାର କୃଷକଙ୍କୁ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri